କୋର୍ଟଙ୍କ ଭରସାରେ ଘର ସଂସାର, ସୁଧୁରିବ କି ସମ୍ପର୍କ?

କୋର୍ଟଙ୍କ ଭରସାରେ ଘର ସଂସାର, ସୁଧୁରିବ କି ସମ୍ପର୍କ?
କୋର୍ଟଙ୍କ ଭରସାରେ ଘର ସଂସାର, ସୁଧୁରିବ କି ସମ୍ପର୍କ?

ଓଡ଼ିଆ ଗସିପ ବ୍ୟୁରୋ: କଥାରେ କଥାରେ କଳି, କଳିରେ କଳିରେ ଖେଳ ଖତମ । ଫିଲ୍ମ କାହାଣୀଠୁ ବଳିଗଲାଣି ବର୍ଷା-ଅନୁଭବଙ୍କ ଝଗଡ଼ା ଓ ମନମାଳିନ୍ଯ । ଏବେ ସଂସାର ବଞ୍ଚାଇବା ପାଇଁ ନୁହେଁ ସମ୍ମାନ ରକ୍ଷା କରିବା ପାଇଁ ଦୁହେଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସ୍ବାମୀ ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସ୍କୋର୍ଟରେ ଦାଏର ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସର୍ବୋଚ୍ଚକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ମହିଳାଙ୍କ ପକ୍ଷେ ନିଜ ରହୁଥିବା ସ୍ଥାନରୁ ଏତେ ଦୂରରେ ଆସି ଦିଲ୍ଲୀରେ ମାମଲା ଲଢ଼ିବା ସମ୍ଭବ ନୁହେଁ ଦର୍ଶାଇ ବର୍ଷା ଏଇ ଆବେଦନ କରିଛନ୍ତି । ଏବଂ ଏହି ଟ୍ରାନ୍ସଫର ପିଟିସନ୍ର ନିଷ୍ପତ୍ତି ନହେବା ଯାଏଁ ପଟିଆଲା ହାଉସ୍କୋର୍ଟର ଛାଡ଼ପତ୍ର ମାମଲାର ଶୁଣାଣି ବନ୍ଦ ରଖିବାକୁ ମଧ୍ୟ ଆବେଦନରେ ଦର୍ଶାଯାଇଛି ।

ସେପଟେ ସେଇ ସୁପ୍ରିମ୍କୋର୍ଟରେ ସ୍ବାମୀ ଅନୁଭବ ମଧ୍ୟ ଏକ କ୍ଯାଭେଟ୍ ପିଟିସନ୍ ଦାଖଲ କରିଛନ୍ତି । ଯେଉଁଥିରେ ତାଙ୍କ ପକ୍ଷ ନଶୁଣି ପତ୍ନୀ ବର୍ଷାଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ଅପିଲ୍ ରହିଛି ।

ସାଂସଦ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍କୋର୍ଟରେ ବିବାହ ବିଚ୍ଛେଦ ମାମଲା ଦାୟର କରିଥିଲା ବେଳେ ପତ୍ନୀ ବର୍ଷା ମଧ୍ୟ କଟକ ନିମ୍ନ ଅଦାଲତରେ ଦୁଇଟି ମାମଲା କରିଛନ୍ତି । ପତି ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସାର ସାଂଘାତିକ ଅଭିଯୋଗ ସାଂଗକୁ କ୍ଷତିଭରଣା ଲାଗି କଟକ ଏସ୍ଡିଜେଏମ୍ଙ୍କ କୋର୍ଟରେ ଗୋଟିଏ ମାମଲା ଏବଂ ନିଜ ବୈବାହିକ ଜୀବନକୁ ପୁନଃସ୍ଥାପିତ କରିବା ଲାଗି ପରିବାର ଅଦାଲତରେ ଅନ୍ଯ ଗୋଟିଏ ମାମଲା ।

ଅଦାଲତୀ ଲଢ଼େଇ ସାଙ୍ଗକୁ ସୋସିଆଲ୍ ମିଡିଆରେ ମଧ୍ୟ ଉଭୟଙ୍କ ଆରୋପ ପ୍ରତ୍ଯାରୋକୁ ନେଇ ଚର୍ଚ୍ଚା ଲାଗି ରହିଛି । ନିଜ ଶାଶୁଘରେ ଅର୍ଥାତ୍ ଅନୁଭବଙ୍କ କଟକ ନନ୍ଦିସାହି ଘରେ ଥିବା ବର୍ଷା ନିଜକୁ ଅସୁରକ୍ଷିତ ମଣି ସୁରକ୍ଷା ଲୋଡ଼ିବାରୁ ତାଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି ।

Share this story

World Odia Language Conferene