କରୋନା କେସ୍ ଷ୍ଟଡି; ରାଜଧାନୀର ଆଳୁ ଗୋଦାମରେ ସୁପର ସ୍ପ୍ରେଡର!

କରୋନା କେସ୍ ଷ୍ଟଡି; ରାଜଧାନୀର ଆଳୁ ଗୋଦାମରେ ସୁପର ସ୍ପ୍ରେଡର!
କରୋନା କେସ୍ ଷ୍ଟଡି; ରାଜଧାନୀର ଆଳୁ ଗୋଦାମରେ ସୁପର ସ୍ପ୍ରେଡର!

ଓଡ଼ିଆ ଗସିପ ବ୍ୟୁରୋ: ନିଜେ କରୋନା ସଂକ୍ରମିତ ହେଲେ ତା ସହ ଅନ୍ୟମାନଙ୍କୁ ମଧ୍ୟ କରୋନା ସଂକ୍ରମଣରେ ସଂକ୍ରମିତ କଲେ । ଜଣେ କି ଦୁଇ ଜଣ ନୁହେଁ ଏମିତି ଭାବରେ ୪୧ ଜଣଙ୍କୁ ଜଣେ ଆଳୁ ବ୍ୟବସାୟୀ ସଂକ୍ରମିତ କରିଥିବା କଥା ଏବେ ସାମ୍ନାକୁ ଆସିଛି ।

ଶନିବାର ସଧ୍ୟାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏଥା କହିଛନ୍ତି ନିଜେ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସେ କହିଛନ୍ତି ଯେ, ରାଜଧାନୀର ଜଣେ ଆଳୁ ବ୍ୟବସାୟିକଙ୍କ ଅସାବଧାନତା କାରଣରୁ ୪୧ ଜଣ ସଂକ୍ରମିତ ହେଲେ । ଏଣୁ ଅତି ଆବଶ୍ୟକ ନଥିଲେ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ କିମ୍ବା ଭିଡ଼ କରନ୍ତୁ ନାହିଁ ବୋଲି କହିଛନ୍ତି ବିଏମ୍ସି କମିଶନର ।

ସେ ଆହୁରି କହିଛନ୍ତି ଯେ, ଦୈନିକ ପରିବା କିଣିବାକୁ ନଯାଇ, ସପ୍ତାହକୁ ଦୁଇଥର ଯାଆନ୍ତୁ । ଏବଂ ଅଳ୍ପ କେଇ ଟଙ୍କାର ସଞ୍ଚୟ ପାଇଁ ବୁଲି ବୁଲି କିଣନ୍ତୁନି, ଜୀବନ ବଞ୍ଚିବା ଜରୁରୀ ଅଟେ ତେଣୁ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବା ଆବଶ୍ୟକ ।

ବଜାରକୁ ଗଲା ବେଳେ ପୂରା ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଙ୍ଗ କରନ୍ତୁ । ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, କହି ହେବନି ତେଣୁ ଏଭଳି ଜାଗାକୁ ଯିବା ବେଳେ ଭିଡ଼କୁ ନଯାଇ ଶୀଘ୍ର ଜିନିଷ ଧରି ପଳାଇ ଆସିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ରାସ୍ତାକଡ଼ ଜଳଖିଆ ଦୋକାନୀକୁ ଦୋକାନରେ ବିକ୍ରି ପାଇଁ ଅନୁମତି ଦିଆଯାଇନାହିଁ ।

ଅନେକ ଜାଗାରେ ଦେଖାଯାଉଛି, ସେମାନେ ସେଇଠି ବିକ୍ରି କରୁଛନ୍ତି, ଲୋକମାନେ ବି ସେଇଠି ଖାଉଛନ୍ତି । ସେମିତି କରନ୍ତୁନି, ଘରକୁ ପାର୍ସଲ ନେଇ ଆସନ୍ତୁ ।

୬୦ ପ୍ରତିଶତ ବସ୍ତିରେ ଆମେ ଏଯାଏ କିଛି ବି କେସ୍ ପାଇନୁ, ବସ୍ତି କମିଟିର ତ୍ୱରିତ କାର୍ଯ୍ୟ ପାଇଁ ଅନେକ ବସ୍ତିରେ ସଂକ୍ରମଣ ନାହିଁ । ଟେଷ୍ଟିଂରେ ଯିଏ ପଜିଟିଭ ଆସିବ, ସେ ଆଇସୋଲେସନରେ ରହିବାକୁ ବାଧ୍ୟ ବୋଲି କହିଛନ୍ତି ବିଏମ୍ସି କମିଶନର ।

Share this story

World Odia Language Conferene