ଆଜି ଯଦି ସୁଶାନ୍ତ ସିଂ ବଞ୍ଚିଥାନ୍ତେ ! ଏବେ ଲଢ଼େଇ କରୁଛନ୍ତି ବାପା କେକେ ସିଂ…

ଆଜି ଯଦି ସୁଶାନ୍ତ ସିଂ ବଞ୍ଚିଥାନ୍ତେ ! ଏବେ ଲଢ଼େଇ କରୁଛନ୍ତି ବାପା କେକେ ସିଂ…
ଆଜି ଯଦି ସୁଶାନ୍ତ ସିଂ ବଞ୍ଚିଥାନ୍ତେ ! ଏବେ ଲଢ଼େଇ କରୁଛନ୍ତି ବାପା କେକେ ସିଂ…

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡର ଧୋନୀଙ୍କୁ ଇହଧାମ ତ୍ୟାଗ କରି ସ୍ୱର୍ଗକୁ ଯିବାର 50ରୁ ଅଧିକ ଦିନ ବିତିଗଲାଣି । ହେଲେ ଏବେ ବି ରହସ୍ୟ ଘେରରେ ରହିଛି ଏହି ତାରକାଙ୍କ ମୃତ୍ୟୁର ରାଜ ।

ନାନା ମୁନୀ ନାନା ମତ ଭଳି ତଥାକଥିତ ଆତ୍ମହତ୍ୟାକୁ ଭିନ୍ନ ଭିନ୍ନ ରୂପ ଦେବାକୁ ଚେଷ୍ଟା କରାଯାଉଛି । ସମୟ ଯେତେ ଯେତେ ବଢୁଛି ସସପେନ୍ସ ବି ସେତେକି ସେତିକି ମନ ଭିତରେ ଘର କରୁଛି । ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ଏକ ସୁଚିନ୍ତିତ ହତ୍ୟା ବୋଲି କହୁଛନ୍ତି ।

ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ହେଉ ଅବା ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଜୋର ଧରିଛି କ୍ୟାମ୍ପେନ ହେଲେ ମୁମ୍ବାଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଠିକ୍ ସେ ଓ ନିରପେକ୍ଷ ଭାବେ କରୁଥିବାରୁ ସିବିଆଇ ତଦନ୍ତ ଆବଶ୍ୟକ ନୁହେଁ ବୋଲି କହି ସାରିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ।

ଏପଟେ ବିହାର ପୋଲିସ ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ଏତଲା ଆଧାରରେ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ମୁମ୍ବାଇ ପହଞ୍ଚିଛି । ହେଲେ ସେଠାରେ ମୁମ୍ବାଇ ପୋଲିସ ପକ୍ଷରୁ ସହଯୋଗ ମିଳିବା ଦୂରର କଥା ବରଂ ଆକ୍ରୋଷର ଶିକାର ହେବାକୁ ପଡ଼ିଥିବା ବାରମ୍ବାର ଅଭିଯୋଗ ଆସିଛି ।

ଏଭଳି ସମୟରେ ଏବେ ପୋଲିସ-ବନାମ ପୋଲିସ ବି ଚାଲିଛି । ଲାଗୁଛି ଯେମିତି ଥରେ ନୁହେଁ ଏବେ ପ୍ରତିଦିନ ମରୁଛନ୍ତି ସୁଶାନ୍ତ ସିଂ ।

ମୁମ୍ବାଇ ପୋଲିସର ତଦନ୍ତ ଧିମା ଚାଲିଥିବା ବେଳେ ଏବେ ବିହାର ପୋଲିସ ଆକ୍ସନ ମୁଡ୍ କୁ ଆସି ତଦନ୍ତ ପ୍ରକ୍ରିୟାରେ ବଳ କଷୁଥିବା ଚର୍ଚ୍ଚା ହେଉଛି । ଯାହାକୁ ସହଜରେ ଗ୍ରହଣ କରିପାରୁନି ମୁମ୍ବାଇ ପୋଲିସ ବୋଲି ଅନେକ କହୁଛନ୍ତି ଏହା କହିବା ସ୍ୱାଭାବିକ ବୋଲି ଲୋକେ ଭାବିବା ଆରମ୍ଭ କରିସାରିଲେଣି ।

ଏବେ କଥା ହେଉଛି ତୁତୁ ମେଁ ମେଁ ମଧ୍ୟରେ ଖସି ଯିବନି ତ ପ୍ରକୃତ ଦୋଷୀ ? କାହିଁକିନା ଏବେ ସନ୍ଦେହ ଘେରରେ ବଲିଉଡ୍ ର ତଥାକଥିତ ବ୍ୟକ୍ତିଙ୍କୁ ଆଉ କିଏ କାଠ ଗଡ଼ାକୁ ଟାଣିବାକୁ କହୁନାହାନ୍ତି ବରଂ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ସବୁ ଦୋଷ ଦେଉଛନ୍ତି ଏବଂ ତାକୁ ଧରିଲେ ସବୁ ସତ ସାମ୍ନାକୁ ଆସିବ ବୋଲ ବି କଥା ଉଠୁଛି ।

ସେପଟେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ଇଡି ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏକ ମନି ଲଣ୍ଡରିଂ ମାମଲା ଆଗତ ହୋଇଛି । ଏବଂ ତଦନ୍ତ ପାଇଁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ସଂପୃକ୍ତ ପକ୍ଷମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ।

Share this story

World Odia Language Conferene