ଏମିତି ହୋଇଥିଲା ଏନକାଉଣ୍ଟର: ଫିଲ୍ମଠୁ ବଳିଗଲା କ୍ରାଇମ୍ ସିନ୍

ଏମିତି ହୋଇଥିଲା ଏନକାଉଣ୍ଟର: ଫିଲ୍ମଠୁ ବଳିଗଲା କ୍ରାଇମ୍ ସିନ୍
ଏମିତି ହୋଇଥିଲା ଏନକାଉଣ୍ଟର: ଫିଲ୍ମଠୁ ବଳିଗଲା କ୍ରାଇମ୍ ସିନ୍

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ କ୍ରିମିନାଲ ବିକାଶ ଦୁବେଙ୍କୁ ହତ୍ୟା କରାଯାଇଛି । କୁହାଯାଉଛି ଜୁଲାଇ 2ରେ କାନପୁରର ବିକାରୁ ଗାଁରେ ଆଠ ଜଣ ପୋଲିସ ହତ୍ୟାର ଏହା ହେଉଛି ସବୁଠାରୁ ପୋଲିସର ବଡ଼ ବଦଲା ।

ବିକାଶ ଦୁବେଙ୍କୁ ଧରିବା ପାଇଁ ସରକାର 5 ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା । ପୋଲିସର ସୂଚନାନୁସାରେ, ଉଜ୍ଜୟିନୀରୁ କାନପୁର ଆଣିବାବେଳେ ବିକାଶ ଦୁବେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଆଉ ଏହି ସମୟରେ ପୋଲିସ ଏନକାଉଣ୍ଟର କରି ତାକୁ ହତ୍ୟା କରିଛି ।

ବିକାଶ ଦୁବେଙ୍କ ଏନକାଉଣ୍ଟର ସମ୍ପର୍କରେ କାନପୁର ପୋଲିସ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଉଜ୍ଜୟିନୀରୁ 5 ଲକ୍ଷ ପୁରସ୍କାର ରାଶି ରଖାଯାଇଥିବା ଅପରାଧୀ ବିକାଶ ଦୁବେଙ୍କୁ ଗିରଫ କରିବା ପରେ ପୋଲିସ ଏବଂ ଏସଟିଏଫ ଟିମ୍ ଆଜି (ଜୁଲାଇ 10) ରେ କାନପୁର ସହରକୁ ଆଣିଥିଲେ ।

ଆଣିବା ବାଟରେ କାନପୁର ନାଗର ଭାଉଣ୍ଟି ନିକଟରେ ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବିକାଶ ଦୁବେ ଏବଂ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

କାନପୁର ପୋଲିସର ସୂଚନାନୁସାରେ, ଏହି ସମୟରେ ବିକାଶ ଦୁବେ ଆହତ ପୋଲିସର ପିସ୍ତଲ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲେ ।

ପୋଲିସ ଦଳ ଗୋଡ଼ାଇ ତାଙ୍କୁ ଘେରି ଯାଇ ଆତ୍ମସମର୍ପଣ କରିବାକୁ କହିଥିଲା, କିନ୍ତୁ ସେ ମନା କରି ପୋଲିସ ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଆତ୍ମରକ୍ଷା ପାଇଁ ପୋଲିସ ଏହାର ପ୍ରତିଶୋଧ ନେଇଥିଲା । ଏହି ସମୟରେ ବିକାଶ ଦୁବେ ଆହତ ହୋଇଥିଲେ ।

ପୋଲିସର ସୂଚନାନୁସାରେ ଆହତ ବିକାଶ ଦୁବେଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ବିକାଶ ଦୁବେଙ୍କର ମୃତ୍ୟୁ ହୋଇଥିଲା ।

କାନପୁର ପୋଲିସ ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ କୌଣସି ପୋଲିସ କର୍ମଚାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଗୁରୁବାର ଦିନ ତାଙ୍କ ସାଥୀ ପ୍ରଭାତ ମିଶ୍ରଙ୍କ ଏନକାଉଣ୍ଟର ଭଳି ବିକାଶ ଦୁବେଙ୍କ ଏନକାଉଣ୍ଟର ହୋଇଛି ।

Share this story

World Odia Language Conferene