ଆସୁଛି ଲଘୁଚାପ, ୧୨ ଜିଲ୍ଲାକୁ ବଡ଼ ବିପଦ, ନଦୀ ଫୁଲିପାରେ…

ଆସୁଛି ଲଘୁଚାପ, ୧୨ ଜିଲ୍ଲାକୁ ବଡ଼ ବିପଦ, ନଦୀ ଫୁଲିପାରେ…
ଆସୁଛି ଲଘୁଚାପ, ୧୨ ଜିଲ୍ଲାକୁ ବଡ଼ ବିପଦ, ନଦୀ ଫୁଲିପାରେ…

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁ ଜିଲ୍ଲାରେ ବର୍ଷା କମ ହେବା ଯୋଗୁ ରାଜ୍ୟରେ ଚାଷ ଉଜୁଡ଼ିଯିବା ଅବସ୍ଥାରେ ଥିବା ବେଳେ ପାଣିପାଗ ବିଭାଗ କିନ୍ତୁ ଆସନ୍ତାକାଲିଠାରୁ ରାଜ୍ୟରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ।

ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି । ମୌସୁମୀ ଟ୍ରଫ୍ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିବ ଓ ବଡ଼ ବର୍ଷା ହେବ ବୋଲି ଜଣାପଡିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଏହି ସୂଚନା ଚାଷୀମାନଙ୍କୁ ଆଶ୍ୱସ୍ତ କରିଛି । ମୌସୁମୀ ମଧ୍ୟ ସକ୍ରିୟ ହେବାରେ ଏହା ସହଯୋଗ କରିପାରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାବ ୨୪ଘଣ୍ଟା ପରେ ପଶ୍ଚିମ ଆଡ଼େ ସ୍ଥଳ ଭାଗକୁ ଗତି କରିବ । ଫଳରେ ଓଡ଼ିଶା, ଛତିଶଗଡ଼ ଏବଂ ସଂଲଗ୍ନ ପୂର୍ବ ମହାରାଷ୍ଟ୍ର ଉପରେ ଲଘୁଚାପ ସୃଷ୍ଟି ହେବ ।

ଏହା ଫଳରେ ରାଜ୍ୟରେ ୩ତାରିଖଠାରୁ ବର୍ଷା ଆରମ୍ଭ ହେବ । ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉପକୂଳ ଅଞ୍ଚଳରେ ୩ରୁ ୫ତାରିଖ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୬ ତାରିଖ ଯାଏଁ ବର୍ଷା ହେବ । କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ ।

ତେବେ ଉତ୍ତର ଉପକୂଳ ଭଦ୍ରକ ଓ ବାଲେଶ୍ୱରରେ ସବୁଠାରୁ କମ୍ ବର୍ଷା ହେବ । ଓଡ଼ିଶାର ପ୍ରମୁଖ ନଦୀମାନଙ୍କର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ନଦୀ ଫୁଲିପାରେ ।

ସେହିପରି ୪ରୁ ୬ ମଧ୍ୟରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ଢ଼େଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Share this story

World Odia Language Conferene