ସମ୍ପର୍କ ଭାଙ୍ଗୁଛି କି ଅନ୍ତରଙ୍ଗ ସାଙ୍ଗ? କେମିତି ବର୍ତ୍ତିବେ ଜାଣନ୍ତୁ…

ସମ୍ପର୍କ ଭାଙ୍ଗୁଛି କି ଅନ୍ତରଙ୍ଗ ସାଙ୍ଗ? କେମିତି ବର୍ତ୍ତିବେ ଜାଣନ୍ତୁ…
ସମ୍ପର୍କ ଭାଙ୍ଗୁଛି କି ଅନ୍ତରଙ୍ଗ ସାଙ୍ଗ? କେମିତି ବର୍ତ୍ତିବେ ଜାଣନ୍ତୁ…

ଓଡ଼ିଆ ଗସିପ୍ ବ୍ୟୁରୋ: ଏଇ ନିକଟରେ ବିଶ୍ୱ ବନ୍ଧୁତ୍ୱ ଦିବସ ଯାଇଛି । ଅବଶ୍ୟ ସେଲିବ୍ରେସନ ଫିକା ପଡ଼ିଲା କିନ୍ତୁ ଡିଜିଟାଲ ଜମାନାରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ନିଜ ନିଜର ସ୍ମରଣୀୟ ମୁହୁର୍ତ୍ତକୁ ଅନେକ ମନେ ପକାଇଲେ ଏବଂ ସୋସିଆଲ ମିଡିଆରେ ବନ୍ଧୁଙ୍କ ଉଦ୍ଦେଶ୍ୟରେ କେତେ କଥା କହିଲେ । ଏବେ କିନ୍ତୁ ଆମେ ବନ୍ଧୁଙ୍କ ସହ ଜଡ଼ିତ କିଛି ପ୍ରସଙ୍ଗ ଉପରେ ଆପଣଙ୍କୁ ଜଣାଇବୁ ଯାହା ଆପଣଙ୍କ ପାଇଁ ଜାଣିବା ଜରୁରୀ ।…

ସାଙ୍ଗସାଥୀଙ୍କ ସହ ସମ୍ପର୍କ ଯେତିକି ମଜଭୁତ ହୋଇଥାଏ ସେତିକି ଦୁର୍ବଳ ମଧ୍ୟ ହୋଇଥାଏ । ଦୁଇସାଙ୍ଗ ମିଶି ବଡ଼ରୁ ବଡ଼ ସମସ୍ୟାର ମଧ୍ୟ ସମାଧାନ କରିପାରିବେ । କିନ୍ତୁ ଯଦି ଟିକେ ଏପଟ ସେପଟ ହୁଏ ତେବେ ପାଟିରୁ ବାହାରିଥିବା କିଛି ଶବ୍ଦ ଏହି ସମ୍ପର୍କ ଭାଙ୍ଗିବାର କାରଣ ମଧ୍ୟ ସାଜିପାରେ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କେତୋଟି କଥା କହିବୁ ଯାହା ସାଙ୍ଗଙ୍କୁ କହିବା ଠିକ୍‌ ନୁହେଁ । ନଚେତ୍‌ ଆପଣଙ୍କ ବନ୍ଧୁତା ଭାଙ୍ଗିଯାଇପାରେ ।

କଣ ନ କରିବେ?

