ଅବ କି ବାର୍ 80 ପାର୍, ଦେଶରେ ଅମୂଲ ମୂଲ ତୈଳ ଦର

ଅବ କି ବାର୍ 80 ପାର୍, ଦେଶରେ ଅମୂଲ ମୂଲ ତୈଳ ଦର
ଅବ କି ବାର୍ 80 ପାର୍, ଦେଶରେ ଅମୂଲ ମୂଲ ତୈଳ ଦର

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ହ୍ରାସ ପାଇଛି । ଦେଶରେ କିନ୍ତୁ ଲିଟର ପିଛା ଉଭୟ ପେଟ୍ରୋଲ ଓ ଡିଜେଲ 80ଟଙ୍କା ପାର୍ କଲାଣି । କହିବାକୁ ଗଲେ ଏବେ ତେଲ ବଜାରରେ ସତେ ଯେମିତି ନିଆଁ ଲାଗିଛି । ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି ତୈଳ ଦର । 20 ଦିନରେ 10ଟଙ୍କାରୁ ଅଧିକ ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ।

ତୈଲଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକମାନେ ନାହିଁନଥିବା ଅସୁବିଧାର ସାମନା କରୁଛନ୍ତି । ତେବେ ଆମେ ମାନେ ପ୍ରଥମେ ଜାଣିରଖିବା ଆବଶ୍ୟକ ରହିଛି ଯେ, ଦେଶରେ କାହିଁକି ତୈଳ ଦର ବୃଦ୍ଧି ହେଉଛି ।

ମିଳିଥିବା ସୂଚନା ଅନୁସାରେ, କେବଳ ଶିଳ୍ପକମ୍ପାନୀ ମାନଙ୍କ ପାଇଁ ଦେଶରେ ଏପରି ଭାବରେ ତୈଳ ଦର ବୃଦ୍ଧି ହେଉଛି । ଭାରତୀୟ ତୈଳ କମ୍ପାନୀଗୁଡିକ ଦରଦାମ ସ୍ଥିର କଲାପରେ ଆଜିକା ଦିନରେ ପେଟ୍ରୋଲ ଓ ଡିଜେଲ ଦର ଏପକରି ଭାବରେ ବଢିବା ପଛରେ ସବୁଠାରୁ ବଡ କାରଣ ରହିଛି ଟ୍ୟାକ୍ସ । ରାଜ୍ୟ ଓ କେନ୍ଦ୍ର ସରକାର ଯେପରି ଭାବରେ ଟ୍ୟାକ୍ସ ଲଗାଇଛନ୍ତି ସେହି କାରଣରୁ ଏପରି ଭାବରେ ଦେଶରେ ତୈଳଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି ।

ଏପରିକି ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଥିଲା । କିନ୍ତୁ ଭାରତରେ ଏହାର କୌଣସି ଲାଭ ସାଧାରଣ ଗ୍ରାହକ ଏହାର ଲାଭ ପାଇନଥିଲେ । ଯେତେବେଳେ ଅଶୋଧିତ ତୈଳମୂଲ୍ୟ ବହୁତ କମ ଥିଲା, ସେତେବେଳେ ସରକାର କର ବଢାଇ ଦେଇଥିଲେ । ଏହାଦ୍ୱାର ପେଟ୍ରୋଲିୟମ କଂପାନୀଙ୍କୁ କିଛି ମଧ୍ୟ ଲାଭ ମିଳିନଥିଲା । ଏବେ ଗୋଟିଏ ମାସ ମଧ୍ୟରେ ଅଶୋଧିତ ତୈଳଦର ଦୁଇଗୁଣ ବଢିଛି । ତେଣୁ ପେଟ୍ରୋଲିୟମ କଂପାନୀ ନିଜ ଫାଇଦ ପାଇଁ ଦର କ୍ରମାଗତ ଭାବେ ବଢାଇ ଚାଲିଛନ୍ତି ।

ସେପଟେ ରାଜ୍ୟରେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସମାଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଥିଲେ ମଧ୍ୟ ଡ଼ିଜେଲ ଦରରେ ବୃଦ୍ଧି ଯୋଗୁଁ ବଜାରରେ ସମାଗ୍ରୀର ଦର ବଢୁଛି । ତେବେ ଏହା ଉପରେ ଖାଦ୍ୟ ଯୋଗାଣ ବିଭାଗ ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି । ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି ଏବଂ ଆବଶ୍ୟକ ହେଲେ କଳାବଜାରୀଙ୍କ ଉପରେ ଚଢାଉ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

Share this story

World Odia Language Conferene