ମାଳିକା ଓ କରୋନା ମହାମାରୀ: କେବେ କମିବ କରୋନା ଭାଇରସର ପ୍ରକୋପ! ପ୍ରତିଦିନ ଭାଙ୍ଗିଛୁ ନୂଆ ରେକର୍ଡ

ମାଳିକା ଓ କରୋନା ମହାମାରୀ: କେବେ କମିବ କରୋନା ଭାଇରସର ପ୍ରକୋପ! ପ୍ରତିଦିନ ଭାଙ୍ଗିଛୁ ନୂଆ ରେକର୍ଡ
ମାଳିକା ଓ କରୋନା ମହାମାରୀ: କେବେ କମିବ କରୋନା ଭାଇରସର ପ୍ରକୋପ! ପ୍ରତିଦିନ ଭାଙ୍ଗିଛୁ ନୂଆ ରେକର୍ଡ

ଓଡ଼ିଆ ଗସିପ୍ ବ୍ୟୁରୋ: ସପ୍ତାହେ ଧରି ଜାରି ରହିଥିବା କରୋନାର ମୃତ୍ୟୁ ତାଣ୍ଡବ ଆଜି ବି କୋକୁଆ ଭୟ ସୃଷ୍ଟି କରିଛି । ଲୋକେ କହୁଛନ୍ତି ମାଳିକା କଥା ସତ ହେବ । ଲୋକେ ପୋକ ମାଛି ପରି ମରିବେ । କିନ୍ତୁ କାହିଁକି, ସତରେ କଣ ଏମିତି ହେବ ।

ହୁଏତ ଏହା ଏକ ଅନ୍ଧବିଶ୍ୱାସ କିନ୍ତୁ ନାନା ମୁନୀ ନାନା ମତ ଭଳି ଆମେ ବି ଏହାକୁ ଅଗ୍ରାହ୍ୟ କରିପାରିବା ବିଜ୍ଞାନକୁ ବିଶ୍ୱାସକୁ ନେଇ । କିନ୍ତୁ ଆଜିର ମୃତ୍ୟୁ ରିପୋର୍ଟ ଦେଖିବା ପରେ ଆପଣ ବି ଭାବିବେ କାହିଁକି ଏମିତି ହେଉଛି ?

କେବେ କମିବ ମୃତ୍ୟୁର ତାଣ୍ଡବ ଳୀଲା କରୋନା ମହାମାରୀ ରୂପରେ ଆସିଥିବା ମୃତ୍ୟୁ ଏମିତି ଆଉ କେତେ ଜୀବନ ନେବା ପରେ ଏ ଦୁନିଆରୁ ଯିବ? ସେ ସବୁ ତ ପରେ ଏବେ କିନ୍ତୁ ନଜର ପକାନ୍ତୁ ଆଜିର କରୋନା ସମ୍ପର୍କିତ ଅପଡେଟ ଉପରେ ।

ରାଜ୍ୟରେ ଆଜି କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହି ୬ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ ଜଣ ଥିବା ବେଳେ କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି । ସମସ୍ତ ମୃତକ ପୁରୁଷ ଥିଲେ ।

ଭୁବନେଶ୍ୱରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୬୭ ବର୍ଷ ହୋଇଥିଲା । ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । କିନ୍ତୁ କଟକରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା ।

ଗଞ୍ଜାମର ୪ ମୃତକଙ୍କ ବୟସ ଯଥାକ୍ରମେ ୪୫, ୪୯, ୬୩ ଓ ୭୨ ବର୍ଷ ହୋଇଥିଲା । ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‌ରେ ପୀଡ଼ିତ ଥିଲେ । ୪୯ ବର୍ଷୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ । ୭୨ ବର୍ଷୀୟ ବୃଦ୍ଧଙ୍କର ଡାଇବେଟିସ୍ ଥିଲା । ତା’ ସହିତ ସେ ହୃଦ୍‌ରୋଗ ଓ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ।

୭୦ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୩ ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୦ ଜଣ ଥିବା ବେଳେ କଟକରୁ ୭ ଓ ପୁରୀରୁ ୨ ଜଣ ଅଛନ୍ତି । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା ଓ ଗଜପତିରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ ଏଯାବତ୍ ୧୩,୭୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮,୭୫୦ ସୁସ୍ଥ ହୋଇସାରିଲେଣି । ୪,୮୯୬ ଜଣ ଚିକିତ୍ସାଧୀନ ଅଛନ୍ତି । ଆଉ ୨୧ ଜଣ କରୋନା ରୋଗୀ ମଧ୍ୟ ପ୍ରାଣ ହରାଇଛନ୍ତି । କିନ୍ତୁ ସେମାନଙ୍କର ମୃତ୍ୟୁ କରୋନା ଯୋଗୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ।

ଏବେ କଥା ହେଉଛି ଆପଣ କେମିତି ନିଜକୁ ସୁରକ୍ଷିତ ମଣିବେ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବେ । ତେଣୁ ସତର୍କ ରୁହନ୍ତୁ ଏବଂ ସଚେତନ ହୋଇ କରୋନାର ମୁକାବିଲା କରନ୍ତୁ ।

Share this story

World Odia Language Conferene