ଚରମ ସୀମାରେ ବର୍ଷା-ଅନୁଭବଙ୍କ ବିବାଦ: ‘ମୋତେ ଓ ମୋ ପରିବାରକୁ ମାରିବାକୁ ଚାହୁଥିଲା’ ବୋଲି ଅଭିଯୋଗ ଆଣିଲେ ଅନୁଭବ, ସେପଟେ ପୁଣି ମୁହଁ ଖୋଲିଲେ ବର୍ଷା…

ଚରମ ସୀମାରେ ବର୍ଷା-ଅନୁଭବଙ୍କ ବିବାଦ: ‘ମୋତେ ଓ ମୋ ପରିବାରକୁ ମାରିବାକୁ ଚାହୁଥିଲା’ ବୋଲି ଅଭିଯୋଗ ଆଣିଲେ ଅନୁଭବ, ସେପଟେ ପୁଣି ମୁହଁ ଖୋଲିଲେ ବର୍ଷା…
ଚରମ ସୀମାରେ ବର୍ଷା-ଅନୁଭବଙ୍କ ବିବାଦ: ‘ମୋତେ ଓ ମୋ ପରିବାରକୁ ମାରିବାକୁ ଚାହୁଥିଲା’ ବୋଲି ଅଭିଯୋଗ ଆଣିଲେ ଅନୁଭବ, ସେପଟେ ପୁଣି ମୁହଁ ଖୋଲିଲେ ବର୍ଷା…

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଉଡ଼ର ରିୟଲ ଲାଇଫ୍‌ରେ ଦମଦାର ଯୋଡ଼ି ପାଲଟିଥିବା ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ବିବାହ ବିବାଦ ଏବେ ଗୋଟେ ପ୍ରକାର ଚରମ ସୀମାରେ ପହଞ୍ଚିଛି । କାରଣ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ଭିତ୍ତିରେ ତୁଟାଇବା ପାଇଁ ହୋଇଥିବା ଉଦ୍ୟମ ଏକପ୍ରକାର ବିଫଳ ହୋଇଛି ।

କେତେକ ସାମାଜିକ ତଥା ମାନବାଧିକାର କର୍ମୀଙ୍କ ପକ୍ଷରୁ ଦୁଇ ଦିନଠାରୁ ଆରମ୍ଭ ହୋଇଥିବା ପ୍ୟାଚ୍‌-ଅପ୍ ଉଦ୍ୟମକୁ ଗତକାଲି ଅନୁଭବ ସିଧାସଳଖ ଅସ୍ୱୀକାର କରିଛନ୍ତି । ସେ ଓ ତାଙ୍କ ପରିବାର, କୌଣସି ପରିସ୍ଥିତିରେ ଆଉ ବର୍ଷାଙ୍କୁ ଗ୍ରହଣ କରିପାରିବେ ନାହିଁ ବୋଲି ଅନୁଭବ ନିଜ ଟ୍ୱିଟର ଆକାଉଣ୍ଟରୁ ଟୁଇଟ୍ କରି ସ୍ପଷ୍ଟ କରିଦେବା ପରେ ଉଭୟଙ୍କ ସମ୍ପର୍କ ଅଡୁଆରେ ରହିଛି ।

ଅନ୍ୟପଟରେ ସାମାଜିକ କର୍ମୀଙ୍କ ଏପରି ଉଦ୍ୟମକୁ ଅନୁଭବ ନାପସନ୍ଦ କରିବା ସହ ସେମାନଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ଖାଲି ଏତିକି ନୁହେଁ ସେମାନଙ୍କ ବିରୋଧରେ ମିଛ କହିଥିବାର ଅଭିଯୋଗ ମଧ୍ୟ ଆଣିଛନ୍ତି ଅନୁଭବ । ଏହାସହ ଅନୁଭବ ଟୁଇଟ୍ ଉପରେ ଟୁଇଟ୍ କରି ବର୍ଷାଙ୍କ ବିରୋଧରେ ଖୋଲାଖୋଲି ଭାବେ କଡ଼ା ଟିପ୍‌ପଣୀମାନେ ଦେଇଛନ୍ତି ।

ସେ କହିଛନ୍ତି, ଯେଉଁ ଝିଅ ମୋତେ ଓ ମୋ ପରିବାରକୁ ମାରିବାକୁ ଚାହୁଥିଲା, ତାକୁ ମୁଁ କିମ୍ବା ମୋ ପରିବାର ଆଉ ଆଦୌ ଗ୍ରହଣ କରିପାରିବୁନି । ଏ ଜନ୍ମରେ କି’ କୌଣସି ଜନ୍ମରେ ବର୍ଷାକୁ ଆପଣାଇ ପାରିବିନି । ଖାଲି ଏତିକି ନୁହେଁ, ବର୍ଷାଙ୍କ ସହ ତାଙ୍କ ବିବାହକୁ ମଧ୍ୟ ଅନୁଭବ ସ୍ୱୀକାର କରିନାହାନ୍ତି ।

ଟ୍ୱିଟ୍‌ରେ ସେ ଦର୍ଶାଇଛନ୍ତି, ବର୍ଷା ସତରେ କେବେ ତାଙ୍କ ପତ୍ନୀ ନଥିଲେ । କାରଣ ଯେଉଁ ବିବାହ ହୋଇଥିଲା ତାହା କେବଳ ସାମାଜିକ ବିବାହ ଥିଲା । “ଆମର କେବେହେଲେ ମାନସିକ କି ଶାରୀରିକ ବିବାହ ହୋଇନାହିଁ । କାରଣ ବର୍ଷା କେବେ ଏଭଳି ବିବାହକୁ ଚାହିଁ ନଥିଲେ, ଏହା ହିଁ ସତ୍ୟ । ଏସବୁ ମୋତେ ସର୍ବସାଧାରଣରେ କହିବାକୁ ପଡୁଛି, ଲଜ୍ଜା ଲାଗୁଛି । ଏଥିପାଇଁ ମୁଁ ଦୁଃଖିତ” । ବୋଲି କହିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ଯେଉଁ ସାମାଜିକ ଏବଂ ମାନବାଧିକାର କର୍ମୀ ଆପୋସ ବୁଝାମଣା ପାଇଁ ଆସିଥିଲେ ସେମାନେ ମୋତେ ମଣମାଧ୍ୟମ ସାମ୍ନାରେ କିଛି ନ କହିବା ପାଇଁ ପ୍ରତିଶ୍ରୁତି ଦେଇଯାଇଥିଲେ । ହେଲେ ସେମାନେ ତାହା କଲେ ନାହିଁ । ବର୍ଷାଙ୍କୁ ସୁହାଇଲା ଭଳି କଥା କହିଲେ ଯାହାକୁ ସେ ମିଛ ବୋଲି କହି ତାଙ୍କ ସହ ଧୋକା ହୋଇଛି ବୋଲି କହିଛନ୍ତିି ଅନୁଭବ ।

ଅନ୍ୟପଟରେ ଅନୁଭବଙ୍କ ଟ୍ୱିଟ୍‌ର କଡ଼ା ଜବାବ ସ୍ୱରୂପ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି କି, କୋର୍ଟଙ୍କ ଉପରେ ତାଙ୍କର ଭରସା ରହିଛି । ସତ୍ୟ ଓ ନ୍ୟାୟର ଜୟ ହେବ ।

Share this story

World Odia Language Conferene