ଜୀବନ ଦର୍ଶନ; ଦୁଃଖିକୁ ଅଧିକ ଦୁଃଖ କାହିଁକି ମିଳେ?

ଜୀବନ ଦର୍ଶନ; ଦୁଃଖିକୁ ଅଧିକ ଦୁଃଖ କାହିଁକି ମିଳେ?
ଜୀବନ ଦର୍ଶନ; ଦୁଃଖିକୁ ଅଧିକ ଦୁଃଖ କାହିଁକି ମିଳେ?

ଓଡ଼ିଆ ଗସିପ୍ ବ୍ୟୁରୋ; ବେଳେ ବେଳେ ଜୀବନକୁ ଆମେ ବୋଝ ବୋଲି ମନେ କରୁ । ଆମେ ଭାବୁ ଯେ, ସଂସାର ଏକ ଯନ୍ତ୍ରଣାମୟ । ଏହା ବି ମନେ ହୁଏ ଯେ, ଆଉ ନୁହଁ, ଏ ଜୀବନ ଜଞ୍ଜାଳରୁ ଆମକୁ ମୁକ୍ତି ଦରକାର । କିନ୍ତୁ ଜୀବନକୁ ଜିଁ ଜାଣିଲେ ତାହା ସ୍ୱର୍ଗସୁଖ ଠାରୁ ଅଧିକ ଆନନ୍ଦ ଦିଏ ।

ଥରେ ମାଆ ପାର୍ବତୀ ଭଗବାନ ଶିବଙ୍କୁ କହିଲେ, ପ୍ରଭୁ ପୃଥିବୀରେ ଯେଉଁ ବ୍ୟକ୍ତି ପ୍ରଥମରୁ ଦୁଃଖରେ ଥାଏ, ତୁମେ ତାଙ୍କୁ ଅଧିକ ଦୁଃଖ ଦିଅ। ଆଉ ଯେଉଁ ମାନେ ସୁଖ ଭୋଗ କରୁଥାନ୍ତି, ଆପଣ ତାଙ୍କୁ ଦୁଃଖ ଦିଅନ୍ତି ନାହିଁ। ଏମିତି କାହିଁକି କରନ୍ତି। ପ୍ରଭୁ ଏହାର ରହସ୍ୟ କ’ଣ ?

ଭଗବାନ ଶଙ୍କର ଏହି କଥାକୁ ବୁଝାଇବା ପାଇଁ ମାତା ପାର୍ବତୀକୁ ପୃଥିବୀ ପୃଷ୍ଠକୁ ଯିବାକୁ କହିଲେ। ଏହାପରେ ଶିବ-ପାର୍ବତୀ ଦୁହେଁ ମନୁଷ୍ୟ ରୂପରେ ପତିପତ୍ନୀ ରୂପରେ ଯାଇ ଏକ ଛୋଟ ଗାଁରେ ପହଞ୍ଚିଲେ। ସନ୍ଧ୍ୟା ସମୟ, ଭଗବାନ ମାତା ପାର୍ବତୀଙ୍କୁ କହିଲେ ଆମେ ଏଠାକୁ ମାନବ ରୂପରେ ଆସିଛୁ, ତେଣୁ ଏଠିକାର ନିୟମ ପାଳନ କରିବାକୁ ହେବ। ଆମକୁ ଏହିଠାରେ ହିଁ ଖାଇବାକୁ ପଡିବ। ସେଥିପାଇଁ ଏବେ ମୁଁ ଖାଦ୍ୟ ସାମଗ୍ରୀର ବନ୍ଦୋବସ୍ଥ କରୁଛି, ତୁମେ ଖାଦ୍ୟ ପ୍ରସ୍ତୁତିରେ ଲାଗିପଡ।…

ଭଗବାନ ଶିବ ଗଲାପରେ, ମାଆ ପାର୍ବତୀ ରୋଷେଇ ପାଇଁ ଚୁଲି ତିଆରି କରିବାକୁ ଇଟା ଆଣିବାକୁ ଗଲେ। ଗାଁ ଭିତରକୁ ଗଲେ, କିଛି ଘରୁ ଇଟା ଆଣି ଚୁଲି ପ୍ରସ୍ତୁତ କଲେ। ଚୁଲି ପ୍ରସ୍ତୁତ ହେବା ମାତ୍ରେ ଭଗବାନ ଶିବ କିଛି ନଆଣି ସେଠାରେ ଉପସ୍ଥିତ ହେଲେ। ମାତା ପାର୍ବତୀ ପ୍ରଭୁଙ୍କୁ କହିଲେ, ଆପଣ ତ କିଛି ଆଣି ନାହାନ୍ତି, ଖାଦ୍ୟ କିପରି ପ୍ରସ୍ତୁତ ହେବ। ଭଗବାନ କହିଲେ, ଏବେ ତୁମର ଆଉ ଏହା ଦରକାର ପଡିବ ନାହିଁ।…

