କରୋନା କାଳରେ ଅବସାଦ ନେଇପାରେ ଆପଣଙ୍କ ଜୀବନ: ଜାଣନ୍ତୁ କେମିତି ବଞ୍ଚିବେ, କଣ ରହିଛି ଉପାୟ…

କରୋନା କାଳରେ ଅବସାଦ ନେଇପାରେ ଆପଣଙ୍କ ଜୀବନ: ଜାଣନ୍ତୁ କେମିତି ବଞ୍ଚିବେ, କଣ ରହିଛି ଉପାୟ…
କରୋନା କାଳରେ ଅବସାଦ ନେଇପାରେ ଆପଣଙ୍କ ଜୀବନ: ଜାଣନ୍ତୁ କେମିତି ବଞ୍ଚିବେ, କଣ ରହିଛି ଉପାୟ…

ଓଡ଼ିଆ ଗସିପ ବ୍ୟୁରୋ: ଅବସାଦ ବା ଡିପ୍ରେସନ ହେଉଛି ମନର ଏକ ପ୍ରକାର ଭାବ ବା ଅବସ୍ଥା ଯେଉଁଥିରେ କିଛି କାମଦାମ କରିବାକୁ ଇଛା ହୁଏନାହିଁ  ।

କରୋନା କାଳରେ ଅବସାଦ ନେଇପାରେ ଆପଣଙ୍କ ଜୀବନ: ଜାଣନ୍ତୁ କେମିତି ବଞ୍ଚିବେ, କଣ ରହିଛି ଉପାୟ…

ମନ ଉଦାସ ରହେ ଯାହାକି ଜଣେ ମନୁଷ୍ୟର ଚିନ୍ତାଧାରା, ବ୍ୟବହାର, ପ୍ରବୃତ୍ତି, ଭାବନା ଏବଂ ଭଲ କଥା ଭାବିବା ଆଦିକୁ ପ୍ରଭାବିତ କରିପାରେ ।

ଗୋଟିଏ ଅବସାଦ ମନ ସାଧାରଣତଃ ନିଜ ଲୋକ କାହାକୁ ହରେଇବାର ଏକ କ୍ଷଣସ୍ଥାୟୀ ପ୍ରତିକ୍ରିୟା ହୋଇଥାଏ ।

ଆହୁରି କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ବି ହୋଇପାରେ କିମ୍ବା କୌଣସି ଶାରୀରିକ ରୋଗ ଯୋଗୁଁ ମଧ୍ୟ ହୋଇପାରେ ।

ଗୋଟିଏ ଅବସାଦ ମନ ମଧ୍ୟ କିଛି ମନ ରୋଗ, ପ୍ରମୁଖ ଅବସାଦ ବେମାରୀର ଲକ୍ଷଣ ହୋଇଥାଏ ।

ଏମିତିରେ ଏବେ କରୋନା ମହାମାରୀ ଆମ ଜୀବନରେ ଝଡ଼ ନେଇ ଆସିଛି । ତେଣୁ ଆମକୁ ନଜକୁ ନିଜେ କାଉନସେଲିଂ କଲେ ଆଗାମୀ କାଲିର ସୂର୍ଯ୍ୟ ଦେଖିପାରିବା ।

ରିପୋର୍ଟ ଅନୁସାରେ କରୋନା ମହାମାରୀ ସମୟରେ  ଅନେକଙ୍କୁ ମାନସିକ ଅବସାଦ ଦେଇ ଗତି କରିବାକୁ ପଡ଼ୁଛି।

ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟ ସରକାରଙ୍କ ମାନସିକ ସ୍ବାସ୍ଥ୍ୟ ‌କାର୍ଯ୍ୟକ୍ରମ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ଏ ପର୍ଯ୍ୟନ୍ତ ରାଜ୍ୟର ୩୯ ହଜାର ୧୨୩ ପ୍ରବାସୀଙ୍କୁ ମାନସିକ ଅବସାଦ, ଭୟଭୀତ ନ ହେବା ଓ ମାଦକ ଦ୍ରବ୍ୟ ସେବନ ନ କରିବା ଆଦି ସଂପର୍କରେ କାଉନସେଲିଂ କରାଯାଇଛି।

Share this story

World Odia Language Conferene