ରାମଭକ୍ତଙ୍କୁ ରାମକଥା ଶୁଣାଇଲେ ପ୍ରଧାନସେବକ: ପୁରାଣ କଥାରୁ କହିଲେ ଏହି ସବୁ କଥା…

ରାମଭକ୍ତଙ୍କୁ ରାମକଥା ଶୁଣାଇଲେ ପ୍ରଧାନସେବକ: ପୁରାଣ କଥାରୁ କହିଲେ ଏହି ସବୁ କଥା…
ରାମଭକ୍ତଙ୍କୁ ରାମକଥା ଶୁଣାଇଲେ ପ୍ରଧାନସେବକ: ପୁରାଣ କଥାରୁ କହିଲେ ଏହି ସବୁ କଥା…

ଓଡ଼ିଆ ଗସିପ୍ ବ୍ୟୁରୋ: ସତ ହେଲା ସ୍ୱପ୍ନ, ସାକାର ହେଲା ଆଶା । ଅପେକ୍ଷାର ଅନ୍ତ ବି ଘଟିଲା । ଯାହା କେବେ ହେବନାହିଁ ବୋଲି ମନରେ ଘର କରିଥିଲା ଅଳ୍ପ ଟିକକ ବିଶ୍ୱାସ ପାଇଁ ଗତକାଲି ସବୁ କିଛି ସୁରୁଖୁରୁରେ ସମାପନ ହେଲା ।

5ଶହ ବର୍ଷର ସଂଗ୍ରାମର ସାକ୍ଷୀ ଥିବା ସରଜୁ ନଦୀ ଆଜି ପୁଣି ସାକ୍ଷୀ ରହିଲା ଏକ ଐତିହାସିକ ମୁହୁର୍ତ୍ତର । ଅ।ଯୋଧ୍ୟାରେ ରାମଯୁଗର ପୁଣି ନୂଆ ଅଧ୍ୟାୟକୁ ସମସ୍ତେ ସ୍ୱାଗତ କରିଛନ୍ତି ରାମ ନାମ ଜପିଛନ୍ତି ଜୟ ଶ୍ରୀରାମ ଧ୍ୱନୀରେ ଚତୁର୍ଦିଗ ପ୍ରକମ୍ପିତ କରିଛନ୍ତି ।

ଗତକାଲି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରେ ପହଞ୍ଚିବା ପରେ ରାମ ଲାଲାଙ୍କୁ ଦର୍ଶନପୂର୍ବକ ଆଳତି କରି ଫୁଲମାଳ ପିନ୍ଧାଇଥିଲେ । ମନ୍ଦିର ନିର୍ମାଣ ପରିଧି ମଧ୍ୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଗଙ୍ଗଶିଉଳି’ ଚାରାଟିଏ ରୋପଣ କରିଥିଲେ ।

ଏହାଛଡ଼ା ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ଉପରେ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଛନ୍ତି । ଏହା ପରେ ସମବେତ ଶ୍ରଦ୍ଧାଳୁ, ସାଧୁ-ସନ୍ଥ ଓ କର ସେବକଙ୍କୁ ଉଦବୋଧନ ସମ୍ବୋଧିତ କରିଥିଲେ ।

ଦୀର୍ଘ ବର୍ଷ ଧରି ଶିବିରରେ ବାସ କରୁଥିବା ଆମ ରାମ ଲାଲାଙ୍କ ପାଇଁ ବିଶାଳ ମନ୍ଦିରଟିଏ ତୋଳାଯିବ । ଆଜି ରାମ ଜନ୍ମଭୂମି ଭଗ୍ନ ଚକ୍ରରୁ ମୁକ୍ତ ହୋଇ ପୁଣି ନିର୍ମାଣ ହେବାକୁ ଯାଉଛି । ଅଯୋଧ୍ୟାରେ ଭାରତ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରୁଛି । ଯୁଗ ଯୁଗ ପ୍ରତୀକ୍ଷାର ଅବସାନ ଘଟିଛି ।

ଏହି ମନ୍ଦିର ଆମ ଭକ୍ତି, ଜାତୀୟ ଆବେଗର ସଙ୍କେତ ହେବ । ଏହି ମନ୍ଦିର ଆମ କୋଟି କୋଟି ଜନତାଙ୍କ ସାମୁହିକ ପ୍ରତିବଦ୍ଧତାର ସଙ୍କେତ ହେବ । ଏହା ଆମ ଆଗାମୀ ବଂଶଜମାନଙ୍କୁ ଉତ୍ସାହ ଦେବ ବୋଲି ନିଜ ସମ୍ବୋଧନରେ କହିଛନ୍ତି ନିଜକୁ ପ୍ରଧାନସେବକ କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାମ ମନ୍ଦିର ନିର୍ମାଣ ଦ୍ୱାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତ୍ତି ହେଉଛି । ନାବିକ ଜନଜାତି ଯେମିତି ପ୍ରଭୁ ଶ୍ରୀରାମଙ୍କୁ ସହାୟକ ହୋଇଥିଲେ, ଗୋବର୍ଦ୍ଧନ ଉଠାଇବାରେ ପିଲାଏ ଯେମିତି ପ୍ରଭୁ କୃଷ୍ଣଙ୍କୁ ସାହାଯ୍ୟ କରିଥିଲେ ସେଭଳି ସମସ୍ତଙ୍କ ଉଦ୍ୟମରେ ମନ୍ଦିର ନିର୍ମାଣ ସମାପନ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Share this story

World Odia Language Conferene