କେଉଁଠୁ ଆସନ୍ତି ସବୁ ଏମାନେ ! ମନ୍ତ୍ର ଫୁଙ୍କିଦେଲେ କୁଆଡ଼େ ମହାମାରୀ ଉଭାନ ହୋଇଯିବ…

କେଉଁଠୁ ଆସନ୍ତି ସବୁ ଏମାନେ ! ମନ୍ତ୍ର ଫୁଙ୍କିଦେଲେ କୁଆଡ଼େ ମହାମାରୀ ଉଭାନ ହୋଇଯିବ…
କେଉଁଠୁ ଆସନ୍ତି ସବୁ ଏମାନେ ! ମନ୍ତ୍ର ଫୁଙ୍କିଦେଲେ କୁଆଡ଼େ ମହାମାରୀ ଉଭାନ ହୋଇଯିବ…

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀର ଜଣେ ବାବାଙ୍କ ଯୁକ୍ତି ଯେ, ମନ୍ତ୍ର ଫୁଙ୍କି ଦେଲେ ଉଭାନ ହୋଇଯିବ କରୋନା ମହାମାରୀ । ବାବାଙ୍କ ଯୁକ୍ତି ଯେ, ଭୁବନେଶ୍ବରରେ ଶହଶହ ହସ୍ପିଟାଲ ଥିବା ବେଳେ ଦିର୍ଘ ୯ବର୍ଷ ହେଲା ତାଙ୍କ ଘର ଆଗରେ ପ୍ରଦିଦିନ ସକାଳେ ଶହଶହ ରୋଗୀ ଲାଇନ୍‌ ଲଗାଉଛନ୍ତି ।

ଲୋକେ ହସ୍ପିଟାଲକୁ ନଜାଇ ପ୍ରତିଦିନ ତାଙ୍କ ଘର ଆଗରେ ରୁଣ୍ଡ ହେଉଛନ୍ତି । ଆଉ ଏବେ ହଠାତ୍ କରୋନା ବେଳେ ବାବାଙ୍କ ଆବିର୍ଭାବ ଆଉ ଏଭଳି ବିତଣ୍ଡା ଯୁକ୍ତି ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି । ବାବା ଆର୍ତ୍ତତ୍ରାଣଙ୍କର ଏ ସବୁ ଭାଣ୍ଡାମୀ ନା କେବଳ ଆତ୍ମପ୍ରଚାର ନା ଏହାପଛରେ ଆଉ କିଛି ରହସ୍ୟ ରହିଛି ତା ଉପରୁ ପର୍ଦା ହଟିବା ଜରୁରି ।

ବାବା ଦାବି କରିଛନ୍ତି, ହଜାର ହଜାର କରୋନା ରୋଗୀ ଥିବା ହସ୍ପିଟାଲରେ ରୋଗୀ ମାନଙ୍କୁ ମନ୍ତ୍ର ମାଧ୍ୟମରେ ସୁସ୍ଥ କରିଦେବେ । ସେ କରୋନା ସଂକ୍ରମିତଙ୍କ ସହ ରହିଲେ ବି ତାଙ୍କୁ କରୋନା ହେବନି ବୋଲି ବାବା କହୁଛନ୍ତି ।

ପ୍ରଶ୍ନ ଉଠୁଛି ଯେତେବେଳେ କରୋନା ମହାମାରୀ ରୋକିବା ପାଇଁ ବିଶ୍ବର ବିଶିଷ୍ଟ ବୈଜ୍ଞାନିକ, ଚିକିତ୍ସା ବିଜ୍ଞାନୀ, କରୋନାର ଆକାର ପ୍ରକାର ନିରାକାର ଖୋଜି ଖୋଜି ନୟାନ୍ତ ହୋଇ ପଡିଲେଣି ସେତେବେଳେ ବାବା ଆରତତ୍ରାଣଙ୍କ ଏଭଳି ଚ୍ୟାଲେଞ୍ଜକୁ ଆପଣ କଣ କହିବେ । ଏବା ଭାଣ୍ଡାମୀ ନା କେବଳ ଆତ୍ମ ପ୍ରଚାର ?

କଥା ହେଉଛି, ବାବା ମନ୍ତ୍ର ବୋଲି କରୋନାକୁ ଫୁ କରିଦେବେ ବୋଲି ବାରମ୍ବାର ଦାବି କରୁଛନ୍ତି । ମାତ୍ର ମାସେ ସମୟ ଦେଲେ ସେ ସାରା ଦେଶରୁ କୁଆଡେ କରୋନାକୁ ତଡ଼ି ଦେବେ ବୋଲି ବି କହୁଛନ୍ତି । ହେଲେ ସେ ମନ୍ତ୍ର ଟି କଣ ତାହା କିନ୍ତୁ କହୁନାହାନ୍ତି । କାହାକୁ ଭଲ କରିଛନ୍ତି ପଚାରିଲେ ବାବା କହୁଛନ୍ତି ମୁଁ ଅଡିଓ ପଠାଉଛି ଶୁଣନ୍ତୁ ।

ସୁଦୁର ପ୍ୟାରିସ୍‌ର ଜଣେ ମହିଳା କୋରନା ରୋଗୀଙ୍କୁ ସେ ସୁସ୍ଥ କରିଥିବା କହିଛନ୍ତି । କିନ୍ତୁ ପ୍ରମାଣ ମାଗିଲେ ବାବା କହୁଛନ୍ତି ୟୁଟ୍ୟୁବ୍‌ ଦେଖ ।

ଏବେ ପ୍ରଶ୍ନ କରୋନା ନିବାରଣ ମନ୍ତ୍ର, ଜାଣିଥିବା ଦାବି କରୁଥିବା ଏବଂ ୩ ଦିନରେ ଭଲ କରିଦେବି ବୋଲି ଯେଉଁ ଦାବି ହେଉଛି ଏବଂ ସୋସିଆଲ ମିଡିଆରେ ପ୍ରଚାର ହେଉଛି ସେସବୁର ବ୍ରେକ୍ କେବେ ଲାଗିବ?

ଏବେ ଆପଣଙ୍କୁ ଅନୁରୋଧ କରୋନା ଭଳି ବିପତ୍ତି ସମୟରେ କୌଣସି ବାବାଙ୍କ କଥା ନ ଶୁଣି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ପରାମର୍ଶ ମାନନ୍ତୁ ଏବଂ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଯତ୍ନ ନିଅନ୍ତୁ । ସୁରକ୍ଷିତ ରୁହନ୍ତୁ କରୋନାକୁ ଜାଣି ତା ଠାରୁ ଦୂରେଇ ରୁହନ୍ତୁ ।

Share this story

World Odia Language Conferene