କେବଳ ଅଙ୍କିତା ହିଁ ସୁଶାନ୍ତଙ୍କୁ ବଞ୍ଚାଇପାରିଥାନ୍ତେ !…

କେବଳ ଅଙ୍କିତା ହିଁ ସୁଶାନ୍ତଙ୍କୁ ବଞ୍ଚାଇପାରିଥାନ୍ତେ !…
କେବଳ ଅଙ୍କିତା ହିଁ ସୁଶାନ୍ତଙ୍କୁ ବଞ୍ଚାଇପାରିଥାନ୍ତେ !…

ଓଡ଼ିଆ ଗସିପ୍ ବ୍ୟୁରୋ: ସବୁବେଳେ ଖୁସିରେ ରହୁଥିବା ସୁଶାନ୍ତ କଣ ସତରେ ମରିପାରେ ? ସୁଶାନ୍ତ କଣ ସତରେ ଏମିତି ସମସ୍ତଙ୍କୁ ସକ୍ ଦେଇ ଯାଇପାରନ୍ତି ? କାହିଁକି, କାହିଁକି ଏମିତି କଲେ ସୁଶାନ୍ତ ଏବେ ସମସ୍ତଙ୍କୁ ତାହା ଆଶ୍ଚର୍ଯ୍ୟ କରିଛି । ଏପରିକି ନିଜେ ସୁଶାନ୍ତଙ୍କ ବାପା ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ଚରମ ନିଷ୍ପତ୍ତିକୁ ଆଜି ବି ଗ୍ରହଣ କରିପାରୁନାହାନ୍ତି । ସବୁବେଳେ ଖୁସ୍ ଓ ବିନ୍ଦାସ ରହୁଥିବା ସୁଶାନ୍ତ କେବେ ବି ନିଜ ମନର କଥା ମୋତେ କହିନଥିଲେ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ବାପା କେକେ ସିଂହ ।

ଭଲ ପିନ୍ଧିବା, ଭଲ ଘରେ ରହିବା, ଦାମୀ ଗାଡ଼ି ଚଢ଼ିବା ଆଦି ଆଶା ରହିଥିଲା ସୁଶାନ୍ତଙ୍କର ବୋଲି କହିଛନ୍ତି ବାପା କେକେ ସିଂହ ।

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆସନ୍ତା ବର୍ଷ ବିବାହ କରିଥାନ୍ତେ ବୋଲି କହିଛନ୍ତି ତାଙ୍କ ବାପା । ଏବେ କିନ୍ତୁ ଅଧାରେ ରହିଗଲା ସୁଶାନ୍ତଙ୍କ ପରିବାର ଲୋକଙ୍କ ଏହି ଆଶା । 2021 ବର୍ଷ ଆରମ୍ଭ ବେଳକୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ହେଲେ ସବୁ କିଛି ଦୁଃସ୍ୱପ୍ନ ଭଳି କେବଳ ଯନ୍ତ୍ରଣା ଦେଉଛି । ସୁଶାନ୍ତଙ୍କ ଚାଲିଯିବା ପରେ ଏମିତି ତ ଅନେକ କଥା ଶୁଣିବାକୁ ମିଳୁଛି । ଆଗକୁ ମଧ୍ୟ ଅନେକ ଅଜଣା କଥା ସାମ୍ନାକୁ ଆସିବ ।

ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ଙ୍କ ସୂଚନା ଅନୁସାରେ ବିବାହ ତାରିଖ ପ୍ରାୟ ସ୍ଥିରିକୃତ ହୋଇ ସାରିଥିବା ବେଳେ ଲକଡାଉନ ଯୋଗୁଁ ସେ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ ବୋଲି କହିଛନ୍ତି ।

ଏହା ସହ ଆଉ ଏକ ଖବର ସାମ୍ନାକୁ ଆସିଛି । ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ତାଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂହ ଅଭିନେତାଙ୍କୁ ନେଇ ଅନେକ ରାଜର ଖୁଲାସା କରିଛନ୍ତି । ନିକଟରେ ସନ୍ଦୀପ କହିଛନ୍ତି ଯେ, ସେ ଖୁବ ଶୀଘ୍ର ସୁଶାନ୍ତଙ୍କ ସହ ଏକ ଫିଲ୍ମ ନିର୍ମାଣ କରିଥାନ୍ତେ । ଏହି ଫିଲ୍ମ ଦ୍ୱାରା ସୁଶାନ୍ତ ନିର୍ମାତା ଭାବେ ଡେବ୍ୟୁ କରିଥାନ୍ତେ । ସନ୍ଦୀପ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ ନଜର ଆସିଛନ୍ତି ।

