ଡିଜିଟାଲ ପେମେଣ୍ଟ ପ୍ରତି ସାବଧାନ! ଲୁଟ୍ ହୋଇପାରେ ଆପଣଙ୍କ ଟଙ୍କା

ଡିଜିଟାଲ ପେମେଣ୍ଟ ପ୍ରତି ସାବଧାନ! ଲୁଟ୍ ହୋଇପାରେ ଆପଣଙ୍କ ଟଙ୍କା
ଡିଜିଟାଲ ପେମେଣ୍ଟ ପ୍ରତି ସାବଧାନ! ଲୁଟ୍ ହୋଇପାରେ ଆପଣଙ୍କ ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଡିଜିଟାଲ ପେମେଣ୍ଟ କରୁଛନ୍ତି କି ? ତେବେ ସାବଧାନ ରୁହନ୍ତୁ, କରୋନା ସଂକ୍ରମଣରୁ ମୁକ୍ତି ପାଇବାକୁ ଲୋକମାନେ ଏବେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି ।

ଯଦି ଆପଣ ମାସକୁ ୨୦ରୁ ଅଧିକ ଥର ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ମାଧ୍ୟମରେ ଟଙ୍କା ପୈଠ କରୁଥାନ୍ତି ତେବେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ ।

ଏହାର ଆରମ୍ଭ ପ୍ରାୟ ସମସ୍ତ ପ୍ରାଇଭେଟ୍‌ ବ୍ୟାଙ୍କ କରିସାରିଲେଣି ଓ ୨.୫ରୁ ୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି । ତେବେ ସରକାର ସ୍ପଷ୍ଟ ଭାବେ କହିଥିଲେ ଯେ ୟୁପିଆଇ ମାଧ୍ୟମରେ ପେମେଣ୍ଟ ନିଃଶୁଳ୍କ ହୋଇଥାଏ, ମାତ୍ର ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଅଯଥା ନେଣଦେଣ ରୋକିବା ପାଇଁ ଅତିରିକ୍ତ ଚାର୍ଜ କରିବା ଆବଶ୍ୟକ । ଏହା ଦ୍ୱାରା ଲୋକମାନେ ଅଯଥା ନେଣଦେଣରୁ ବିରତ ରହିବେ ।

ଏକ ରିପୋର୍ଟ ମୁତାବକ ବ୍ୟାଙ୍କ ନିଜ ହିସାବରେ ନିୟମ ତିଆରି କରୁଛି । ବର୍ତ୍ତମାନ ମହାମାରୀ ସମୟରେ ଲୋକମାନେ ଅନ୍‌ଲାଇନ୍‌ ପେମେଣ୍ଟକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରାଇଭେଟ୍‌ ବ୍ୟାଙ୍କଗୁଡ଼ିକ ମନଇଚ୍ଛା ଏଥିରେ ଶୁଳ୍କ ଆଦାୟ କରୁଛନ୍ତି ।

ପୂର୍ବ ତୁଳନାରେ ଏବେ ଅନ୍‌ଲାଇନ୍‌ ପେମେଣ୍ଟ ୮ ପ୍ରତିଶତ ବଢ଼ିଛି । ଏପ୍ରିଲ ମାସରେ ଏହା ମାଧ୍ୟମରେ ୮୦ କୋଟି ଟଙ୍କା ନେଣଦେଣ ହୋଇଥିବା ବେଳେ ଅଗଷ୍ଟରେ ଏହା ୧୬୦ କୋଟି ଛୁଇଁଛି ।

ଗୁଗଲ ପେ, ଫୋନ୍‌ ପେ ଓ ପେଟିଏମ୍‌ ଭଳି କମ୍ପାନୀ ୟୁଜର୍ସଙ୍କୁ ପୁରସ୍କାର ଦେଉଥିବାରୁ ଲୋକମାନେ ଅନ୍‌ଲାଇନ୍‌ ପେମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ମାତ୍ର କିଛି ଲୋକ ପୁରସ୍କାର ଟଙ୍କା ପାଇବାକୁ ନିଜ ନିଜ ଭିତରେ ଟଙ୍କା ଆଦାନପ୍ରଦାନ କରୁଛନ୍ତି । ଫଳରେ ସିଷ୍ଟମ୍‌ ଉପରେ ଲୋଡ୍‌ ବଢ଼ୁଛି । ଏହାକୁ ରୋକିବାକୁ ପ୍ରାଇଭେଟ୍‌ ବ୍ୟାଙ୍କ ଶୁଳ୍କ ଲଗାଇବାକୁ ଯୋଜନା କରୁଛନ୍ତି ।

Share this story

World Odia Language Conferene