ଆଦିତ୍ୟ ମୃତ୍ୟୁ ମାମଲା: ଏକତରଫା ପ୍ରେମର ଭୟଙ୍କର ପରିଣତି, ତରବରିଆ ବିବାହ ପଛରେ ଯୁବତୀ କି?

ଆଦିତ୍ୟ ମୃତ୍ୟୁ ମାମଲା: ଏକତରଫା ପ୍ରେମର ଭୟଙ୍କର ପରିଣତି, ତରବରିଆ ବିବାହ ପଛରେ ଯୁବତୀ କି?
ଆଦିତ୍ୟ ମୃତ୍ୟୁ ମାମଲା: ଏକତରଫା ପ୍ରେମର ଭୟଙ୍କର ପରିଣତି, ତରବରିଆ ବିବାହ ପଛରେ ଯୁବତୀ କି?

ଓଡ଼ିଆ ଗସିପ ବ୍ୟୁରୋ: ପୁଅକୁ ହରାଇବାର ପାଖାପାଖି ୨ ମାସ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ସହ ସିବିଆଇ ତଦନ୍ତ ପାଇଁ ପୁଣି ଥରେ ଦାବି କରିଛନ୍ତି ଆଦିତ୍ୟଙ୍କ ବାପା । ଜଣେ ସାଇକୋ ଲେଡ଼ି ତାଙ୍କୁ ହତ୍ୟା କରିଥିବା ନେଇ ସେ ସନ୍ଦେହ କରିଛନ୍ତି ।

ଏଭଳି ଅଭିଯୋଗ ରଖି ଆଦିତ୍ୟ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ ଆଣିଛନ୍ତି ବାପା ନନ୍ଦିକିଶୋର ଦାଶ । ଜଣେ ସାଇକୋ ଲେଡି ଷଡ଼ଯନ୍ତ୍ର ରଚି ପୁଅକୁ ହତ୍ୟା କରିଥିବା ଆଶଙ୍କା କରିଛନ୍ତି ସେ । ଏ ସମ୍ପର୍କରେ ନନ୍ଦିକିଶୋର ୧୫-୨୦ ଦିନ ତଳେ କ୍ରାଇମବ୍ରାଞ୍ଚକୁ ଅବଗତ କରିସାରିଛନ୍ତି । ଅଥଚ କ୍ରାଇମବ୍ରାଞ୍ଚ ଏଦିଗରେ ତଦନ୍ତ କରୁନଥିବାରୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋଲି କହିଛନ୍ତି ନନ୍ଦିକିଶୋର ।

ଗତ ବର୍ଷେରୁ ଅଧିକ ସମୟ ଧରି ଆଦିତ୍ୟଙ୍କୁ ଏକତରଫା ପ୍ରେମ କରିଆସୁଥିଲେ ସଂପୃକ୍ତ ଯୁବତୀ । ଏପରିକି ତାଙ୍କୁ ବିବାହ କରିବାକୁ ବି ସେ ଚାପ ପକାଉଥିଲେ, ଆଦିତ୍ୟଙ୍କୁ ବ୍ଲାକମେଲିଂ ବି କରୁଥିଲେ । କିନ୍ତୁ ଆଦିତ୍ୟ ରାଜି ହୋଇନଥିଲେ ବୋଲି କହିଛନ୍ତି ବାପା ନନ୍ଦିକିଶୋର । ଶେଷରେ ଗ୍ୟାଙ୍ଗ ଲଗାଇ ଏହି ସାଇକୋ ଲେଡ଼ି ହତ୍ୟା କରିଥିବା ସେ ଆଶଙ୍କା କରିଛନ୍ତି ।

ଅନ୍ୟପଟରେ ତରବରିଆ ବିବାହ ପଛରେ ଏହି ଯୁବତୀ କି? ବୋଲି ମନରେ ପ୍ରଶ୍ନ ଉଠାଇଛନ୍ତି ଆଦିତ୍ୟଙ୍କ ପରିବାର ଲୋକେ । ମାମଲାରେ ଜଷର ଯୁବତୀଙ୍କ ଭୂମିକା ସାମ୍ନାକୁ ଆସିବାପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରକୁ ସନ୍ଦେହ ଯାଉଛି ।

ତାହା ହେଉଛି, ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ତରବରିଆ ବିବାହ । ଲକ୍‌ଡାଉନ୍ ଭଳି କଟକଣା ଭିତରେ ଭୁବନେଶ୍ୱରଠୁ ଶହେ କିଲୋମିଟର ଦୂର କେନ୍ଦ୍ରାପଡ଼ାର ଏକ ମନ୍ଦିରରେ ହୋଇଥିବା ଲୁଚାଛପା ବିବାହର କାରଣ ଏହି ଯୁବତୀ କି? ବୋଲି ଏହି ବଡ଼ ପ୍ରଶ୍ନ ।

Share this story

World Odia Language Conferene