ଏଣିକି ବିଏମସି ଅଧିନରେ ଥିବା କୌଣସି ଅଞ୍ଚଳକୁ ସିଲ୍ କରାଯିବ ନାହିଁ

ଏଣିକି ବିଏମସି ଅଧିନରେ ଥିବା କୌଣସି ଅଞ୍ଚଳକୁ ସିଲ୍ କରାଯିବ ନାହିଁ
ଏଣିକି ବିଏମସି ଅଧିନରେ ଥିବା କୌଣସି ଅଞ୍ଚଳକୁ ସିଲ୍ କରାଯିବ ନାହିଁ

ଓଡ଼ିଆ ଗସିପ ବ୍ୟୁରୋ: ଏଣିକି ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା କୌଣସି ଅଞ୍ଚଳକୁ ସିଲ୍ କିମ୍ବା କଣ୍ଟେନମେଣ୍ଟ ଜୋନ୍ କରାଯିବ ନାହିଁ । ଏନେଇ ବିଏମସି ତରଫରୁ ମିଳିଛି ଅନଔପଚାରିକ ସୂଚନା ।

ମାତ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଏମସି କମିଶନର କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ବୋଲି ଘୋଷଣା କରିପାରନ୍ତି ।

ତେବେ ବିଏମସିର ତଥ୍ୟ କହୁଛି ବର୍ତ୍ତମାନ ପର୍ଯ୍ୟନ୍ତ ମେ ମାସ ୨ ତାରିଖରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରକୁ ଆସିଛନ୍ତି ୨୧୬୮ ଲୋକ । ସେମାନଙ୍କ ମଧ୍ୟରୁ ଟ୍ରେନ ମାଧ୍ୟମରେ ୫୦୧, ଫ୍ଲାଇଟରେ ୮୫୨ ଏବଂ ବସ୍ କାର ଏବଂ ଅନ୍ୟାନ ଯାନବାହନରେ ୮୧୫ ।

ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ପିରିଅଡ୍ ଓଭର ୮୫୯ । ଆକଟିଭ୍ ୧୩୦୯ । ତା ଭିତରୁ ହୋମ୍ ରେ ୧୨୯୭, ସରକାରୀ କ୍ୱାରେଣ୍ଟାଇନ୍ ୫ ଏବଂ ପେୟଯୁକ୍ତ ୭ ।

Share this story

World Odia Language Conferene