ଗ୍ୟାଙ୍ଗଷ୍ଟର ଗାଲରେ ପୋଲସ ଚାପୁଡ଼ା: ପୋଲିସ ହତ୍ୟାକାରୀ ‘କାନପୁରୱାଲା’ ପାଟି କରିବାରୁ ମାଡ଼ ମାରିଲା ପୋଲିସ, ପଢ଼ନ୍ତୁ ଖବର ଦେଖନ୍ତୁ ଭିଡିଓ…

ଓଡ଼ିଆ ଗସିପ୍ ବ୍ୟୁରୋ: ଏହି ଭିଡିଓ ହେଉଛି ମଧ୍ୟପ୍ରଦେଶ ଉଜ୍ଜୟିନୀ ସ୍ଥିତି ମହାକାଳ ମନ୍ଦିରରୁ ଗ୍ୟାଙ୍ଗଷ୍ଚର ବିକାଶ ଦୁବେକୁ ଗିରଫ କରିବା ବେଳେର ।

ପୋଲିସ ଗିରଫ କରି ତାକୁ ଭ୍ୟାନରେ ନେବା ବେଳେ ପୋଲିସ ବିକାଶର ଗାଲକୁ ଏକ ଶକ୍ତ ଚାପୁଡ଼ା ମାରୁଥିବାର ଆପଣ ଧ୍ୟାନ ଦେଇଥିବା । ଆଉ ଏହାର କାରଣ ଆପଣ ମଧ୍ୟ ଭଲସେ ଜାଣିପାରିଥିବେ ।

ହଁ ଗିରଫ କରି ନେବା ବେଳକୁ ପୋଲିସକୁ ନାଲି ଆଖି ଦେଖାଇଥିଲା ବିକାଶ ଦୁବେ ଆଉ ଜୋରରେ କହୁଥିଲା ‘ମୁଁ ବିକାଶ ଦୁବେ’ କାନପୁର ୱାଲା। ବାସ୍ ଏତିକିରେ ନିଆଁବାଣ ପୋଲିସ ଉତ୍ତମ ମଧ୍ୟମ କରି ବିକାଶକୁ ଥାନାକୁ ନେଇଛନ୍ତି ।

ଜୁନ୍‌ ୩ରେ ପୁଲିସ୍‌ କର୍ମଚାରୀମାନେ ତା’କୁ ଧରିବାକୁ ଯିବା ବେଳେ ବିକାଶ ଓ ତା’ର ସହଯୋଗୀମାନେ ଗୁଳି କରିଥିଲେ । ଏଥିରେ ୮ ଜଣ ପୁଲିସ୍‌ ସହିଦ ହୋଇଥିଲେ । ସେବେଠାରୁ ତା’କୁ ଧରିବା ପାଇଁ ୨୦ଟି ଟିମ ଗଠନ କରାଯାଇଥିଲା ।

ପ୍ରଥମେ ସେ ଫରିଦାବାଦରେ ଥିବା ଜଣାପଡ଼ିଥିଲା । ତେବେ ସେଠାରୁ ସେ ଖସି ଯିବାକୁ ସକ୍ଷମ ହୋଇଥିଲା ।
ଏହାପରେ ସନ୍ଧ୍ୟା ବେଳେ ପୁଣି ନୋଏଡା ସେକ୍ଟର ୭୧ରେ ସେ ବୁଲୁଥିବା ଖବର ମିଳିଥିଲା । ହେଲେ ରାତ୍ରୀକାଳୀନ କର୍ଫ୍ୟୁ ସତ୍ତ୍ୱେ ସେ ନୋଏଡାରୁ ମଧ୍ୟପ୍ରଦେଶର ଉଜୈନ ଯିବାକୁ ସକ୍ଷମ ହୋଇଥିଲା ।

ଉତ୍ତର ପ୍ରଦେଶ ପୁଲିସ୍‌ କାଳେ ତା’କୁ ଏନକାଉଣ୍ଟର କରିଦେବ, ସେ ଭୟରେ ସେ ରାଜ୍ୟ ବାହାରକୁ ଚାଲି ଯାଇଥିବା କୁହାଯାଉଛି ।

Share this story

World Odia Language Conferene