ଅଭିନେତ୍ରୀ ବର୍ଷା ଅଭିଯୋଗ ଆଣିଲେ କାହିଁକି ତାଙ୍କର ଦୁଇଟି ଯାକ ଫୋନ୍‌କୁ ବ୍ଲକ୍ କରାଯାଇଛି, ଉତ୍ତରରେ କିଛି ଏପରି କହିଥିଲେ ଅନୁଭବ ମହାନ୍ତି…

ଅଭିନେତ୍ରୀ ବର୍ଷା ଅଭିଯୋଗ ଆଣିଲେ କାହିଁକି ତାଙ୍କର ଦୁଇଟି ଯାକ ଫୋନ୍‌କୁ ବ୍ଲକ୍ କରାଯାଇଛି, ଉତ୍ତରରେ କିଛି ଏପରି କହିଥିଲେ ଅନୁଭବ ମହାନ୍ତି…
ଅଭିନେତ୍ରୀ ବର୍ଷା ଅଭିଯୋଗ ଆଣିଲେ କାହିଁକି ତାଙ୍କର ଦୁଇଟି ଯାକ ଫୋନ୍‌କୁ ବ୍ଲକ୍ କରାଯାଇଛି, ଉତ୍ତରରେ କିଛି ଏପରି କହିଥିଲେ ଅନୁଭବ ମହାନ୍ତି…

ଓଡ଼ିଆ ଗସିପ୍ ବ୍ୟୁରୋ: ଓଲିଉଡ଼ ଦମ୍ପତ୍ତି ଦ୍ୱୟ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଦାମ୍ପତ୍ୟ ଜୀବନ ଭିତରେ ଯେମିତି କେହି ନଜର ପକାଇଦେଇଛି । ଏତେ ସୁନ୍ଦର ଯୋଡ଼ିରେ ଏବେ ଫାଟକ ସୃଷ୍ଟି ହୋଇଛି । ଦୁହେଁ ଦୁହିଁଙ୍କଠାରୁ ଅଲଗା ରହିବା ପାଇଁ ଚିନ୍ତା କରିଛନ୍ତି । ହେଲେ ଅଭିନେତ୍ରୀ ବର୍ଷା ଅନୁଭବଙ୍କୁ ଛାଡ଼ିବା ପାଇଁ ରୋକ୍ ଠୋକ୍ ମନା କରିଦେଇଛନ୍ତି । ତାଙ୍କ ସିନ୍ଦୁର ବଞ୍ଚାଇବା ପାଇଁ ସେ ଭରପୁର ପ୍ରୟାସ କରିବେ ବୋଲି ସିଧାସିଧା ଶୁଣାଇଦେଇଛନ୍ତି ।

ସେପଟେ ବର୍ଷା ଅନୁଭବଙ୍କ ବିରୋଧରେ କିଛି ପ୍ରଶ୍ନ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି, ଅନୁଭବ କାହିଁକି ସମାଧାନର ସବୁ ବାଟ ବନ୍ଦ କରିଦେଇଛନ୍ତି । କାହିଁକି ତାଙ୍କର ଦୁଇଟି ଯାକ ଫୋନ୍‌କୁ ୨ମାସ ହେଲା ବ୍ଲକ୍ କରିଦେଇଛନ୍ତି ବୋଲି ବର୍ଷା ତାଙ୍କ ଲେଖାରେ ପ୍ରଶ୍ନ କରିଛନ୍ତି ।

ହେଲେ ଅନୁଭବ ଏହାକୁ ବ୍ୟକ୍ତିଗତ ବ୍ୟାପାର ବୋଲି ବାରମ୍ବାର କହୁଥିଲେ ବି କାହିଁକି ସେ ସାଂସଦ ପ୍ୟାଡ୍ ବ୍ୟବହାର କରି ପ୍ରେସ୍ ବିବୃତି ଜାରି କରିଛନ୍ତି ବୋଲି ବର୍ଷା ସ୍ୱାମୀଙ୍କୁ ପ୍ରତି-କଟାକ୍ଷ ବି କରିଛନ୍ତି । ତାଙ୍କ ପ୍ରତି ଅନୁଭବଙ୍କ ସମ୍ମାନ ଓ ଭଲପାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଖାଲି ଏତିକି ନୁହେଁ ଈଶ୍ୱରଙ୍କୁ ଡର…ସତ କେବେ ଲୁଚି ରହେନା…ଆଇନରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…ବ୍ୟକ୍ତିଗତ ମାମଲା କହି ସାଂସଦଙ୍କ ପ୍ୟାଡରେ ବିବୃତି ଛାଡ଼ୁଛନ୍ତି କେମିତି…୨ମାସ ହେବ ମୋର ଦୁଇଟି ଫୋନ୍‌କୁ ବ୍ଲକ କରିଛନ୍ତି କାହିଁକି…ଗଲା ୭ତାରିଖରୁ ଆଜି ଭିତରେ ଏକାଧିକ ଟୁଇଟ୍ ଜରିଆରେ ବର୍ଷା ସ୍ୱାମୀ ଅନୁଭବଙ୍କୁ ଏଭଳି ପ୍ରଶ୍ନ କରି ଚାଲିଛନ୍ତି ।

ଅନ୍ୟପଟେ ଅନୁଭବ ବି ଟୁଇଟ୍‌ରେ ଘରେ ହୋଇଥିବା ଗଣେଶ ପୂଜାର ଭିଡିଓ ସେୟାର କରି ଏହା କଣ ଘରୋଇ ହିଂସା କି ବୋଲି ପ୍ରଶ୍ନ କରିଛନ୍ତି । ତେବେ ବର୍ଷା ତାଙ୍କ ଘରେ କାହିଁକି ରହୁଛନ୍ତି ବୋଲି ଯେଉଁ ପ୍ରଶ୍ନ ଗତକାଲି ଅନୁଭବ କରିଥିଲେ, ତାହାର ଉତ୍ତର ବର୍ଷାଙ୍କ ଓକିଲ ରଖିଛନ୍ତି । ଉତ୍ତରରେ ସେ କହିଛନ୍ତି, ବର୍ଷା ତାଙ୍କ ଶାଶୁଘରେ ହିଁ ରହିବେ । ସେ ନିଜ ସ୍ୱାମୀ (ଅନୁଭବ)ଙ୍କୁ କୁପଥରୁ ସୁପଥକୁ ଆଣିବାକୁ ଉଦ୍ୟମ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

Share this story

World Odia Language Conferene