ଅମ୍ରିତସରରେ ବିଶାକ୍ତ ମଦ ମୃତ୍ୟୁ ମାମଲା: ବଢୁଛି ମୃତ୍ୟୁ ସଂଖ୍ୟା..

ଅମ୍ରିତସରରେ ବିଶାକ୍ତ ମଦ ମୃତ୍ୟୁ ମାମଲା: ବଢୁଛି ମୃତ୍ୟୁ ସଂଖ୍ୟା..
ଅମ୍ରିତସରରେ ବିଶାକ୍ତ ମଦ ମୃତ୍ୟୁ ମାମଲା: ବଢୁଛି ମୃତ୍ୟୁ ସଂଖ୍ୟା..

ଓଡ଼ିଆ ଗସିପ ବ୍ୟୁରୋ: କରୋନା କାଳରେ ଲୋକେ ବିଶାକ୍ତ ମଦ ପିଇ ପୋକମାଛି ପରି ମରୁଛନ୍ତି । ଏମିତି ଘଟଣା ପଞ୍ଜାବରୁ ଆସୁଛି । ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବର୍ତ୍ତମାନ ଯାଏ ୮୬କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା ।

ବୁଧବାର ରାତିରେ ରାଜ୍ୟରେ ବିଷାକ୍ତ ମଦ ମୃତ୍ୟୁ ବିଭୀଷିକା ପରେ ଗଲା ତିନି ଦିନ ଧରି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ।

ଅନ୍ୟପଟେ ରାଜପୁରାରୁ ଏହି ବିଷାକ୍ତ ମଦ ଆସୁଥିବା ଜଣାପଡ଼ିବା ପରେ ପୋଲିସ ଏହି ଅଞ୍ଚଳରେ ଥିବା ରାସ୍ତାକଡ଼ ଢାବା ଗୁଡ଼ିକରେ ଚଢାଉ କରିଛି । ଚଢାଉ ବେଳେ ବହୁ ପରିମାଣର ରାସାୟନିକ ଦ୍ରବ୍ୟ ଜବତ କରାଯାଉଛି ।

ସେପଟେ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ପୋଲିସ ଏଯାଏଁ ମୋଟ ୯ ଜଣଙ୍କୁ ଗିରଫ କଲାଣି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏହି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେବା ଲାଗି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Share this story

World Odia Language Conferene