ଭଗବାନ ମାତା ପାର୍ବତୀଙ୍କୁ ପଚାରିଲେ, ଚୁଲି ତିଆରି କରିବା ପାଇଁ ତୁମେ ଏହି ଇଟାଗୁଡ଼ିକୁ କେଉଁଠୁ ଆଣିଲ। ମାଆ ପାର୍ବତୀ କହିଲେ-ପ୍ରଭୁ, ଏହି ଗାଁରେ ଏପରି ଅନେକ ଘର ଅଛି ଯାହାକି ସଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉନାହିଁ । ମୁଁ ସେମାନଙ୍କର ଖରାପ କାନ୍ଥରୁ ଇଟା ଆଣିଲି। ଈଶ୍ବର ତାପରେ କହିଲେ- ସେହି ଘରଗୁଡ଼ିକ ପୂର୍ବରୁ ଖରାପ ଥିଲା, ତୁମେ ସେହି ଘର ଗୁଡିକୁ ଆହୁରି ଖରାପ କରିଦେଲ। ତୁମେ ସେହି ସଠିକ୍ ଘରର କାନ୍ଥରୁ ଇଟା ଆଣି ପାରିଥାନ୍ତ। ମାତା ପାର୍ବତୀ କହିଲେ- ପ୍ରଭୁ ସେହି ଘରେ ରହୁଥିବା ଲୋକମାନେ, ସେହି ଘରର ଠିକ୍ ଭାବରେ ପରିଚାଳନା କରୁଛନ୍ତି ଏବଂ ସେହି ଘରଗୁଡ଼ିକ ମଧ୍ୟ ସୁନ୍ଦର ଦେଖାଯାଉଛି । ଏହି ସମୟରେ ସେମାନଙ୍କର ଘରର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ଅନୁଚିତ୍। ଭଗବାନ ଶଙ୍କର କହିଲେ- ଦେବୀ ପାର୍ବତୀ ତୁମେ ପଚାରିଥିବା ପ୍ରଶ୍ନର ଏହାହିଁ ଉତ୍ତର।…

ଯେଉଁ ଲୋକମାନେ ନିଜର ଘରର ରକ୍ଷଣାବେକ୍ଷଣ ଭଲ ଭାବରେ କରିଥାନ୍ତି,  ଅର୍ଥାତ ସଠିକ୍ କାର୍ଯ୍ୟ କରି ନିଜ ଜୀବନକୁ ସୁନ୍ଦର କରିପାରିଛନ୍ତି। ସେହି ଲୋକମାନେ ଦୁଃଖି କିପରି ହେବେ। ମନୁଷ୍ୟର ଜୀବନରେ ଯାହା କିଛି ଖୁସି ବା ସୁଖ ମିଳିଥାଏ, ତା’ର ନିଜର କର୍ମ ଦ୍ବାରା ପ୍ରାପ୍ତ ହୋଇଥାଏ। ଆଉ ଯେଉଁମାନେ ଦୁଃଖି ସେମାନେ ବି ନିଜର କର୍ମ ଦ୍ବାରା ହିଁ ଦୁଃଖ ଭୋଗ କରିଥାନ୍ତି। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏପରି କାର୍ଯ୍ୟ କରିବା ଉଚିତ୍, ଯାହା ଦ୍ବାରା ସେ ନିଜକୁ ଶକ୍ତିଶାଳୀ ଏବଂ ସୁନ୍ଦର କୋଠା କୋଠାଭଳି ଗଢି ତୋଳିବ। ଆଉ ସେହି କୋଠାରୁ କେହି ଇଟା ଖଣ୍ଡେ ବି ନେବାକୁ ସାହାସ କରି ପାରିବେ ନାହିଁ। ତେଣୁ ଦେବୀ ଏହି ଯେଉଁ ସୁଖ-ଦୁଃଖ ସବୁ ନିଜର କର୍ମରୁ ପ୍ରାପ୍ତ ହୋଇଥାଏ। ସବୁ କର୍ମର

Share this story

World Odia Language Conferene