ଲୁକ୍ସକୁ ନେଇ କାହାକୁ ବି ମନ୍ତବ୍ୟ ଦେବା ଠିକ୍‌ ନୁହେଁ । ଖାସ୍‌ କରି ରଙ୍ଗ ଓ ଶରୀର ଗଠନକୁ ନେଇ ଟିପ୍ପଣୀ ଦେବା ଅନୁଚିତ । ସାଙ୍ଗଙ୍କୁ ମଧ୍ୟ ଏନେଇ କିଛି କହିବା ଆପଣଙ୍କ ସମ୍ପର୍କକୁ ଖରାପ କରିପାରେ । କେହି ବି ନିଜ ଗେଟ୍‌ଅପ୍‌ ଉପରେ ଟିପ୍ପଣୀ ଶୁଣିବାକୁ ପସନ୍ଦ କରନ୍ତି ନାହିଁ । ସାଙ୍ଗ ବି ପସନ୍ଦ କରୁନଥିବେ । ଏଣୁ ତାଙ୍କୁ କେବେ ବି ବାଧିଲା ଭଳି କଥା କୁହନ୍ତୁ ନାହିଁ । ସାଙ୍ଗଙ୍କୁ ସବୁବେଳେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରନ୍ତୁ ।

ସମ୍ପର୍କ ଭାଙ୍ଗୁଛି କି ଅନ୍ତରଙ୍ଗ ସାଙ୍ଗ? କେମିତି ବର୍ତ୍ତିବେ ଜାଣନ୍ତୁ…

ଯଦି ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ହିଁ ସବୁବେଳେ କହୁଥିବ ଯେ ତୋ ଦ୍ୱାରା କିଛି ହେବନି ତେବେ ଆପଣ ହତୋତ୍ସାହିତ ହେବା ସ୍ୱାଭାବିକ । ଏଭଳି କଥା ବନ୍ଧୁଙ୍କ ଠାରେ ମଧ୍ୟ ଲାଗୁ ହେଉଛି । ଆପଣଙ୍କ ଠାରୁ ଏଭଳି କଥା ଶୁଣିବା ପରେ ତାଙ୍କ ଆତ୍ମବିଶ୍ୱାସ କମିଯାଇପାରେ । ଏସବୁ ଶୁଣିବା ପରେ ସେ ଆପଣଙ୍କ ଠାରୁ ଦୂରେଇ ଯାଇପାରନ୍ତି । ତେଣୁ ସାଙ୍ଗଙ୍କୁ କେବେ ବି ଏଭଳି ନକାରାତ୍ମକ କଥା କୁହନ୍ତୁ ନାହିଁ ।

ସାଙ୍ଗ ଯଦି କଥା କଥାରେ କାନ୍ଦି ପକାଉଥାନ୍ତି ତେବେ ଏନେଇ ତାଙ୍କୁ କେବେ ଟଣ୍ଟ ମାରନ୍ତୁ ନାହିଁ। ହୁଏ ତ ସେ ଇମୋସାଲ ହୋଇଥାଇପାରନ୍ତି । ଏଣୁ ଇମୋସନ୍‌କୁ କଣ୍ଟ୍ରୋଲ କରିନପାରି କାନ୍ଦି ପକାଉଥାନ୍ତି । ଏହି କଥାକୁ ନେଇ ତାକୁ ବାଧିଲା ଭଳି କିଛି କୁହନ୍ତୁ ନାହିଁ । ବାରମ୍ବାର ଏଭଳି କଥା ଶୁଣିବା ପରେ ହୁଏ ତ ସେ ଆଉ ଆପଣଙ୍କ ସହ ମିଶି ନପାରନ୍ତି । ଏହା ଦ୍ୱାରା ସମ୍ପର୍କ ଭାଙ୍ଗିଯାଇପାରେ ।

ସାଙ୍ଗଙ୍କ ସାମ୍ନାରେ କେବେ ବି ତାଙ୍କ ପାର୍ଟନର ବିରୁଦ୍ଧରେ କିଛି କୁହନ୍ତୁ ନାହିଁ । କାରଣ କେହି ବି ନିଜ ପ୍ରେମିକ/ପ୍ରେମିକାଙ୍କ ବିଷୟରେ କିଛି ଶୁଣିବାକୁ ପସନ୍ଦ କରନ୍ତି ନାହିଁ । ବରଂ ଏହା ଦ୍ୱାରା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଏଣୁ ଚେଷ୍ଟା କରନ୍ତୁ କେମିତି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ ।

Share this story

World Odia Language Conferene