ଏଇ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି…

ଏଇ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି…
ଏଇ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି…

ଓଡ଼ିଆ ଗସିପ ବ୍ୟୁରୋ: ମହାମାରୀ କରୋନା ରାଜ୍ୟରେ ଜୀବନ ଜୀବିକା ଉପରେ ବହୁ ପ୍ରଭାବ ପକାଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବହୁ ହଇରାଣ ହରକତ କଲାଣି ।

କାରଣ କରୋନା ଡ଼ରରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇ ପଡିଛି । ତେବେ ପିଲାମାନେ ମାଟ୍ରିକ ପରୀକ୍ଷା ଦେଇଥିବା ସତ୍ତ୍ୱେ ଏଯାଏଁ ଫଳ ବାହାରିପାରି ନାହିଁ । ଯାହା ପିଲାଙ୍କ ଚିନ୍ତା ବଢ଼ାଇଛି ।

ତେବେ ଏଇ ମାସରେ ବାହାରିବ ମାଟ୍ରିକ ରେଜଲ୍ଟ ବୋଲି ସୁନା ଯାଉଛି । ଚଳିତ ଜୁଲାଇ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।

ଜୁଲାଇ ଶେଷ ସପ୍ତାହରେ ରେଜଲ୍ଟ ବାହାରିବା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

ତେବେ କେଉଁଦିନ ପ୍ରକାଶ ପାଇବ, ନିର୍ଦ୍ଦିଷ୍ଟ ତାରିଖ ଦିନେ ଦୁଇଦିନ ଭିତରେ ଜଣାଇ ଦିଆଯିବ ବୋଲି କହିଛନ୍ତି ସଭାପତି ।

ମାଟ୍ରିକ ପରୀକ୍ଷା ମାର୍ଚ୍ଚ ମାସରୁ ସରିଥିଲେ ମଧ୍ୟ କରୋନା ମହାମାରୀ ଯୋଗୁଁ ରେଜଲ୍ଟ ପ୍ରକାଶନରେ ବିଳମ୍ବ ହୋଇଛି ।

Share this story

World Odia Language Conferene