ବଚ୍ଚନ ପରିବାରରେ ପଶିଲା କରୋନା: ବାପ-ପୁଅ ପରେ ମା, ଝିଅଙ୍କୁ କରୋନା

ବଚ୍ଚନ ପରିବାରରେ ପଶିଲା କରୋନା: ବାପ-ପୁଅ ପରେ ମା, ଝିଅଙ୍କୁ କରୋନା
ବଚ୍ଚନ ପରିବାରରେ ପଶିଲା କରୋନା: ବାପ-ପୁଅ ପରେ ମା, ଝିଅଙ୍କୁ କରୋନା

ଓଡ଼ିଆ ଗସିପ୍ ବ୍ୟୁରୋ: ଗତକାଲି ବଚ୍ଚନ ପରିବାର ମୁଖିଆ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଏବଂ ଜୁନିୟର ବଚ୍ଚନ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆଉ ଆଜି ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଝିଅ ଆରାଧ୍ୟା ବଚ୍ଚନଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନ ସୂଚନା ଦେଇଛନ୍ତି । ବୋହୂ ଆଉ ନାତୁଣୀଙ୍କୁ ମିଶାଇ ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ମିଳିଛି ।

ବଚ୍ଚନ ପରିବାରରେ ପଶିଲା କରୋନା: ବାପ-ପୁଅ ପରେ ମା, ଝିଅଙ୍କୁ କରୋନା

ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅମିତାଭ କରୋନା ପଜିଟିଭ୍‌ ହୋଇଥିବା ନେଇ ଗତକାଲି ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ । ଏହାପରେ ତାଙ୍କ ପୁଅ ଅଭିଷକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଥିଲା ।

ତେବେ ଘରର ଅନ୍ୟ ସଦସ୍ୟ ବହୂ ଐଶ୍ୱର୍ଯ୍ୟା, ପତ୍ନୀ ଜୟା ଓ ନାତୁଣୀ ଆରାଧ୍ୟ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟରେ ଉଭୟ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ବିଏମ୍‌ସି ସୂଚନା ଦେଇଛି ।

ବଚ୍ଚନ ପରିବାରରେ ପଶିଲା କରୋନା: ବାପ-ପୁଅ ପରେ ମା, ଝିଅଙ୍କୁ କରୋନା

ଆଜି ସକାଳୁ ଅମିତାଭ ବଚ୍ଚନ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି (ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ) । ଏ ନେଇ ଅମିତାଭଙ୍କ ବଙ୍ଗଳା ଜଲ୍‌ସା ବାହାରେ ବିଏମ୍‌ସି ନୋଟିସ୍‌ ମାରି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛି । ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିବା ଆରମ୍ଭ କରିଦେଇଛି ବିଏମ୍‌ସି ।

Share this story

World Odia Language Conferene