କ’ଣ ଏହି ବଚ? ଏହାକୁ ସେବନ କଲେ ମିଳେ ଏହି ସବୁ ଫାଇଦା, ପଢ଼ନ୍ତୁ ଓ ଜାଣନ୍ତୁ …

କ’ଣ ଏହି ବଚ? ଏହାକୁ ସେବନ କଲେ ମିଳେ ଏହି ସବୁ ଫାଇଦା, ପଢ଼ନ୍ତୁ ଓ ଜାଣନ୍ତୁ …
କ’ଣ ଏହି ବଚ? ଏହାକୁ ସେବନ କଲେ ମିଳେ ଏହି ସବୁ ଫାଇଦା, ପଢ଼ନ୍ତୁ ଓ ଜାଣନ୍ତୁ …

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ବାସ୍ଥ୍ଯ କେବଳ ସମ୍ପଦ ନୁହେଁ, ସ୍ବାସ୍ଥ୍ଯ ହେଉଛି ଏକ ଜୀବନ । ଏହାର ଯତ୍ନ ନ ନେଲେ ମଲାଫୁଲ ପରି ଏହା ସଂସାରରୁ ଝଡ଼ି ପଡ଼ିବ । ତେବେ ଆଉ ଡେରି କାହିଁକି ଶନିବାରର ହେଲଥ ଟିପ୍ସରେ ଆମେ ଆପଣଙ୍କ ପାଇଁ ଆଣିଛୁ ଏମିତି ଏକ ଉପାଦେୟ ଆଲେଥ୍ଯ ଯାହା ଆପଣଙ୍କ ପାଇଁ ସଞ୍ଜୀବନି ସାବ୍ୟସ୍ତ ହେବ ।


ପୂର୍ବକାଳରେ ଔଷଧ ନ ଥିଲା, ଡାକ୍ତର ନ ଥିଲେ ତଥାପି ବି ଶାରୀରିକ ସମସ୍ଯାର ସମାଧାନ ହେଉଥିଲା। ପୂର୍ବରୁ ରହିଥିବା ଅନେକ ଔଷଧୀୟ ପଦାର୍ଥ ମଧ୍ୟରୁ ବଚ ଅନ୍ଯତମ। ଏହାକୁ ବହୁ ପୁରୁଣା କାଳରୁ ଔଷଧ ଭାବେ ବ୍ଯବହାର କରାଯାଏ। ଥଣ୍ଡା, ଶ୍ୱାସ, ସ୍ମରଣ ଶକ୍ତି, କଣ୍ଠ, ତ୍ୱଚା, କେଶ ଆଦି ଅନେକ ସମସ୍ଯାର ସମାଧାନ ଏଥିରେ ରହିଛି।

ଏହା ଥଣ୍ଡା ଓ ମୁଣ୍ଡବିନ୍ଧା ପାଇଁ ଏହା ଅବ୍ଯର୍ଥ ଔଷଧ ପରି କାମ କରେ। ଏହାର ଗୁଣ୍ଡକୁ ନାକରେ ପକାଇଲେ ଛିଙ୍କ ସମସ୍ଯା ଥିଲେ ସହଜରେ ଦୂର ହୁଏ।

କଫ କିମ୍ବା ଜ୍ୱର ହୋଇଥିଲେ ବଚ ଖାଇବା ଦ୍ୱାରା ଉପଶମ ମିଳେ। ଏହା ଏକ ଉତ୍ତମ ଥଣ୍ଡା ନାଶକାରୀ ଦ୍ରବ୍ଯ ବୋଲି ଆପଣ କହିପାରନ୍ତି। ବଚ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବି ବୃଦ୍ଧି ହୋଇଥାଏ। ମହୁ ସହ ବଚ ଗୁଣ୍ଡ ମିଶାଇ ପିଇଲେ ସ୍କରଣ ଶକ୍ତି ବିଥାଏ।

ଶ୍ୱାସ ରୋଗୀମାନେ ରୀତିମତ ବଚ ଖାଇ ପାରିବେ। ବଚ ଖାଇଲେ ଧଇଁ ଉଠିବା କମ୍ ହେବା ସହ ଭିତରକୁ ଥଣ୍ଡା ଦୂର ହୋଇଥାଏ। କଣ୍ଠ ପତଳା କରିବାକୁ ଚାହୁଁଥିଲେ ଆପଣ ବଚ ଖାଇପାରନ୍ତି। ରୀତିମତ ବଚ ଖାଇଲେ କଣ୍ଠ ପତଳା ହେବା ସହ ସ୍ପଷ୍ଟ ବି ହୋଇଥାଏ।

ନିଦ୍ରାହୀନତା ରୋଗ ବି ବଚ ଖାଇବା ଦ୍ୱାରା ଦୂର ହୋଇଥାଏ। ଆଜିକାଲି ଯୁବପିିଙ୍କ କ୍ଷେତ୍ରରେ ଏ ସମସ୍ଯା ରହିଛି। ତେବେ ବଚ ଖାଇ ଏହାକୁ ଦୂର କରି ହେବ। ଗାଧୁଆ ପାଣିରେ ବଚ ଗୁଣ୍ଡ ମିଶାଇ ଗାଧୋଇଲେ ତ୍ୱଚା ଚିକ୍କଣ ହୋଇଥାଏ।

ଏହା କେଶ ଝଡ଼ା ସମସ୍ଯା ବି ଦୂର କରିଥାଏ। ତେଲରେ ବଚ ମିଶାଇ ଲଗାଇଲେ କେଶ ଝଡ଼ା ସମସ୍ଯା ଦୂର ହୋଇଥାଏ।

Share this story

World Odia Language Conferene