କଙ୍ଗନା-ମହାରାଷ୍ଟ୍ର ସରକାର ମୁହାଁମୁହିଁ, ‘ମୋ’ ଘର ଭାଙ୍ଗିଛ, ଉଦ୍ଧବ ତୁମ ଅହଂକାର ଦିନେ ଭାଙ୍ଗିବ’, ଏପରି କଡ଼ା ଜବାବ ରଖିଲେ ବଲିଉଡ଼ କୁଇନ୍ କଙ୍ଗନା ରାନାୱତ…

କଙ୍ଗନା-ମହାରାଷ୍ଟ୍ର ସରକାର ମୁହାଁମୁହିଁ, ‘ମୋ’ ଘର ଭାଙ୍ଗିଛ, ଉଦ୍ଧବ ତୁମ ଅହଂକାର ଦିନେ ଭାଙ୍ଗିବ’, ଏପରି କଡ଼ା ଜବାବ ରଖିଲେ ବଲିଉଡ଼ କୁଇନ୍ କଙ୍ଗନା ରାନାୱତ…
କଙ୍ଗନା-ମହାରାଷ୍ଟ୍ର ସରକାର ମୁହାଁମୁହିଁ, ‘ମୋ’ ଘର ଭାଙ୍ଗିଛ, ଉଦ୍ଧବ ତୁମ ଅହଂକାର ଦିନେ ଭାଙ୍ଗିବ’, ଏପରି କଡ଼ା ଜବାବ ରଖିଲେ ବଲିଉଡ଼ କୁଇନ୍ କଙ୍ଗନା ରାନାୱତ…

ଓଡ଼ିଆ ଗସିପ ବ୍ୟୁରୋ: ପ୍ରସଙ୍ଗ, ଅପ୍ରସଙ୍ଗ ଅଯଥା ଯୁକ୍ତି ତର୍କରେ ମାହିର ବଲିଉଡ୍ କୁଇନ କଙ୍ଗନା ରାନାଓ୍ୱତଙ୍କ ପାଇଁ ମୁସକିଲ୍ ବଢ଼ିଲା । କେବଳ ଯେ, ମୁସ୍କିଲ ବଢ଼ିଛି ତାହା ନୁହେଁ ମହଙ୍ଗା ପଡ଼ିଛି ଶାସକ ଦଳ ଶିବସେନା ସହ ପଙ୍ଗା ନେବା । ଏବେ ବିଏମ୍ସିକୁ ବାହାନା କରି ଅଫିସ ଭାଙ୍ଗିଥିବା ଶିବସେନା ଆଗକୁ କି ସିନ୍ କ୍ରିଏଟ କରୁଛି ତାହା ଦେଖିବାକୁ ବାକି ରହିଲା ।

ଯେମିତି କି ଆପଣ ଜାଣନ୍ତି ଗତକାଲି ମୁମ୍ବାଇରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍ ର ବିଲଡିଂ ଉପରେ ବୁଲଡଜର୍ ଚଳାଇଛି ବ୍ରିହାନ୍ ମୁମ୍ବାଇ ମ୍ଯୁନିସିପାଲ୍ କର୍ପୋରେସନ୍ । କୋଠାର କିଛି ଅଂଶ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ କରି ନୋଟିସ୍ ଲଗାଇବାର ୨୪ ଘଣ୍ଟା ମଧ୍ୟରେ ଉଚ୍ଛେଦ ଆରମ୍ଭ କରିଥିଲା ବିଏମ୍ସି ।

ଗତକାଲିି ସକାଳୁ ସକାଳୁ ହିଁ ଆରମ୍ଭ ହୋଇଯାଇଥିଲା ବିଏମ୍ସିର ଘରଭଙ୍ଗା ଅଭିଯାନ । ବିଏମ୍ସିର ଅଧିକାରୀମାନେ ପହଞ୍ଚି ପାଲି ହିଲ୍ସରେ ୪୮ କୋଟି ମୂଲ୍ଯର ୟୁରୋପୀୟ ଶୈଳୀରେ ନିର୍ମିତ ଏଇ କୋଠାକୁ ଭାଙ୍ଗିବା ଆରମ୍ଭ କରିଥିଲେ । ଏହାକୁ ନେଇ ଟୁଇଟ୍ କରି ଏହି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ସହ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଙ୍ଗନା ।

ଏମିତି କି ସେ ବିଏମସି ଅଧିକାରୀଙ୍କୁ ବାବର ସେନା କହି ଜବାବ ଦେବା ସହ ପାକିସ୍ତାନ ସହ ତୁଳନା କରି ଗଣତନ୍ତ୍ରର ହତ୍ୟା ବୋଲି ଦର୍ଶାଇ ଟୁଇଟ କରିଛନ୍ତି । କଙ୍ଗନାଙ୍କ ଟିମ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋଠା ଭଙ୍ଗା ଉପରେ ରହିତାଦେଶ ଜାରି କରିଛନ୍ତି ଅଦାଲତ । ଏଥିରେ କଙ୍ଗନାଙ୍କ ବିଜୟ ହୋଇଥିବା ଜଣାପଡିଛି ।

ଖାଲି ଏତିକି ନୁହେଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସିଧାସଳଖ ଶୁଣାଇଛନ୍ତି କଙ୍ଗନା । ସେ କହିଛନ୍ତି, “ତୁମେ ମୋ’ ଘର ଭାଙ୍ଗିଛ, ଉଦ୍ଧବ ତୁମ ଅହଂକାର ଦିନେ ଭାଙ୍ଗିବ’ ।

ସୂଚନା ଥାଉ କି ଅଭିନେତ୍ରୀ କଙ୍ଗନା ରାନାଓ୍ୱତ ବଲଉଡର ଡାର୍ଟି ରାଜ୍ ଖୋଲିବ ସହ ଡ୍ରଗ୍ସ ଲିଙ୍କ ସହ ପଲିଟିକାଲ ଲିଙ୍କ ଯୋଡ଼ିଥିଲେ ଯାହାକୁ ଶିବସେନା ବିରୋଧ କରିଥିଲା । କେବଳ ଶିବସେନା ବିରୋଧ କରିନିଥିଲା ସଞ୍ଜୟ ରାଉତ ଏ ନେଇ କଙ୍ଗନାଙ୍କ ସହ ମୁହାଁମୁହିଁ ହୋଇଥିଲେ ।

Share this story

World Odia Language Conferene