ସେ ଲେଖିଛନ୍ତି, “ତୁମେ ମୋତେ ପ୍ରତିଶୃତି ଦେଇଥିଲ ଯେ ଆମେ ବିହାରୀ ଭାଇ ଦିନେ ଏହି ଇଣ୍ଡଷ୍ଟ୍ରିରେ ରାଜ କରିବୁ । ଆମ ଭଳି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କୁ ପ୍ରେରଣା ସହ ସେମାନଙ୍କର ସପୋର୍ଟ ସିଷ୍ଟମ ହେବା । ଏହି ସ୍ୱପ୍ନକୁ ମୁଁ କିପରି ପୂରଣ କରିବି” । ଜଣେ ନିର୍ଦ୍ଦେଶକ ଭାବେ ସେ ନିଜ କ୍ୟାରିଅର ଆରମ୍ଭ କରିଥାନ୍ତେ । ଏହି ଚଳଚ୍ଚିତ୍ରଟି ରାଜ ଶାଣ୍ଡିଲିଆ ଲେଖିଛନ୍ତି ଏବଂ ସୁଶାନ୍ତ ଓ ସନ୍ଦୀପ ଏହାକୁ ଏକାଠି ପ୍ରଡ୍ୟୁସ୍ କରିଥାନ୍ତେ । ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦୀପ ଭାଙ୍ଗି ପଡିଛନ୍ତି ।

ସନ୍ଦୀପ ସୁଶାନ୍ତଙ୍କୁ ପ୍ରତିଶୃତି ଦେଇ ଲେଖିଛନ୍ତି ଯେ, ‘ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ ଏବଂ ଏହା ସହିତ ସେ ନିଜ ବେଷ୍ଟ ଫ୍ରେଣ୍ଡ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ସୁଶାନ୍ତ ଲକ୍ଷ ଲକ୍ଷ ଯୁବ ପୀଢିଙ୍କ ପ୍ରେରଣା ସାଜିଥିଲେ । ସୁଶାନ୍ତ ଅନେକଙ୍କୁ ଶିକ୍ଷା ଦେଇଥିଲେ ଯେ କଠିନ ପରିଶ୍ରମ ଦ୍ୱାରା ମଣିଷ ସବୁ ସଫଳତା ହାସିଲ କରିପାରିବ’ ।

ଏହା ପୂର୍ବରୁ ମଧ୍ୟ ସୁଶାନ୍ତ ଓ ଅଙ୍କିତା ଲୋଖେଣ୍ଡେଙ୍କୁ ନେଇ ଏକ ଇମୋଶନାଲ ପୋଷ୍ଟ କରିଥିଲେ ସନ୍ଦୀପ । କେବଳ ଅଙ୍କିତା ହିଁ ସୁଶାନ୍ତଙ୍କୁ ବଞ୍ଚାଇପାରିଥାନ୍ତେ ବୋଲି ଲେଖିଛନ୍ତି ସନ୍ଦୀପ । କାରଣ ଅଙ୍କିତା ତାଙ୍କ ପ୍ରେମିକା, ପତ୍ନୀ, ମାଆ ଓ ସବୁଠୁ ଭଲ ବନ୍ଧୁ ଥିଲେ । ସୁଶାନ୍ତଙ୍କର ଏହି ନିଷ୍ପତ୍ତି ତାଙ୍କ ଘନିଷ୍ଠ ବନ୍ଧୁମାନଙ୍କୁ ଅନେକ କଷ୍ଟ ଦେଇଛି । ସେମାନଙ୍କ ଏଯାଏଁ ଗ୍ରହଣ କରିପାରୁନାହାନ୍ତି ଯେ, ସୁଶାନ୍ତ ଆଉ ତାଙ୍କ ଗହଣରେ ନାହାନ୍ତି ।

Share this story

World Odia Language Conferene