ଆପଣଙ୍କ ରାଶି ଅନୁଯାୟୀ ଏମିତି କରନ୍ତୁ ଦିଅଁ ଦେବତାଙ୍କ ପୂଜାର୍ଚ୍ଚନା; ଶୁଭଫଳ ନିଶ୍ଚୟ ମିଳିବ

ଆପଣଙ୍କ ରାଶି ଅନୁଯାୟୀ ଏମିତି କରନ୍ତୁ ଦିଅଁ ଦେବତାଙ୍କ ପୂଜାର୍ଚ୍ଚନା; ଶୁଭଫଳ ନିଶ୍ଚୟ ମିଳିବ
ଆପଣଙ୍କ ରାଶି ଅନୁଯାୟୀ ଏମିତି କରନ୍ତୁ ଦିଅଁ ଦେବତାଙ୍କ ପୂଜାର୍ଚ୍ଚନା; ଶୁଭଫଳ ନିଶ୍ଚୟ ମିଳିବ

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଯଦି ଇଶ୍ୱର ପ୍ରିୟ ଏବଂ ପୂଜା, ଆରଧନା ଦିଅଁ ଦେବତାଙ୍କ ସ୍ମରଣରେ ଅଧିକ ସମୟ ବିତାଉଛନ୍ତି ଏବଂ ଇଶ୍ୱରୀୟ ସତ୍ତାର ଅନୁଭବ କରୁଛନ୍ତି ତେବେ ଆମର ଏହି ଆଲେଖ୍ୟଟି ଆପଣ ଭଳି ଅଗଣିତ ଧର୍ମ ବିଶ୍ୱାସୀ ଓ ଭକ୍ତ, ଶ୍ରଦ୍ଧାଳୁଙ୍କ ପାଇଁ । ଜାଣନ୍ତୁ ଆପଣ ଆପଣଙ୍କ ରାଶି ଅନୁସାରେ କେମିତି ଠାକୁରଙ୍କୁ ପୂଜାର୍ଚ୍ଚନା କରିବେ ।

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ମନ ସର୍ବଦା ଚଞ୍ଚଳ ରୁହେ । ଏଥିପାଇଁ ଏହି ରାଶିର ଲୋକମାନେ ହନୁମାନଙ୍କୁ ପୂଜା କରିବା ଉଚିତ। ପୂଜା ସମୟରେ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ ।

ବୃଷ: ଏହି ରାଶିର ବ୍ୟକ୍ତିମାନେ ଜିଦିଆ ପ୍ରକୃତିର ହୋଇଥାନ୍ତି । ଏଥିପାଇଁ ଏହି ରାଶିର ଲୋକମାନେ ଶିବଙ୍କୁ ପୂଜା କରିବା ଉଚିତ । ତେଣୁ ପୂଜା କଲା ବେଳେ ଧଳା ରଙ୍ଗର ଚନ୍ଦନ ବ୍ୟବହାର କରନ୍ତୁ ।

ମିଥୁନ: ଏହି ରାଶିର ଲୋକମାନେ ଅନେକ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେଥିପାଇଁ କୃଷ୍ଣଙ୍କୁ ପୂଜା କରିବା ଉଚିତ । ପୂଜା କରିବା ସମୟରେ ଝୁଣାର ଧୂପ ବ୍ୟବହାର କରନ୍ତୁ ।

କର୍କଟ: ଏହି ରାଶିର ଲୋକମାନେ ବହୁତ ଭାବନାରେ ବୁଡି ରୁହନ୍ତି । ସେଥିପାଇଁ ଶିବଙ୍କୁ ପୂଜା କରିବା ଉଚିତ । ପୂଜା କରିବା ସମୟରେ ଶଙ୍ଖର ବ୍ୟବହାର କରନ୍ତୁ ଓ ଶଙ୍ଖ ମଧ୍ୟ ବଜାଇ ପାରିବେ ।

