ଆଜିଠାରୁ ପୁଣି ଏକ ଲଘୁଚାପ, ୨୧ରୁ ବର୍ଷା ସମ୍ଭାବନା

ଆଜିଠାରୁ ପୁଣି ଏକ ଲଘୁଚାପ, ୨୧ରୁ ବର୍ଷା ସମ୍ଭାବନା
ଆଜିଠାରୁ ପୁଣି ଏକ ଲଘୁଚାପ, ୨୧ରୁ ବର୍ଷା ସମ୍ଭାବନା

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଏବେ ୩-୪ ଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଆତ୍ର ଗତ ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ସୂଚନା ମଳିଛି ।

ଯାହା ୧୯ ତାରିଖରେ ଲଘୁଚାପରେ ପରିଣତ ହେବ । ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଶେଷଜ୍ଞଙ୍କ କହିବାଅନୁଯାୟୀ, ଗତ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହୋଇଥିବା ସ୍ଥାନରେ ପୁଣି ଗତ ୧୭ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଯାହା ୧୯ ତାରିଖରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଲଘୁଚାପରେ ପରିଣତ ହେବା ପରେ ଏହା ସ୍ଥଳ ଭାଗକୁ ନଯାଇ ପୂର୍ବ ଆଡକୁ ମୁହାଁଇବ ।

ଆନ୍ଧ୍ରପ୍ରଦେଶର ଉପକୂଳର ଦୂରରେ ସମୁଦ୍ରରେ ଏହା ଲଘୁଚାପରେ ପରିଣତ ହେବ । ସେହିପରି ୧୯ ତାରିଖ ଦିନ ମିଆଁମାର ପାଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୦ରେ ଯାହା ଲଘୁଚାପରେ ପରିଣତ ହେବ ।

ପ୍ରାଥମିକ ଆକଳନରୁ ଜଣାପଡିଛି ଯେ, ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପଟି ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ସହ ମିଶିଯିବ । ଏହା ଉତ୍ତର-ପଶ୍ଚିମ ଆଡେ ଗତି କରି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ଫଳରେ ମିଆଁମାର, ବାଂଲାଦେଶ, ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡ଼ିବ ।

ଅନୁମାନ କରାଯାଉଛି, ୨୧ ତାରିଖରୁ ସମଗ୍ର ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ସାରା ରାଜ୍ୟରେ ତାପମାତ୍ରା କମିବ । ୨ରୁ ୩ଦିନ ବିସ୍ତୃତ ଅଞ୍ଚଳରେ ଲଗାଣ ବର୍ଷା ହେବାର ସମ୍ଭାବନା ଅଛି ।

Share this story

World Odia Language Conferene