ଜେରା ବେଳେ କାନ୍ଦି ପକାଇଲେ ଦୀପିକା: କିଛି ସତ କହିଲେ, ଆଉ କିଛି ଢୋକିଦେଲେ…

ଜେରା ବେଳେ କାନ୍ଦି ପକାଇଲେ ଦୀପିକା: କିଛି ସତ କହିଲେ, ଆଉ କିଛି ଢୋକିଦେଲେ…
ଜେରା ବେଳେ କାନ୍ଦି ପକାଇଲେ ଦୀପିକା: କିଛି ସତ କହିଲେ, ଆଉ କିଛି ଢୋକିଦେଲେ…

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଜେରା ବେଳେ କାନ୍ଦି ପକାଇଲେ । ଏନସିବି ଅଧିକାରୀଙ୍କ କଡ଼ା ପ୍ରଶ୍ନ ଶୁଣି ଦୀପିକା ଛାନିଆ ହୋଇପଡ଼ିଥିଲେ । ସତ କହିବେ ନା ମିଛ କହି ନିଜ ପାଇଁ ସମସ୍ୟା ବଢ଼ାଇବେ ସେଇ ଚକ୍କରରେ ତାଙ୍କୁ ଚକ୍କର ବି ଆସିଯାଇଥିଲା । ଯାଞ୍ଚ ଅଧିକାରୀଙ୍କୁ କେତେବେଳେ କଣ କହୁଥିଲେ ସେ ବୁଝି ପାରୁନଥିଲେ । ହଁ ଭରିଲେ ବଦନାମ ଓ ନା କହିଲେ ଜେଲ୍ ଯିବା ଥୟ ଏକଥା ଜାଣିବା ପରେ ଦୀପିକା ଭୋ ଭୋ ହୋଇ କାନ୍ଦି ପକାଇଥିଲେ ।

ଜେରା ବେଳେ କାନ୍ଦି ପକାଇଲେ ଦୀପିକା: କିଛି ସତ କହିଲେ, ଆଉ କିଛି ଢୋକିଦେଲେ…

କାନ୍ଦିବା ବଦଳରେ ଯାହା ପଚରାଯାଉଛି ତାହା କହିଲେ, ଶୀଘ୍ର ଜେରା ସରିବ ବୋଲି ଦୀପିକାଙ୍କୁ କହିଥିଲେ ଏନସିବି ଅଧିକାରୀ । ଶେଷରେ ଦୀପିକା କହିଥିଲେ ଏହି ସବୁ କଥା ।….

ନିଶା କଥା ଦୁରେ ଥାଉ, ଆମେ ତ’ ସିଗରେଟ୍ ବି ଟାଣୁନା । ଅନ୍ୟ ଅଭିନେତ୍ରୀଙ୍କ କଥାରେ କଥା ମିଶାଇ ଦୀପିକା ବି ଏମିତି କହିଥିଲେ । ସୂଚନା ଥାଉ କି ଏବେ ଚର୍ଚ୍ଚାରେ ଦୁଇ ଦୁଇଟି ପାର୍ଟି କଥା ବେଶ୍ ଚର୍ଚ୍ଚାରେ । ଗୋଟିଏ ଯାହାର ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ଘରେ ଏବଂ ଆଉ ଗୋଟିଏ ଦୀପିକା ପାଦୁକୋନଙ୍କ ଘରେ ହୋଇଥିଲା । ଆଉ ଏହି ଦୁଇଟି ପାର୍ଟରେ ବଲିଉଡର ଅନେକ ଅଭିନେତା ସିଗାରେଟ୍ ଟାଣୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ହେଲେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଯେତେବେଳେ ଏନସିବି ଜେରା କରୁଛି, ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂ ସିରାଗେଟ୍ ମଧ୍ୟ ଟାଣୁନଥିବା କହିଛନ୍ତି ।

Share this story

World Odia Language Conferene