ଚୀନ୍ ରେ WION ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗଲାଇଲେ ସରକାର, ଜବାବ ଦେଲା ଚ୍ୟାନେଲ୍

ଚୀନ୍ ରେ WION ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗଲାଇଲେ ସରକାର, ଜବାବ ଦେଲା ଚ୍ୟାନେଲ୍
ଚୀନ୍ ରେ WION ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗଲାଇଲେ ସରକାର, ଜବାବ ଦେଲା ଚ୍ୟାନେଲ୍

ଓଡ଼ିଆ ଗସିପ୍ ବ୍ୟୁରୋ: ସୀମା ବିବାଦ ଏବେ ସାଟେଲାଇଟ ଉପରେ ପଡ଼ିଛି । ସୀମାରେ ଭାରତୀୟ ସେନାକୁ ନଜର ଆନ୍ଦାଜ କରୁଥିବା ରେଡ୍ ଆର୍ମୀ ସେନାର ପ୍ରକୃତ ଶକ୍ତି ସହ ପରିଚିତ ହେଲା ପରେ ଏବେ ଭୟଭିତ ଚୀନ୍ । ଆଉ ଏଥିପାଇଁ ଚୀନ୍ ର ଚାଲାକିକୁ ପର୍ଦ୍ଦାଫାସ କରୁଥିବା ଏକ ଭାରତୀୟ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାଇଛି ଚୀନ୍ ସରକାର ।

ନୂଆଦିଲ୍ଲୀରୁ ପ୍ରସାରଣ ହେଉଥିବା ୱିଅନ (WION) ଚ୍ୟାନେଲ ଓ ଏହାର ୱେବପୋର୍ଟାଲକୁ ମେନ୍ ଲାଣ୍ଡ ଚାଇନାରେ ବ୍ୟାନ କରିଛି ଜିନପିଙ୍ଗ ସରକାର । ଭାରତ ସରକାର ଚାଇନିଜ୍ ଆପ୍ ସବୁକୁ ବ୍ୟାନ କରିବାର ତିନିଦିନ ପରେ ୱିଅନ୍ କୁ ସେଠାରେ ବ୍ୟାନ କରାଯାଇଥିବା ଚ୍ୟାନେଲ ପକ୍ଷରୁ କୁହାଯାଇଛି ।

ଚ୍ୟାନେଲ ପକ୍ଷରୁ ଏହା ବି କୁହାଯାଇଛି ଯେ, ଚୀନ୍ ର ଭାରତ ବିରୋଧୀ ଷଡ଼ଯନ୍ତ୍ରର ଖୁଲାସା କରିବାରୁ ଚୀନ୍ ଆକ୍ରୋଶମୂଳକ ଭାବେ ଏଭଳି କାଣ୍ଡ ଭିଆଇଛି । ବାରମ୍ବାର ଚୀନ୍ ର ଚାଲାକିକୁ ପର୍ଦ୍ଦାଫାସ କରୁଥିଲା ଏହି ଭାରତୀୟ ନ୍ୟୁଜ୍ ଚ୍ୟାନେଲ ୱିଅନ ।

ଚ୍ୟାନେଲ ପକ୍ଷରୁ ଏହା ବି କୁହାଯାଇଛି ଯେ, କରୋନା ମହାମାରୀରେ ଚୀନ୍ ର ସନ୍ଦେହ ଜନକ ଭୂମିକାକୁ ନେଇ ବାରମ୍ବାର ଖବର ପ୍ରସାରଣ ହେଉଥିଲା ଆଉ ଏହା ମଧ୍ୟ ବ୍ୟାନର ଏକ ପ୍ରମୁଖ କାରଣ ହୋଇପାରେ । କାହିଁକିନା ଚୀନ୍ ର ଉହାନ ପ୍ରାନ୍ତରୁ ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଏକ ଜୈବିକ ଅସ୍ତ୍ର ଯାହା ଚୀନ୍ ଦ୍ୱାରା ହିଁ ବିକଶିତ ହୋଇଥିବା ଆମେରିକା ସମେତ ଅନେକ ରାଷ୍ଟ୍ର ଦାବି କରୁଛନ୍ତି ଏବଂ ଚୀନ୍ ଏହାକୁ ବାରମ୍ବାର ଖଣ୍ଡନ କରିଆସୁଛି ।

ଜୁନ୍ ମାସରେ, ଗ୍ଲୋବାଲ୍ ଟାଇମ୍ସରେ WION ଚ୍ୟାନେଲକୁ “ନିରପେକ୍ଷ ଭାବରେ ଚିନ୍ତା କରିବାକୁ” ଏକ ଆଲେଖ୍ୟରେ କୁହାଯାଇଥିଲା । ସୂଚନା ଥାଉ କି ଗ୍ଲୋବାଲ ଟାଇମ୍ସ ହେଉଛି ଚୀନ୍ ର ସରକାରୀ କାଗଜପତ୍ର । ଯାହା ବେଜିଂର ପ୍ରଚାର ଯନ୍ତ୍ର ପାଲଟିଛି ।

ଭାରତୀୟ ଗଣମାଧ୍ୟମର କଣ୍ଠରୋଧକୁ କିନ୍ତୁ ବିଭିନ୍ନ ସ୍ତରରେ ଚୀନ୍ କୁ ସମାଲୋଚନା କରାଯାଇଛି । ବିଶେଷ କରି ସୋସିଆଲ ମିଡିଆରେ ଚୀନ୍ ବିରୋଧରେ ଅନେକ ନିଜର ପ୍ରତିକ୍ରିୟା ରଖିଛି । ଚୀନ୍ ରେ ବ୍ୟାନ ହୋଇଥିବା WION ଚ୍ୟାନେଲ ମଧ୍ୟ ଚୀନ୍ ଦ୍ୱାରା ବ୍ୟାନ ହୋଇଥିବାରୁ ଏହା ଏକ ବିଜୟ ବୋଲି ମାନୁଛି । ଏନେଇ ଚ୍ୟାନଲେ ଟ୍ୱିଟର ପେଜ୍ ର ବାୟୋରେ ମଧ୍ୟ (Proud to be banned by China) ବୋଲି ଉଲ୍ଲେଖ କରିଛନ୍ତି ।

ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଏକ ପ୍ରକାରର ଯୁଦ୍ଧ ଲଢୁଛି । ମହାମାରୀର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନ୍ କିନ୍ତୁ ପଡ଼ୋଶୀ ଭାରତ ସହ ମୁହାଁମୁହିଁ ହେଉଛି । ସୀମା ବିବାଦକୁ ନେଇ ଦୁଇ ଦେଶର ସୈନ୍ୟମାନେ ହାତାହାତି ହୋଇଥିବାବେଳେ ଏଥିରେ ଚୀନର ୪୩ ଜଣ ଓ ଭାରତର ୨୦ ଜଣ ଯବାନ ପ୍ରାଣ ହରାଇଛନ୍ତି । ଚୀନ୍ କିନ୍ତୁ ନିଜ ଭୁଲ୍ ମାନିବାକୁ ନାରାଜ ।

Share this story

World Odia Language Conferene