ଡିଜିଟାଲ ଷ୍ଟ୍ରାଇକ ପାର୍ଟ-2: ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି ଲୋକପ୍ରିୟ ଅନଲାଇନ୍ ଗେମ୍ PUBG ବ୍ୟାନ

ଡିଜିଟାଲ ଷ୍ଟ୍ରାଇକ ପାର୍ଟ-2: ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି ଲୋକପ୍ରିୟ ଅନଲାଇନ୍ ଗେମ୍ PUBG ବ୍ୟାନ
ଡିଜିଟାଲ ଷ୍ଟ୍ରାଇକ ପାର୍ଟ-2: ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି ଲୋକପ୍ରିୟ ଅନଲାଇନ୍ ଗେମ୍ PUBG ବ୍ୟାନ

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶ, ବିଦେଶରେ ବହୁଳ ବ୍ୟବହୃତ ଏବଂ ଲୋକପ୍ରିୟ ଅନଲାଇନ ଭିଡିଓ ଗେମ୍ ପବ-ଜୀକୁ ବେଆଇନ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ପବ-ଜୀ ସମେତ ଅନ୍ୟ ଶହେ 18ଟି ଆପ୍ କୁ ସରକାର ନିଷିଦ୍ଧ କରାଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ ପାର୍ଟ-2 ।

ଡାଟା ଚୋରୀ ଅଭିଯୋଗ ଓ ସାଇବର ସିକ୍ୟୁରିଟି ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଚୀନ୍ ସହ ସୀମା ବିବାଦ ଏବଂ ଯୁଦ୍ଧ ଭଳି ସ୍ଥିତି କାରଣରୁ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ 90ରୁ ଅଧିକ ମୋବାଇଲ ଆପକୁ ବ୍ୟାନ କରିଥିଲେ । ଯେଉଁଥିରେ ଟିକଟକ ଭଳି ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ ରହିଥିଲା ।

Share this story

World Odia Language Conferene