ଆଇପିଏସ (IPS) ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

ଆଇପିଏସ (IPS) ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…
ଆଇପିଏସ (IPS) ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟର ବରିଷ୍ଠ ଆଇପିଏସ (IPS) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅରୁଣ କୁମାର ରାୟ କମ୍ୟୁନିକେସନ ଏଡିଜି ଭାବେ ନିଯୁକ୍ତ ହୋଇଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ଲଳିତ ଦାସଙ୍କୁ ରାଜ୍ୟ ସରକାର ହେଡକ୍ୱାର୍ଟର ଏଡିଜି ଭାବେ ଅବସ୍ଥାପନ କରିଛନ୍ତି ।

ସେହିପରି ଚଳିତ ମାସରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଯଶୋବନ୍ତ ଜେଠଓ୍ବା ହୋଇଛନ୍ତି ଏଡିଜି ଆଇନଶୃଙ୍ଖଳା ।

SCRB ନିର୍ଦ୍ଦେଶକ ଭାବେ ବିନୟତୋଷ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । କମିସନରେଟ ପୋଲିସର ଅତିରିକ୍ତ ପୋଲିସ କମିଶନର ସଂଜୟ କୁମାର ସିଂହ ଆଧୁନିକୀକରଣ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି ତେବେ ରେଖା ଲୋହାନୀ ହେଲେ ଟୁଇନ ସିଟି ଅତିରିକ୍ତ ପୋଲିସ କମିଶନର ।

ରିତୁ ଆରୋରାଙ୍କୁ ଗୃହ ବିଭାଗ ଓଏସ୍ଡି କରାଯାଇଥିବାବେଳେ ରାଜେଶ କୁମାର ହୋଇଛନ୍ତି ଆଇଜି ଏଫ୍ଏସ୍ଏଲ୍ ।

ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ବଦଳି କରିଛନ୍ତି ସରକାର । ଏହା ପୂର୍ବରୁ ଶ୍ରୀମତୀ ଜେମ୍ସ ଢେଙ୍କାନାଳ ଏସପି ଭାବେ କାର୍ଯ୍ୟ ନିର୍ବାହ କରିଆସୁଥିଲେ ।

Share this story

World Odia Language Conferene