ଡୋନାଲ୍ଡ ଟ୍ରମ୍ପଙ୍କୁ ଭାଇରସ ଭୟ: ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ପିନ୍ଧିଲେ ମାସ୍କ, ଜାଣନ୍ତୁ ଏତେ ଦିନ ଧରି କାହିଁକି ପିନ୍ଧୁନଥିଲେ…

ଓଡ଼ିଆ ଗସିପ୍ ବ୍ୟୁରୋ: କୁମ୍ଭୀର ନେଇକି ମଝି ନଇକୁ ଗଲାଣି, ମାଆ କହୁଛି ପୁଅ ପହଁରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାକ୍ସ ପିନ୍ଧା ଖବର ସହ ଏହାକୁ ସମାଞ୍ଜସ୍ୟ ଭାବେ ଦେଖାଯାଇପାରେ ।

ହଁ, କାହିଁକିନା ବର୍ତ୍ତମାନ ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାସ୍କ ପିନ୍ଧା ଖବର ଭାରି ଚର୍ଚ୍ଚାରେ ରହିଛି ।

ଆପଣ କହିବେ ବିଶ୍ୱରେ କୋହରାମ ମଚାଇଥିବା କରୋନାରୁ ବର୍ତ୍ତିବାକୁ ହେଲେ ସାମାଜିକ ଦୂରତା ସହ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ । ଆଉ ନିଜର ସୁରକ୍ଷା ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତି ମାସ୍କ ପିନ୍ଧିଛନ୍ତି ତେବେ ଏଥିରେ ଅସୁବିଧା କେଉଁଠି ।

ଡୋନାଲ୍ଡ ଟ୍ରମ୍ପଙ୍କୁ ଭାଇରସ ଭୟ: ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ପିନ୍ଧିଲେ ମାସ୍କ, ଜାଣନ୍ତୁ ଏତେ ଦିନ ଧରି କାହିଁକି ପିନ୍ଧୁନଥିଲେ…

ଅସୁବିଧା ନାହିଁ ଆଜ୍ଞା କଥା ହେଲା ସେ ପ୍ରଥମ ଥର ମାସ୍କ ପିନ୍ଧିଛନ୍ତି । ଆଉ ଏହା ହିଁ ହେଉଛି ଖବର ।
ଖବର ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ସର୍ବସାଧାରଣ (ପବ୍ଲିକ୍)ରେ ମାସ୍କ ପିନ୍ଧିବାର ଦେଖାଯାଇଛି । ଆଉ ଏହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଏହି ଖବର ।

ସୂଚନା ଥାଉ କି, ଆମେରିକା ହେଉଛି କରୋନା ଭାଇରସ୍ (COVID-19) ଦ୍ୱାରା ଅଧିକ ପ୍ରଭାବିତ ଦେଶ । ସେଠାରେ ସଂକ୍ରମିତ କରୋନା ସଂଖ୍ୟା 31 ଲକ୍ଷରୁ ଅଧିକ ହୋଇଛି ।

ଡୋନାଲ୍ଡ ଟ୍ରମ୍ପଙ୍କୁ ଭାଇରସ ଭୟ: ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ପିନ୍ଧିଲେ ମାସ୍କ, ଜାଣନ୍ତୁ ଏତେ ଦିନ ଧରି କାହିଁକି ପିନ୍ଧୁନଥିଲେ…

ଆମେରିକାରେ ଏପର୍ଯ୍ୟନ୍ତ 1,34,092 ରୋଗୀଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ସେଠାରେ ସଂକ୍ରମିତ କରୋନା ସଂଖ୍ୟା 18 ଲକ୍ଷରୁ ଅଧିକ । ଏପର୍ଯ୍ୟନ୍ତ 70,398 ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତ ତୃତୀୟ ସ୍ଥାନରେ ରହିଛି । ଦେଶରେ 8 ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ଏପର୍ଯ୍ୟନ୍ତ 22,123 ରୋଗୀଙ୍କ ମୃତ୍ୟୁ ଘଟିଛି ।

Share this story

World Odia Language Conferene