ଗୋଟିଏ ଗୋଟିଏ ପୃଷ୍ଠାରେ ଲେଖା ଅଛି ମହାମାରୀ ଓ ମହାବିପତ୍ତିର କଥା; 41 ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କଲାଣି ମହାମାରୀ

ଗୋଟିଏ ଗୋଟିଏ ପୃଷ୍ଠାରେ ଲେଖା ଅଛି ମହାମାରୀ ଓ ମହାବିପତ୍ତିର କଥା; 41 ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କଲାଣି ମହାମାରୀ
ଗୋଟିଏ ଗୋଟିଏ ପୃଷ୍ଠାରେ ଲେଖା ଅଛି ମହାମାରୀ ଓ ମହାବିପତ୍ତିର କଥା; 41 ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କଲାଣି ମହାମାରୀ

ଓଡ଼ିଆ ଗସିପ୍ ବ୍ୟୁରୋ: ମାଳିକା ଭବିଷ୍ୟବାଣୀରେ ପୃଥିବୀ ଧ୍ୱଂସର କାହାଣୀ ଲେଖାଅଛି । 5 ହଜାର ବର୍ଷ ପୂର୍ବେ ଲେଖା ହୋଇଥିଲା ଯେ, ଆଜି କଣ ହେବ । ସତକୁ ସତ ଅଜଣା ସଂକ୍ରମଣ ଆସିଲା ଏବଂ ପୃଥିବୀ ପୃଷ୍ଠରୁ ଲୋକଙ୍କୁ ପୋକମାଛି ପରି ମାରି ବିପତ୍ତି ଆଡକୁ ନେଇ ଯାଉଛି ମହାମାରୀ । ଯାହାର ଉଦାହରଣ ଆଜି ପୁଣି ଦେଖିବାକୁ ମିଳିଛି କାହିଁକିନା ଆଜିର କରୋନା ରିପୋର୍ଟ ସେ ଦିଗ ଆଡକୁ ପ୍ରମାଣିତ କରୁଛି ।

ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ବ ତାଲିକାର ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ଦ୍ବିତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି ।

ଗତ କିଛି ଦିନ ହେଲାଣି କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୨୪ଘଣ୍ଟାରେ ୮୬,୪୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୯୦ହଜାର ପାର କରିଛି । ପୂର୍ବର ସବୁ ରେକର୍ଡ ଭାଙ୍ଗି ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୦୬୫ଜଣ ମୃତ୍ୟୁବରଣ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୧ ଲକ୍ଷ ଟପିଛି । ଆଜି ଦେଶର କରୋନା ମିଟର ୪୧,୧୩,୮୧୧ରେ ପହଞ୍ଚିଛି । ଏହା ମଧ୍ୟରୁ ୮୬୨୩୨୦ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୭୦,୬୨୬ ରହିଛି । ତେବେ ଭଲ ଖବର ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୧,୮୦,୮୬୫ ରେ ପହଞ୍ଚିଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୯୦, ୬୩୨ ନୂଆ ମାମଲା ସାମନାକୁ ଆସିଛି ଓ ୧୦୬୫ ଜଣ ମୃତ୍ୟୁବରଣ କରିଛନ୍ତି ।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୦,୨୩,୧୭୯ ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୮୪୬୩୯୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୯,୫୬୧ ରହିଥିଲା । ଏହା ସହ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୧,୦୭,୨୨୩ ରେ ପହଞ୍ଚିଥିଲା । ତେବେ ଗତକାଲି ଭାରତ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ତୃତୀୟ ସ୍ଥାନରେ ରହିଥିବା ବେଳେ ଆଜି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ।

Share this story

World Odia Language Conferene