ଏମିତି ପ୍ରେମରେ ମିଛ ଜରୁରୀ, କିନ୍ତୁ ଦିଅନ୍ତୁନି ଧୋକା; ପାର୍ଟନରଙ୍କ ମନ ଭାଙ୍ଗିଯିବ ଆଉ ତା ପରେ…

ଏମିତି ପ୍ରେମରେ ମିଛ ଜରୁରୀ, କିନ୍ତୁ ଦିଅନ୍ତୁନି ଧୋକା; ପାର୍ଟନରଙ୍କ ମନ ଭାଙ୍ଗିଯିବ ଆଉ ତା ପରେ…
ଏମିତି ପ୍ରେମରେ ମିଛ ଜରୁରୀ, କିନ୍ତୁ ଦିଅନ୍ତୁନି ଧୋକା; ପାର୍ଟନରଙ୍କ ମନ ଭାଙ୍ଗିଯିବ ଆଉ ତା ପରେ…

ଓଡ଼ିଆ ଗସିପ୍ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ, ପ୍ରେମରେ ମିଛ, ସନ୍ଦେହ ଓ ଘୃଣାର ସ୍ଥାନ ନାହିଁ । ଯଦି ଏସବୁ ପାର୍ଟନରଙ୍କ ପାଖରେ ଦେଖାଯାଏ ତେବେ ସମ୍ପର୍କ ଯେ, କେବଳ ଖରାପ ହେବ ତା ନୁହେଁ ଏହା ଦ୍ୱାରା ବର୍ଷ ବର୍ଷର ବିଶ୍ୱାସ ମଧ୍ୟ ଭାଙ୍ଗିଯିବ ଏବଂ ମରିଯିବ ।

ତେଣୁ ସବୁବେଳେ ଧ୍ୟାନ ରଖିବେ ପ୍ରେମକୁ ପବିତ୍ର ରଖିବାକୁ ହେଲେ ଦୀର୍ଘସ୍ଥାୟୀ କରିବାକୁ ହେଲେ ଆପଣଙ୍କୁ ସଚ୍ଚୋଟ ପ୍ରେମିକ କିମ୍ବା ପ୍ରେମିକା ହେବାକୁ ପଡ଼ିବ ନଚେତ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବ । ଏମିତି କିଛି ମିଛ ଅଛି ଯାହକୁ କହିଲେ ପ୍ରେମରେ କୌଣସି ଭଟ୍ଟା ତ ଆସିବନି ଅବଶ୍ୟ ପ୍ରେମରେ ମଜା ଆସିଯିବ ଏବଂ ସମ୍ପର୍କ ମଧ୍ୟ ସୁଦୃଢ଼ ହେବ । ତେବେ ଚାଲନ୍ତୁ ଏହା ସମ୍ପର୍କରେ ଅଧିକ କିଛି ଜାଣିବା ।

ପ୍ରେମ ସମ୍ପର୍କରେ ଉଭୟ ପାର୍ଟନରଙ୍କ ମଧ୍ୟରେ ପ୍ରେମ୍‌ ଖୁବ୍‌ ଜରୁରୀ । ତେବେ ଏହା ମଧ୍ୟ ସତ ଯେ କେବଳ ପ୍ରେମରେ ଜୀବନ ଚାଲେନି । ସମ୍ପର୍କରେ ପ୍ରେମ ବ୍ୟତୀତ ଅନ୍ୟ କେତେକ ବିଷୟ ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପଡ଼ିଥାଏ ।

ଯଥା: ଉଭୟଙ୍କର ପରସ୍ପର ପ୍ରତି କେତେ ସମ୍ମାନ ଅଛି, ପରସ୍ପରର ଇମୋସନକୁ କେତେ ଗୁରୁତ୍ୱ ଦେଇଥାନ୍ତି, ପରସ୍ପରକୁ କେତେକ ସତ କହନ୍ତି ଇତ୍ୟାଦି । ଅଧିକାଂଶ ଲୋକ ଆଶା କରିଥାନ୍ତି ଯେ ପାର୍ଟନର ତାଙ୍କୁ ସବୁବେଳେ ସତ କହନ୍ତୁ । ସବୁ କଥା ତାଙ୍କୁ କୁହନ୍ତୁ । କିଛି ବି ନ ଲୁଚାନ୍ତୁ ।

