କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା: ଅଧିକ ଅପେଡେଟ୍ ପାଇଁ ପୂରା ପଢ଼ନ୍ତୁ…

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା: ଅଧିକ ଅପେଡେଟ୍ ପାଇଁ ପୂରା ପଢ଼ନ୍ତୁ…
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା: ଅଧିକ ଅପେଡେଟ୍ ପାଇଁ ପୂରା ପଢ଼ନ୍ତୁ…

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ଆଉ ଜଣେ କେନ୍ଦ୍ର ମନ୍ତ୍ରୀ । ସେ ହେଉଛନ୍ତି ମୋଦି ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତାଳୟ ସମ୍ଭାଳୁଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କିଛି ସହଯୋଗୀଙ୍କ ରିପୋର୍ଟ କୋରାନା ପଜେଟିଭ ଆସିବା ପରେ ନିଜେ କ୍ୱାରେଣ୍ଟାଇନରେ ଥିଲେ ।

ଏମିତି କି କ୍ୟାବିନେଟ୍ ମିଟିଂରେ ବି ଯୋଗ ଦେଇନଥିଲେ । ଆଉ ବର୍ତ୍ତମାନ ସେ କରୋନା ପଜିଟିଭ୍ ରେ ଆକ୍ରାନ୍ତ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ତାଙ୍କ ସମର୍ଥକ, ପ୍ରଶଂସକ ଏବଂ ଦଳୀୟ ନେତା ଓ କର୍ମୀ ।

ସୂଚନା ଥାଉ କି ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସମାନ ଭାବେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ମଧ୍ୟ ନିଜର କରୋନା ପରୀକ୍ଷା କରାଇନିଅନ୍ତୁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ ।

Share this story

World Odia Language Conferene