ଚୀନ, ପାକିସ୍ତାନ ସୀମାରେ ନଜର ରଖିବ ‘ଭାରତ’ ଡ୍ରୋନ୍‌, ପ୍ରଥମ ଥର ପାଇଁ ଭାରତ କରିଦେଖାଇଲା ଏପରି କାର୍ଯ୍ୟ…

ଚୀନ, ପାକିସ୍ତାନ ସୀମାରେ ନଜର ରଖିବ ‘ଭାରତ’ ଡ୍ରୋନ୍‌, ପ୍ରଥମ ଥର ପାଇଁ ଭାରତ କରିଦେଖାଇଲା ଏପରି କାର୍ଯ୍ୟ…
ଚୀନ, ପାକିସ୍ତାନ ସୀମାରେ ନଜର ରଖିବ ‘ଭାରତ’ ଡ୍ରୋନ୍‌, ପ୍ରଥମ ଥର ପାଇଁ ଭାରତ କରିଦେଖାଇଲା ଏପରି କାର୍ଯ୍ୟ…

ଓଡ଼ିଆ ଗସିପ୍ ବ୍ୟୁରୋ: ଲଦାଖ ସଂଲଗ୍ନ ଚୀନ୍ ସୀମା ନିକଟରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ‘ଭାରତ’ ଡ୍ରୋନ୍‌କୁ ମୁତୟନ କରିଛି ।

ଯାହା ଚୀନ୍ ଓ ପାକିସ୍ତାନ ସୀମାରେ ହେଉଥିବା ସମସ୍ତ ଗତିବିଧିକୁ ନଜର ରଖିବାରେ ସକ୍ଷମ ହେବ ଏହି ଡ୍ରୋନ୍ । ଚଣ୍ଡିଗଡ଼ ସ୍ଥିତ ଡିଆରଡିଓର ଏକ ଲାବ୍ ଏହି ଡ୍ରୋନ୍‌କୁ ତିଆରି କରିଛି ।

ଏହା ଆକାଶରେ କ୍ଷୁଦ୍ର ହୋଇଥିଲେ ହେଁ ଟେକ୍ନୋଲୋଜିରେ କିନ୍ତୁ ଆଗୁଆ । ଏହା ଅତି ଉଚ୍ଚରେ ଥିବା ଅଂଚଳ ବିଶେଷ କରି ପାହାଡିଆ ସ୍ଥାନରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାରେ ବେଶ୍ ସହାୟକ ହେବ ।

ଆର୍ଟିଫିସିଆଲ ଇଂଟେଲିଜେନ୍ସ ଜରିଆରେ ଏପରି ବ୍ୟବସ୍ଥା କରାଯାଇଛି ଯାହା ଦ୍ୱାରା ଏହା ନିଜ ଦେଶର ସେନା ଏବଂ ଶତ୍ରୁ ସେନା ଭିତରେ ଫରକ ବାରିପାରିବ ।

ଏହା କମ ଇନ୍ଧନରେ ବହୁତ ସମୟ ଉଡ଼ିପାରିବ ଏବଂ ଯୁଦ୍ଧ କ୍ଷେତ୍ରରୁ ଲାଇଭ୍ ଭିଡ଼ିଓ ପ୍ରସାରଣ କରିପାରିବ ।

Share this story

World Odia Language Conferene