ଭାଇରସ-ଭୈରବୀ-ରୋଗ ଓ ରଡ଼ି: ଆଜି ଗଲା 5ଜଣଙ୍କ ଜୀବନ; ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, କେବେ ଦୂର ହେବ କୋକୁଆ ଭୟ…

ଭାଇରସ-ଭୈରବୀ-ରୋଗ ଓ ରଡ଼ି: ଆଜି ଗଲା 5ଜଣଙ୍କ ଜୀବନ; ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, କେବେ ଦୂର ହେବ କୋକୁଆ ଭୟ…
ଭାଇରସ-ଭୈରବୀ-ରୋଗ ଓ ରଡ଼ି: ଆଜି ଗଲା 5ଜଣଙ୍କ ଜୀବନ; ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, କେବେ ଦୂର ହେବ କୋକୁଆ ଭୟ…

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଶ୍ୱିକ ମହାମାରୀ କରୋନା ଭାଇରସ ଯୋଗୁଁ ଆଜି ବି ଗଲା 5ଜଣଙ୍କ ଜୀବନ । ରାଜ୍ୟରେ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏବେ ଚିନ୍ତାରେ ଜନତା, ଚାପରେ ସରକାର ।

ସରକାରୀ ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ କରୋନା ଯୋଗୁ ୫ ଜଣ ଆଖି ବୁଜିଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ଥିବା ପୁରୀ ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ, କଟକ ଜିଲ୍ଲାର ୪୬ ବର୍ଷୀୟ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଏହାବ୍ୟତୀତ ୫୫ ବର୍ଷୀୟ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି ଅଛନ୍ତି । ୭୨ ବର୍ଷୀୟ ଗଞ୍ଜାମ ଜିଲ୍ଲାର ବୃଦ୍ଧ ମଧୁମେହରେ ପୀଡ଼ିତ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ୱରର ଜଣେ ୫୬ ବର୍ଷୀୟା ମହିଳା ମଧୁମେହରେ ପୀଡ଼ିତ ଥିବା ବେଳେ ତାଙ୍କର ମଧ୍ୟ କରୋନା ଯୋଗୁ ମୃତ୍ୟୁ ହୋଇଛି ।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ଆଉ ୫୭୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ଆଜି ବି ଗଞ୍ଜାମରୁ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ୫୭୦ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ । ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୮୬ ରହିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ରେ ପହଞ୍ଚିଛି । ସେଥିମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି ।

Share this story

World Odia Language Conferene