ଗୃହମନ୍ତ୍ରୀ ଅମିତ୍ ଶାହ କରୋନା ପଜିଟିଭ୍, ସେପଟେ ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ

ଗୃହମନ୍ତ୍ରୀ ଅମିତ୍ ଶାହ କରୋନା ପଜିଟିଭ୍, ସେପଟେ ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ
ଗୃହମନ୍ତ୍ରୀ ଅମିତ୍ ଶାହ କରୋନା ପଜିଟିଭ୍, ସେପଟେ ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କରୋନା ପଜିଟିଭ୍ । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଅମିତ ଶାହା ନିଜେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଶାହାଙ୍କଠାରେ କୋଭିଡର ଲକ୍ଷଣ ଦେଖା ଦେବା ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଗତ କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଏପଟେ ଅମିତ ଶାହ କୋରନା ପଜିଟିଭ୍ ପରେ ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଅନ୍ୟପଟେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ବିଗ୍ ବି ସୁସ୍ଥ ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପୁଅ ଅଭିଷେକ ବଚ୍ଚନ ।

ରିପୋର୍ଟ ନେଗେଟିଭ ଆସିବା ପରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ସୁସ୍ଥ ହୋଇ ଫେରିବା ପରେ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅମିତାଭ ।

ସେପଟେ ପୁଅ ଅଭିଷେକ ଏବେ ବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହା ପୂର୍ବରୁ କରୋନାରୁ ମୁକ୍ତ ହୋଇ ଐସ୍ୱରର୍ଯ୍ୟ ରାୟ ବଚ୍ଚନ ଓ ଝିଅ ଆରାଧ୍ୟ ମଧ୍ୟ ଘରକୁ ଫେରିଥିଲେ ।

Share this story

World Odia Language Conferene