ବଲିଉଡକୁ ଭାଇରସ ଭୟ: ବଚ୍ଚନ ପରିବାର ପରେ ଏବେ ଭୟରେ ଖେର୍ ପରିବାର; ଅନୁପମଙ୍କ ରିପୋର୍ଟ ନେଗେଟିଭ୍‌…

ବଲିଉଡକୁ ଭାଇରସ ଭୟ: ବଚ୍ଚନ ପରିବାର ପରେ ଏବେ ଭୟରେ ଖେର୍ ପରିବାର; ଅନୁପମଙ୍କ ରିପୋର୍ଟ ନେଗେଟିଭ୍‌…
ବଲିଉଡକୁ ଭାଇରସ ଭୟ: ବଚ୍ଚନ ପରିବାର ପରେ ଏବେ ଭୟରେ ଖେର୍ ପରିବାର; ଅନୁପମଙ୍କ ରିପୋର୍ଟ ନେଗେଟିଭ୍‌…

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡ୍ ପାଇଁ ଆଉ ଏକ ଦୁଃଖଦ ଖବର । ବଚ୍ଚନ ପରିବାର ପରେ ଏବେ ମହାମାରୀ କରୋନା ସହ ଯୁଦ୍ଧ କରୁଛନ୍ତି ଖେର୍ ପରିବାରର ସଦସ୍ୟ । ବରିଷ୍ଠ ଅଭିନେତା ଅନୁପମ ଖେର୍ ଙ୍କ ପରିବାର ଏବେ କରୋନା ସଂକ୍ରମିତ ହୋଇଛନ୍ତି ।

ଅନୁପମ ଖେର୍‌ଙ୍କ ମାଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହ ତାଙ୍କ ଭାଇ, ଭାଉଜ ଓ ଝିଆରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜ ଟ୍ୱିଟ୍‌ର ପେଜ୍‌ରେ ସୂଚନା ଦେଇଛନ୍ତି ।

ସମସ୍ତଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଛି । ତେବେ ଅନୁପମଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ।

ସେପଟେ ଗତକାଲି ଅମିତାଭ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ଆଜି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଜିଅ ଆରାଧ୍ୟା ବଚ୍ଚନଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନ ସୂଚନା ଦେଇଛନ୍ତି । ବୋହୂ ଆଉ ନାତୁଣୀଙ୍କୁ ମିଶାଇ ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ମିଳିଛି ।

Share this story

World Odia Language Conferene