ଅନ୍ଲାଇନ୍ କ୍ଲାସ୍ ର ଡାର୍ଟି କଥା: ଶିକ୍ଷକ ଦେଖାଇଲେ ବ୍ଲୁ ଫିଲ୍ମ, ଆଉ ତା ପରେ…

ଅନ୍ଲାଇନ୍ କ୍ଲାସ୍ ର ଡାର୍ଟି କଥା: ଶିକ୍ଷକ ଦେଖାଇଲେ ବ୍ଲୁ ଫିଲ୍ମ, ଆଉ ତା ପରେ…
ଅନ୍ଲାଇନ୍ କ୍ଲାସ୍ ର ଡାର୍ଟି କଥା: ଶିକ୍ଷକ ଦେଖାଇଲେ ବ୍ଲୁ ଫିଲ୍ମ, ଆଉ ତା ପରେ…

ଓଡ଼ିଆ ଗସିପ ବ୍ୟୁରୋ: କରୋନା କଟକଣା ପାଇଁ ସବୁ କିଛି ବନ୍ଦ ପଡ଼ିଛି । ଛାତ୍ରଛାତ୍ରୀଙ୍କୁ ଅନଲାଇନ ଯୋଗ ପାଠ ପଢ଼ାଅ ବୋଲି ସରକାର ଗୁରୁତ୍ୱ ଦେଇଛନ୍ତି ।

ହେଲେ କରୋନା କଟକଣା ମଧ୍ୟରେ ଚାଲିଥିବା ଅନଲାଇନ ପାଠପଢ଼ାରେ କିନ୍ତୁ କିଛି ଏମିତି ଘଟିଲା ଯାହା କେହି କେବେ କଳ୍ପନା କରିନଥିଲେ ।

ଅନ୍ଲାଇନ୍ କ୍ଲାସ୍ ପାଇଁ ହୋଇଥିବା ଓ୍ବାଟ୍ସପ୍ ଗ୍ରୃପରେ ଅଶ୍ଲୀଳ ଫଟୋ ପୋଷ୍ଟକୁ ନେଇ ଅଡୁଆରେ ପ୍ରଧାନଶିକ୍ଷକ ।

କଟକର ଏକ ସରକାରୀ ସ୍କୁଲର Whatsapp ଗ୍ରୃପରେ ଖୋଦ୍ ପ୍ରଧାନଶିକ୍ଷକ କିଛି ଆପତ୍ତିଜନକ ଲିଙ୍କ ସେୟାର କରିଥିବା ଅଭିଯୋଗ ହୋଇଛି । ୫ମ ଶ୍ରେଣୀ ପାଇଁ ଏହି ଗ୍ରୁପ କରାଯାଇଥିଲା ।

ତେବେ ପିଲାଙ୍କ ପାଇଁ ତିଆରି ହୋଇଥିବା ଏହି ଗ୍ରୁପରେ ପ୍ରଧାନଶିକ୍ଷକ ଏଭଳି ଲିଙ୍କ୍ ସେୟାର କରିବା ପରେ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ସେପଟେ ଘଟଣାକୁ ଗୁରୁତର ସହ ନିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ତଦନ୍ତ କରି ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କଟକ ଦରଘାବଜାର ଥାନାରେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

Share this story

World Odia Language Conferene