ଚାଣକ୍ୟ ବାଣୀ: ସୁଖ, ଶାନ୍ତିରେ ଘର ସଂସାର କରିବା ପାଇଁ ଆପଣଙ୍କୁ ଏହି ସବୁ ଉପାଦେୟ ପନ୍ଥା ମାନିବାକୁ ପଡ଼ିବ, ଘର ହୋଇଯିବ ସ୍ୱର୍ଗ

ଚାଣକ୍ୟ ବାଣୀ: ସୁଖ, ଶାନ୍ତିରେ ଘର ସଂସାର କରିବା ପାଇଁ ଆପଣଙ୍କୁ ଏହି ସବୁ ଉପାଦେୟ ପନ୍ଥା ମାନିବାକୁ ପଡ଼ିବ, ଘର ହୋଇଯିବ ସ୍ୱର୍ଗ
ଚାଣକ୍ୟ ବାଣୀ: ସୁଖ, ଶାନ୍ତିରେ ଘର ସଂସାର କରିବା ପାଇଁ ଆପଣଙ୍କୁ ଏହି ସବୁ ଉପାଦେୟ ପନ୍ଥା ମାନିବାକୁ ପଡ଼ିବ, ଘର ହୋଇଯିବ ସ୍ୱର୍ଗ

ଓଡ଼ିଆ ଗସିପ୍ ବ୍ୟୁରୋ: ଜଣେ ନିଷ୍କପଟ ଓ ଚତୁରୀ ନାରୀ ହିଁ ଉତ୍ତମ ସ୍ତ୍ରୀ ହୋଇଥାଏ । ସେ ନିଜ ସ୍ୱାମୀଙ୍କୁ ସ୍ନେହ କରିବା ସହ ପରିବାରେ ଶାନ୍ତି ଓ ସମନ୍ଵୟ ବଜାୟ ରଖିବାକୁ ଉଦ୍ୟମ କରିଥାଏ । ବିବାହ ପାଇଁ ଚତୁରୀ ଝିଅ ଚୟନ କରିବା ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ ।

ତେଣୁ ଯେବେ ବି ସୁଖି ସଂସାର କଥା ଚିନ୍ତା କରୁଛନ୍ତି ସେବେ ଜାଣି ରଖିବା ଉଚିତ ଯେ, ସବୁବେଳେ ସମୟ ସହ ସାଥ୍ ଦେଇ ସଂସାରକୁ କେମିତି ସୁରୁଖୁରେ ନେବେ ସେଥିପାଇଁ ଧ୍ୟାନ ଦେବେ । ଚାଲନ୍ତୁ ଏ ସମ୍ପର୍କରେ ଅଧିକ କିଛି ଜାଣିବା ।…

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ନୀତିକୁ ନେଇ ଆମେ ପୂର୍ବରୁ ଅନେକ ଥର ଆଲୋଚନା କରିଛେ । ସେ କହି ଯାଇଥିବା ଅନେକ ବିଷୟରୁ ଆମେ ବୁଦ୍ଧି ମଧ୍ୟ ଗ୍ରହଣ କରିଛନ୍ତି ।

ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ତାଙ୍କ କଥା ସବୁ ଅକ୍ଷରେ ଅକ୍ଷରେ ସତ । ତେବେ ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ ମତରେ ସୁଖୀ ବୈବାହିକ ଜୀବନ ପାଇଁ କେଉଁ ସବୁ ଜିନିଷକୁ ଗୁରୁତ୍ବ ଦେବା ଆବଶ୍ୟକ । କେଉଁ ସବୁ ଜିନିଷକୁ ଗୁରୁତ୍ବ ଦେଲେ ବିବାହ ସଫଳ ହେବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

: ନାରୀମାନଙ୍କ ପାଇଁ ଚାଣକ୍ୟଙ୍କ ଉପଦେଶ ହେଲା, ସେମାନେ ସ୍ୱାମୀଙ୍କର ଉପଯୁକ୍ତ ସେବା କରିବା ଉଚିତ । କାରଣ ପତ୍ନୀଙ୍କ ପାଇଁ ସ୍ୱାମୀ ହିଁ ସ୍ୱର୍ଗ ହୋଇଥାନ୍ତି ।

: ସେମିତି ଜଣେ ପୁରୁଷକୁ ମଧ୍ୟ ନିଜ ଆଶ୍ରାରେ ଥିବା ନାରୀଙ୍କୁ କେବେ ଦୁର୍ବ୍ୟବହାର କରିବା ବା ଆଘାତ ଦେବା ଅନୁଚିତ ।

: ସୁନ୍ଦରୀ ନୁହେଁ ପରିବାରର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଉଥିବା ଝିଅକୁ ବାହା ହେଲେ ସମ୍ବନ୍ଧ ସଫଳ ହେବ ଏବଂ ଉଭୟ ପରିବାର ପ୍ରତି ମଙ୍ଗଳମୟ ହେବ ।

: ପୁରୁଷ ଓ ନାରୀ ପରସ୍ପରଙ୍କ ପ୍ରତି ସମ ପରିମାଣ ସ୍ନେହ ଭାବ ପାଇଁ ଉଦ୍ୟମ ରଖିବା ଆବଶ୍ୟକ; ଏହା ହିଁ ବିବାହର ପ୍ରକୃତ ସଫଳତା । ଏଥିରେ କେହି ବିଚ୍ୟୁତ ହେଲେ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏ ନାହିଁ ।

: ସର୍ବଦା ନିଜ ସମକକ୍ଷ ଅଥବା ନିଜ ସାମାଜିକ ସ୍ତରଠାରୁ ନିମ୍ନ ବର୍ଗର ଝିଅଘରକୁ ବିବାହ ପ୍ରସ୍ତାବ ପଠାଇବା ଉଚିତ । ନିଜ ସ୍ତର ଠାରୁ ବଡ଼ଘରୁ ଝିଅ ଆଣିଲେ ସମାଜରେ ପୁଅ ନିଜର ସମ୍ମାନ ହରାଇବ ।

Share this story

World Odia Language Conferene