ଆଜି ୧୩ ଜିଲ୍ଲାରୁ ନୂଆ ୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ୧୩ ଜିଲ୍ଲାରୁ ନୂଆ ୯୦ କରୋନା ଆକ୍ରାନ୍ତ ଚିହ୍ନଟ
ଆଜି ୧୩ ଜିଲ୍ଲାରୁ ନୂଆ ୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଆ ଗସିପ ବ୍ୟୁରୋ: ଦେଶରେ ୨ ଲକ୍ଷ ୧୬ ହଜାର ୯୧୯କୁ ପାର୍ କରିଛି କୋଭିଡ୍ ୧୯ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ଯକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ସ୍ଥିତି ସଙ୍ଗୀନ । ଆଜି ରାଜ୍ଯରେ ଆଉ ୯୦ ନୂଆ ପଜିଟିଭ ଆସିଛନ୍ତି ।

ସେମାନଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ । ବାକି ୧୧ ଜଣ ଲୋକାଲ କେସ୍ । ଖୋର୍ଦ୍ଧାରୁ ସର୍ବାଧିକ ୨୫ ଜଣ ପଜିଟିଭ ଆସିଥିବା ବେଳେ ଗଂଜାମରୁ ୨୨ ଜଣ, ଢେଙ୍କାନାଳରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୭, ସୁନ୍ଦରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ପୁରୀରୁ ୨, ବରଗଡ଼, ସମ୍ବଲପୁର, ଅନୁଗୁଳ, ବାଲେଶ୍ୱର, କଳାହାଣ୍ଡିରୁ ଜଣେ ଲେଖାଏଁ ପଜିଟିଭ ବାହାରିଛନ୍ତି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨ ହଜାର ୪ ଶହ ୭୮ ରହିଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ଯା ୧ ହଜାର ୫୩ । ସୁସ୍ଥ ହୋଇ ଘରକୁ ଫେରିଲେଣି ୧ ହଜାର ୪ ଶହ ୧୬ ।  ମୋଟ ୧ ଲକ୍ଷ ୬୫ ହଜାର ୮ ଶହ ୨୪ଟି ସାମ୍ପୁଲ ଟେଷ୍ଟ କରାଯାଇଥିବା ସୂଚନା ଦେଇଛି ରାଜ୍ଯ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ।

Share this story

World Odia Language Conferene