ଆଜିର ରାଶିଫଳ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ

ଆଜିର ରାଶିଫଳ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ
ଆଜିର ରାଶିଫଳ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ

ମେଷ: ଆଶାବାଦୀ ହୋଇପାରନ୍ତି । ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । କଳ୍ପନା ବିଳାସୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ପାରିବାରିକ ସୁଖ ମିଳିବ । ଆୟ ବୃଦ୍ଧି ହେବ ।

ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ । ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ । ଧର୍ମ-ଧାରଣାରେ ବ୍ରତୀ ହେବେ । ମନସ୍କାମନା ପୂରଣ ହେବ । ସତ୍‌ସଙ୍ଗୀ ହେବେ । ଅର୍ଥ ମିଳିବ । ସଙ୍ଗଠକ ହେବେ ।

ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ । ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ । ଅଧିକ ଦାୟିତ୍ବ ବହନ କରିପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ ।

କର୍କଟ: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । କୌଶଳରେ କାର୍ଯ୍ୟ ହାସଲ କରିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ପ୍ରୀତି ଲାଭ ହେବ ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଧର୍ମ-କର୍ମ ସଂପାଦନ କରି ପାରନ୍ତି । କର୍ମ କୁଶଳତା ପ୍ରକାଶ ପାଇବ । କର୍ମକ୍ଷେତ୍ରରେ ବିଜୟୀ ହେବେ । ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ । ଦେବଦର୍ଶନ ଯୋଗରହିଛି ।

କନ୍ୟା: ଯୋଗାଯୋଗରେ ପ୍ରଗତି ଘଟିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି । ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ ।

ତୁଳା: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସ୍ୱାଭିମାନୀ ହେବେ ।

ବିଛା: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି । ଯଶସ୍ୱୀ ହେବେ । ଭାଗ୍ୟବାନ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ । ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ ।

ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ । ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି । ବସ୍ତ୍ର-ଭୂଷଣ ଲାଭ ହେବ । କର୍ମତତ୍ପରତା ପ୍ରକାଶ ପାଇବ । ବ୍ୟବସାୟ ଲାଭଜନକ ହେବ ।

ମକର: ସଫଳତାର ନିକଟବର୍ତ୍ତୀ ହେବେ । ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଭ୍ରମଣ ଯୋଗ ଅଛି । ମାନ୍ୟତାପ୍ରାପ୍ତ ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି ।

କୁମ୍ଭ: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି । ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ । ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ଉଦାର ଓ ଦାନଶୀଳ ହେବେ ।

ମୀନ: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ସୁସ୍ଥ ଓ ନିରାମୟ ରହିବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପଦୋନ୍ନତି ମିଳିପାରେ ।

Share this story

World Odia Language Conferene