ରାସ୍ତାର ନାମ ସୁଶାନ୍ତ ସିଂ ରାଜପୁତ: ଜାଣନ୍ତୁ କେଉଁ ସହରର ରାସ୍ତା ଓ ଛକ ସୁଶାନ୍ତଙ୍କୁ ସମର୍ପିତ…

ରାସ୍ତାର ନାମ ସୁଶାନ୍ତ ସିଂ ରାଜପୁତ: ଜାଣନ୍ତୁ କେଉଁ ସହରର ରାସ୍ତା ଓ ଛକ  ସୁଶାନ୍ତଙ୍କୁ ସମର୍ପିତ…
ରାସ୍ତାର ନାମ ସୁଶାନ୍ତ ସିଂ ରାଜପୁତ: ଜାଣନ୍ତୁ କେଉଁ ସହରର ରାସ୍ତା ଓ ଛକ  ସୁଶାନ୍ତଙ୍କୁ ସମର୍ପିତ…

ଓଡ଼ିଆ ଗସିପ ବ୍ୟୁରୋ: ଦିଂବଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସ୍ମୃତିରେ ଏକ ରାସ୍ତାର ନାମକରଣ କରାଯାଇଛି । ଏପରିକି ଏକ ଚୌକ (ଛକ)ର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ସୁଶାନ୍ତଙ୍କ ସ୍ମୃତିରେ ନିଜ ହୋମ୍ ଟାଉନ ବିହାରରେ ପୁରେନିଆରେ ଏମିତି ଘଟଣା ଦେଖିବାକୁ ମିଳିଛି ।

ସୁଶାନ୍ତଙ୍କ ସ୍ମୃତିରେ ଏକ ରାସ୍ତା ଓ ଛକର ନାମ ପରିବର୍ତ୍ତନ କରିବାକୁ ଦାବି କରିଆସୁଥିଲେ ନିଜ ଜିଲ୍ଲା ପୁର୍ନିଆର ।

ରାସ୍ତାର ନାମ ସୁଶାନ୍ତ ସିଂ ରାଜପୁତ: ଜାଣନ୍ତୁ କେଉଁ ସହରର ରାସ୍ତା ଓ ଛକ  ସୁଶାନ୍ତଙ୍କୁ ସମର୍ପିତ…

ମ୍ୟୁନିସିପାଲିଟି କର୍ପୋରେସନ୍ ବର୍ତ୍ତମାନ ଫୋର୍ଡ କମ୍ପାନୀ ଚୌକ (ଛକ)ର ନାମ ସୁଶାନ୍ତ ସିଂ ରାଜପୁତ ଚୌକ ନାମରେ ପରିବର୍ତ୍ତନ କରିଛି । ପୁର୍ନିଆର ମେୟର ସବିତା ଦେବୀ ନୂତନ ନାମିତ ରାସ୍ତା ଏବଂ ଚୌକ(ଛକ)କୁ ଉଦଘାଟନ କରିଛନ୍ତି, ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

ସବିତା ଦେବୀ କହିଛନ୍ତି ଯେ, ସୁଶାନ୍ତ ଜଣେ ମହାନ କଳାକାର ଥିଲେ ଏବଂ ତାଙ୍କ ଆବର୍ତ୍ତମାରେ ଏହି ରାସ୍ତାର ନାମକରଣ କରିବା ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ । ମଧୁବନୀ ଛକରୁ ମାତା ଛକକୁ ଯାଉଥିବା ରାସ୍ତା ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ରୋଡ ନାମରେ ପରିଚିତ ହେବ ବୋଲି ମେୟର କହିଛନ୍ତି ।

ରାସ୍ତାର ନାମ ସୁଶାନ୍ତ ସିଂ ରାଜପୁତ: ଜାଣନ୍ତୁ କେଉଁ ସହରର ରାସ୍ତା ଓ ଛକ  ସୁଶାନ୍ତଙ୍କୁ ସମର୍ପିତ…

କେବଳ ଏତିକି ନୁହେଁ, ପ୍ରସିଦ୍ଧ କାର କମ୍ପାନୀର ଛକକୁ ମଧ୍ୟ ସୁଶାନ୍ତ ସିଂ ରାଜପୁତ ଚୌକ (ଛକ) ନାମରେ ନାମିତ କରାଯାଇଛି ।

ଜୁନ୍ 14 ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ଲାଟରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଯାଏ ଘଟଣା ତଦନ୍ତ ସାପେକ୍ଷ ରହିଥିବା ବେଳେ କିଛି ସଂଗଠନ ସମେତ ରାଜ୍ୟର ଲୋକମାନେ ଅଭିନେତାଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରୁଛନ୍ତି ।

Share this story

World Odia Language Conferene