ସିଂହ: ଏହି ରାଶିର ଲୋକମାନଙ୍କ ଜୀବନ ସର୍ବଦା ସଂଘର୍ଷ ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ସୂର୍ୟ୍ୟଙ୍କ ଉପାସନା କରନ୍ତୁ । ପୂଜା କଲା ବେଳେ ସିନ୍ଦୂରରେ ପୂଜା କରନ୍ତୁ ।

କନ୍ୟା: ଏହି ରାଶିର ଲୋକମାନେ ଅଧିକ ରୋଜଗାର କରିବାକୁ ଚେଷ୍ଟା କରିଥାନ୍ତି । ତେଣୁ ଦେବୀ ମା’ଙ୍କର ପୂଜା କରିବା ଉଚିତ । ପୂଜା ସମୟରେ ଶୁଦ୍ଧ ଘିଅରେ ଦୀପ ଜାଳନ୍ତୁ ।

ତୁଳା: ଏହି ରାଶିର ଲୋକମାନେ ସବୁ କାମରେ ଅବହେଳା କରିଥାନ୍ତି । ତେଣୁ ଆପଣଙ୍କୁ କୃଷ୍ଣଙ୍କୁ ଉପାସନା କରିବା ଉଚିତ । ପୂଜା ସମୟରେ ଧଳା ରଙ୍ଗର ଫୁଲ ବ୍ୟବହାର କରନ୍ତୁ ।

ବିଛା: ଏହି ରାଶିର ଲୋକମାନେ ଖୁବ୍‍ ପରିଶ୍ରମୀ କିନ୍ତୁ ଜୀବନରେ ସଫଳତା ପାଇବାରେ ବହୁତ ବିଳମ୍ବ ହୋଇଥାଏ । ତେଣୁ ହନୁମାନଙ୍କର ପୂଜା କରନ୍ତୁ । ପୂଜା ସମୟରେ ତୁଳସୀ ପତ୍ରର ବ୍ୟବହାର କରନ୍ତୁ ।

ଧନୁ: ଏହି ରାଶିର ଲୋକମାନେ ସର୍ବଦା କଟୁ କଥା କହିଥାନ୍ତି । ଏଥିପାଇଁ ଆପଣ ସୂର୍ୟ୍ୟ ଦେବତାଙ୍କ ପୁଜା କରନ୍ତୁ । ପୂଜା କରିବା ସମୟରେ ଧଳା ରଙ୍ଗର ମିଠା ଭୋଗ କରନ୍ତୁ ।

ମକର: ଏହି ରାଶିର ବ୍ୟକ୍ତିମାନେ ନିଜ ଶରୀରର ଯତ୍ନ ଠିକ ରୂପେ ନେଇ ନ ଥାନ୍ତି । ଏହି ରାଶିର ଲୋକମାନେ ଶିବଙ୍କର ପୂଜା କରିବା ଉଚିତ । ପୂଜା ସମୟରେ ହଳଦିଆ ରଙ୍ଗର ଆସନରେ ବସି ପୂଜା କରନ୍ତୁ ।

କୁମ୍ଭ: ଏହି ରାଶିର ବ୍ୟକ୍ତିମାନେ ନିଜ ଠାରୁ ଅଧିକ ଅନ୍ୟମାନଙ୍କ ବିଷୟରେ ଭାବିଥାନ୍ତି । ତେଣୁ ଏହି ରାଶିର ବ୍ୟକ୍ତି ମାନେ କୃଷ୍ଣଙ୍କର ପୂଜା କରିବା ଉଚିତ । ପୂଜା ସମୟରେ ଚନ୍ଦନର ଧୂପରେ ପୂଜା କରନ୍ତୁ ।

ମୀନ: ଏହି ରାଶିର ଲୋକମାନେ ନିଜର ଦାୟିତ୍ୱରେ ଅବହେଳା କରିଥାନ୍ତି । ସେଥିପାଇଁ ଏହି ରାଶିର ଲୋକମାନେ ଗଣେଶଙ୍କୁ ପୂଜା କରିବା ଉଚିତ । ପୂଜା ସମୟରେ ଲଡ଼ୁ ଭୋଗ କରନ୍ତୁ ।

Share this story

World Odia Language Conferene