କିଏ ଖୋଲିବ ମାନବପ୍ରେମୀଙ୍କ ମୃତ୍ୟୁର ଗୁମର?

କିଏ ଖୋଲିବ ମାନବପ୍ରେମୀଙ୍କ ମୃତ୍ୟୁର ଗୁମର?
କିଏ ଖୋଲିବ ମାନବପ୍ରେମୀଙ୍କ ମୃତ୍ୟୁର ଗୁମର?

ଓଡ଼ିଆ ଗସିପ୍ ବ୍ୟୁରୋ: ଦିନ ଯେତେ ଗଡ଼ୁଛି ସେତେ ନୂଆ ନୂଆ ଫର୍ଦ୍ଦ ସାମ୍ନାକୁ ଆସୁଛି । ଆତ୍ମହତ୍ୟାରୁ ଏବେ ସନ୍ଦେହ ହତ୍ୟା ଆଡ଼କୁ ଯାଉଛି । କାହିଁକି ନା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ସାଙ୍ଗ ପପୁ ଯେଉଁ ସବୁ ତଥ୍ୟ ଆଣୁଛନ୍ତି ଏବଂ ପରଷ୍ପରକୁ ଦୋଷାରପ କରୁଛନ୍ତି ତାହା ହତ୍ୟା ନଚେତ ଆତ୍ମହତ୍ୟା ପାଇଁ ଚାପ ପକାଯାଇଥିବା ଦର୍ଶାଉଛି ।

କିଏ କଣ ଅଭିଯୋଗ ଆଣିଛି?

ଆଦିତ୍ୟଙ୍କ ସାଙ୍ଗ ପପୁ କହିଛନ୍ତି- ଟଙ୍କା ପାଇଁ ଯାଇନି ଆଦିତ୍ୟଙ୍କ ଜୀବନ । ପଇସା ପାଇଁ ଆଦିତ୍ୟ କେବେ ଏମିତି କାମ କରିବ ନାହିଁ । ମୁଁ ପଇସା ନେଇଛି, ସେଥିପାଇଁ ଏମିତି ହୋଇନି । ମୁଁ ବୋଲି ନୁହେଁ ଆଦିତ୍ୟ ସମସ୍ତଙ୍କ ପଇସା ପତ୍ରରେ ସାହାଯ୍ୟ କରନ୍ତି । ମୋ ପାଇଁ ଜମି କିଣି ପାରିନଥିବା କଥା ମିଛ ।

ଆଦିତ୍ୟ ମୋତେ ପଇସା ଦେଇଥିବା ବେଳେ ବିଦ୍ୟାଶ୍ରୀ ଆସି ଟଙ୍କା ମାଗିଥିଲେ ବୋଲି ପପୁ କହିଛନ୍ତି । ବରଂ ଟଙ୍କା କଥା ଉଠାଇ ମୃତ୍ୟୁ କେସକୁ ଅନ୍ୟ ମୋଡ଼ ଦିଆଯାଉଛି । ଆଦିତ୍ୟ ବାହାଘର ପରେ ସିଙ୍ଗଲ ଲାଇଫ୍ ଭାରି ଭଲ । ବାହାଘର ପରେ ଅଡ଼ୁଆ ସୃଷ୍ଟି ହେଉଛି ବୋଲି କହିଥିଲେ । ତେବେ, ବିଦ୍ୟାଶ୍ରୀଙ୍କ ସହ ତାଙ୍କ ସମ୍ପର୍କ ୪ରୁ ୫ ମାସର । ଏବେ ମାସେ ତଳେ ସେ ବାହା ହୋଇଥିଲେ ବୋଲି ପପୁ କହିଛନ୍ତି ।

ଏହା ପୂର୍ବରୁ ବିଦ୍ୟାଶ୍ରୀ କହିଥିଲେ- ମିଡ଼ିଆ ସାମ୍ନାରେ ମୋ ସ୍ଵାମୀ କେବେ ବି ଆତ୍ମହତ୍ୟା କରି ନଥିବେ ତାଙ୍କୁ ମର୍ଡ଼ରକରା ଯାଇଛି । ଯଦି ମର୍ଡ଼ର କରା ନ ଯାଇଛି ତା ହେଲେ ଯବରଦସ୍ତି ସୁଇସାଇଡ଼ ନୋଟ ଲେଖେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ସେ ନୋଟରେ ହେଣ୍ଡ ରାଇଟିଙ୍ଗ ଆଦିତ୍ୟଙ୍କର କି?

Share this story

World Odia Language Conferene