ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଲେ ଏସଆରସି; ୫ତାରିଖ ପର୍ଯ୍ୟନ୍ତ କଲବଲ କରିବ ବର୍ଷା, ଥରିବେ ରାଜ୍ୟବାସୀ

ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଲେ ଏସଆରସି; ୫ତାରିଖ ପର୍ଯ୍ୟନ୍ତ କଲବଲ କରିବ ବର୍ଷା, ଥରିବେ ରାଜ୍ୟବାସୀ
ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଲେ ଏସଆରସି; ୫ତାରିଖ ପର୍ଯ୍ୟନ୍ତ କଲବଲ କରିବ ବର୍ଷା, ଥରିବେ ରାଜ୍ୟବାସୀ

ଭୁବନେଶ୍ୱର: କୋହଲା ପାଗକୁ ଅଦିନିଆ ବର୍ଷା ପୁରା ରାଜ୍ୟବାସୀଙ୍କୁ କଲବଲ କରି ରଖିଛି । ଟ୍ରପଲାଇନ୍ ପ୍ରଭାବରେ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଶୀତ ଦିନେ ଏଭଳି ବର୍ଷା ହେବା ଯୋଗୁ ପୁରା ରାଜ୍ୟବାସୀ ଶୀତରେ ଥରୁଛନ୍ତି । ବର୍ତ୍ତମାନ ତୁଳନାରେ ଅଚାନକ ପାରଦ ୪-୫ ଡିଗ୍ରୀ ଖସିଯିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଶନିବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ଜଗତସିଂହପୁର, ସୁନ୍ଦରଗଡ଼, ଯାଜପୁର, ଖୋର୍ଦ୍ଧା, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଘେରିବ ବୋଲି ସୂଚନା ମିଳିଛି । ହେଲେ ୫ତାରିଖ ପରେ ବର୍ଷା କମିବ ହେଲେ ଅସହାୟ ଥଣ୍ଡା ଲାଗିରହିବ । ୬ ତାରିଖ ରାତିରୁ ତାପମାତ୍ରା ବର୍ତ୍ତମାନ ଅପେକ୍ଷା ଅଚାନକ ୪ରୁ ୫ ଡିଗ୍ରୀ କମିଯିବ । ଯାହା ଫଳରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ମାଡିବ ।

ସେପଟେ ପାଣିପାଗର ଏଭଳି ଗତିବିଧି ନେଇ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା । ସତର୍କତା ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବର୍ଷା ସ୍ଥିତିକୁ ଆଖି ଅଗରେ ରଖି ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଘରହୀନ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ସ୍ଥାନାନ୍ତରିତ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Share this story

World Odia Language Conferene