ଆକାଶରେ ଅଛି ରାଫେଲ: 29ରେ ଭାରତରେ ପହଞ୍ଚିବ, ଏବେଠୁ ଛାନିଆ ଚୀନ, ପାକିସ୍ତାନ…

ଆକାଶରେ ଅଛି ରାଫେଲ: 29ରେ ଭାରତରେ ପହଞ୍ଚିବ, ଏବେଠୁ ଛାନିଆ ଚୀନ, ପାକିସ୍ତାନ…
ଆକାଶରେ ଅଛି ରାଫେଲ: 29ରେ ଭାରତରେ ପହଞ୍ଚିବ, ଏବେଠୁ ଛାନିଆ ଚୀନ, ପାକିସ୍ତାନ…

ଓଡ଼ିଆ ଗସିପ ବ୍ୟୁରୋ: ସାମରିକ କ୍ଷେତ୍ରରେ ବିଶ୍ୱର ଅନ୍ୟ ପ୍ରମୁଖ ରାଷ୍ଟ୍ରଙ୍କ ତୁଳନାରେ ବେଶ୍ ଆଗରେ ରହିଛି ଭାରତ । ନିଜକୁ ସର୍ବଶକ୍ତିମାନଙ୍କ ଏଲଇଟି କ୍ଲବରେ ସାମିଲ ହେବାକୁ ପ୍ରୟାସ ବି ଜାରି ରଖିଛି ।

ଆଉ ଦୁଇ ଦିନ ପରେ ଭାରତ ପାଖକୁ ଆସୁଛି ଏକ ଅମୋଘ ଅସ୍ତ୍ର ଯାହା ଶତ୍ରୁକୁ କଡ଼ା ଜବାବ ଦେବ ସେମାନଙ୍କ ହୀନ ଚକ୍ରାନ୍ତକୁ ବି ମାଟିରେ ମିଶାଇ ପରାଜୟର ଗ୍ଲାନି ଦେବ । କାହିଁକିନା ଏବେ ଆକାଶରେ ଅଛି ସେନାର ସାହସ ଓ ଶକ୍ତିକୁ ବୃଦ୍ଧି କରିବାକୁ ଆସୁଥିବା ରାଫେଲ ଲଢୁଆ ବିମାନ ।

ଶେଷରେ ଅପେକ୍ଷାର ଅନ୍ତ ହୋଇଛି । ମାଟିରୁ ଟେକ୍ ଅଫ୍ କରିଛି ରାଫେଲ । ଆକାଶରେ ଏବେ ରାଫେଲ । ଭାରତ ମୁହାଁ ରାଫେଲ । ସୋମବାର ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨.୩୦ରେ ଫ୍ରାନ୍ସର ମେରିଗ୍ନାକ୍ ଏୟାରବେସରୁ ୫ ରାଫେଲ ଭାରତ ଅଭିମୁଖେ ଉଡାଣ ଆରମ୍ଭ କରିଥିଲେ ।

୨୯ ତାରିଖ ଅର୍ଥାତ ବୁଧବାର ଦିନ ଏହି ୫ ଫାଇଟର ପ୍ଲେନ୍ ଅମ୍ବାଲା ଏୟାରବେସର ଲ୍ୟାଣ୍ଡିଂ କରିବେ । ଭାରତରେ ପହଂଚିବା ପୂର୍ବରୁ ସମସ୍ତ ୫ ବିମାନ UAEର ଆବୁଧାବି ନିକଟରେ ଥିବା ଅଲ ଦ୍ରଫା ଫରାସୀ ବିମାନ ଘାଟିରେ ଅଟକିବେ । ସେଠାରୁ ଏହି ୫ ବିମାନ ଅମ୍ବାଲା ଆସିବେ । ଫ୍ରାନ୍ସରୁ କିଣା ଯାଇଥିବା ୫ ରାଫେଲ ମଧ୍ୟରେ ଦୁଇଟି ଟ୍ରେନର ଏୟାରକ୍ରାଫ୍ଟ ସାମିଲ ଅଛନ୍ତି । ବାକି ତିନି ଯୁଦ୍ଧ ବିମାନ ।

ବାୟୁସେନା ରାଫେଲରେ ୬୦ କିଲୋମିଟର ପର୍ଯ୍ୟନ୍ତ ଆକାଶରୁ ମାଟିକୁ ଲକ୍ଷ୍ୟଭେଦ କରି ପାରୁଥିବା କ୍ଷେପଣାସ୍ତ୍ର ଲଗାଇବା ପାଇଁ ଚିନ୍ତା କରୁଛି । ବାୟୁସେନା ଏବେ ମଧ୍ୟମ ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ମୋଡ୍ୟୁଲାର ଅସ୍ତ୍ର ପ୍ରଣାଳୀ ହାମର କିଣିବା ଉପରେ ବିଚାର କରୁଛି । ହାମର ମିଶାଇଲକୁ ଏକ ଫରାସୀ କଂପାନୀ ତିଆରି କରିଛି ।

ସାଫରାନ୍ ଦ୍ୱାର ବିକଶିତ ଏହି ମିଶାଇଲର ଲକ୍ଷ୍ୟଭେଦ ଶକ୍ତି ସଠିକ । ଏହି ମିଶାଇଲକୁ ଫରାସୀ ନୌସେନା ଓ ବାୟୁସେନା ପାଇଁ ବିକଶିତ କରାଯାଇଥିଲା । ଏବେ ଭାରତ ଏହାକୁ ନିଜ ବାୟୁସେନାରେ ସାମିଲ କରିବାକୁ ଚାହୁଁଛି ।

ଚୀନ ସହ ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ସେନା ପାଇଁ ଆବଶ୍ୟକ ଉପକରଣ କ୍ରୟ କରିବା ପାଇଁ ୩୦୦ କୋଟି କେବଳ ଜୁଲାଇ ମାସରେ ମଂଜୁର କରିଥିଲେ । ଭାରତ ୫୮ ହଜାର କୋଟି ଟଙ୍କା ଦେଇ ୩୬ ରାଫେଲ କିଣିବା ପାଇଁ ସେପ୍ଟେମ୍ବର ୨୦୧୬ରେ ଫ୍ରାନ୍ସ ସହ ଚୁକ୍ତି କରିଥିଲା । ଏହି ୩୬ ବିମାନ ମଧ୍ୟରୁ ୩୦ ଯୁଦ୍ଧ ବିମାନ ହୋଇଥିବା ବେଳେ ୬ ପ୍ରଶିକ୍ଷଣ ବିମାନ ।

Share this story

World Odia Language Conferene