କିନ୍ତୁ ପ୍ରକୃତରେ ଏମିତି ହୁଏନି । ଦୈନନ୍ଦିନ ଜୀବନରେ କିଛି କଥା ଏମିତି ଘଟେ ଯେତେବେଳେ ପାର୍ଟନରଙ୍କୁ ମିଛ କହିବାକୁ ପଡ଼ିଥାଏ । ସେହିପରି ଆଉ କିଛି କଥା ଏମିତି ବି ରହିଥାଏ ଯାହା ପାର୍ଟନରଙ୍କୁ ଲୁଚାଇବାକୁ ବି ପଡ଼େ ।

ଅନ୍ୟପଟେ କିଛି ଏଭଳି ମିଛ ମଧ୍ୟ ରହିଛି ଯାହା ଦ୍ୱାରା ସମ୍ପର୍କରେ ଭଲ ପାଇବା ଆହୁରି ବଢ଼େ । ଆସନ୍ତୁ ଜାଣିବା ସେଭଳି କେତେକ ମିଛ ସମ୍ପର୍କରେ ଯାହା ସମ୍ପର୍କକୁ ଆହୁରି ମଜଭୁତ କରିଥାଏ…

ପ୍ରେମିକା ବାଦ ଅନ୍ୟ କାହା ପ୍ରତି ଆକର୍ଷଣ ବଢ଼ିଲେ ବା କ୍ରସ୍‌ ବିଷୟରେ ମିଛ କହିବା:

ପ୍ରାୟତଃ ଦେଖାଯାଏ ଯେ କିଛି ଲୋକ ଗୋଟେ ରିଲେସନ୍‌ସିପ୍‌ରେ ଥିଲେ ମଧ୍ୟ ଅନ୍ୟ ପ୍ରତି ଆକର୍ଷିତ ହୋଇଯାଆନ୍ତି । କିନ୍ତୁ ଏହାର ମାନେ ନୁହେଁ ଯେ ସେ ଧୋକା ଦେଉଛନ୍ତି । ଏହା ମଣିଷର ଏକ ପ୍ରକୃତି ଯାହା କାହା ସହ ବି ହୋଇପାରେ । ଏଭଳି ସ୍ଥିତିରେ କ୍ରସ୍‌ ବିଷୟରେ ସାଥୀଙ୍କୁ କେବେ ବି କୁହନ୍ତୁ ନାହିଁ । ଏନେଇ ମିଛ କହିବା ଆପଣଙ୍କ ସମ୍ପର୍କକୁ ମଜଭୁତ କରିବ । ଏନେଇ ସାଥୀଙ୍କୁ କହିଲେ ସମ୍ପର୍କ ଖରାପ ହେବା ସମ୍ଭାବନା ରହିଛି ।

ମନରେ ଅନ୍ୟ କିଛି ଚିନ୍ତାଧାରା ଆସିଲେ ବା ଭାବନାକୁ ଲୁଚାଇବା:

ଆପଣ କାମ କରୁଥିବା ବେଳେ କି ବ୍ୟସ୍ତ ଥିବା ବେଳେ ଯଦି ପାର୍ଟନର କଲ କରୁଛନ୍ତି । ତେବେ ଆପଣ ସତ ନ କହି ତାଙ୍କୁ ମିସ୍‌ କରୁଛନ୍ତି ବୋଲି କହିପାରନ୍ତି । ଏଭଳି କହିବା ଦ୍ୱାରା ଆପଣଙ୍କ ପାର୍ଟନରଙ୍କ ଓଠରେ ଏକ ହସ ଆସିବ । ଏଥିସହ ସମ୍ପର୍କ ବି ମଜଭୁତ ହେବ ।

ଗିଫ୍ଟକୁ ନେଇ ମିଛ କହିବା: ଯଦି ପାର୍ଟନର କିଛି ଗିଫ୍ଟ ଦେଉଛନ୍ତି ଓ ତାହା ଆପଣଙ୍କୁ ପସନ୍ଦ ଆସିନାହିଁ, ତଥାପି ତାହା ଭଲ ଲାଗିଲାନି ବୋଲି ଆଦୌ କୁହନ୍ତୁ ନାହିଁ । ମିଛରେ ହେଉ ପଛେ ତାଙ୍କ ମନ ବୁଝାଇବାକୁ କୁହନ୍ତି ଯେ ଉପହାରଟି ଆପଣଙ୍କୁ ବହୁତ ଭଲ ଲାଗିଲା । ସେ ଆହୁରି ଖୁସି ହେବେ ।

Share this story

World Odia Language Conferene