ଦେଶ ଆଗ ସଂସାର ପଛ: ବାହା ଘର ପରଠୁ ନକ୍ସଲ ଦମନ ଅଭିଯାନରେ ଏହି ଦମ୍ପତି

ଦେଶ ଆଗ ସଂସାର ପଛ: ବାହା ଘର ପରଠୁ ନକ୍ସଲ ଦମନ ଅଭିଯାନରେ ଏହି ଦମ୍ପତି
ଦେଶ ଆଗ ସଂସାର ପଛ: ବାହା ଘର ପରଠୁ ନକ୍ସଲ ଦମନ ଅଭିଯାନରେ ଏହି ଦମ୍ପତି

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶ ସେବା ଆଗ, ଶତ୍ରୁର ସଂହାର ପ୍ରଥମ ତା ପରେ ଯାଇ ସଂସାର । ଦେଶ ମାତୃକାର ସେବାର ଏମିତି ଅନନ୍ୟ ଉଦାହରଣ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଛି ଏମତି ଏକ ଦମ୍ପତି ଯାହାଙ୍କ ବିବାହ ଗତ ବର୍ଷ ନଭେମ୍ବରରେ ହିଁ ହୋଇଛି ।

ବିବାହ ପରଠାରୁ ସେମାନେ ନକ୍ସଲ ପ୍ରବଣ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ଅପରେସନରେ ଅଛନ୍ତି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫରେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଭାବେ କାମ କରନ୍ତି ଇଶିତା ଏବଂ ତାଙ୍କ ପତି ଗୌରବ ।

ଦେଶ ଆଗ ସଂସାର ପଛ: ବାହା ଘର ପରଠୁ ନକ୍ସଲ ଦମନ ଅଭିଯାନରେ ଏହି ଦମ୍ପତି

ଦୁହେଁ 2019 ନଭେମ୍ବର ମାସରେ ବିବାହ କରିଛନ୍ତି । ବିବାହ ସରିଛି କିନ୍ତୁ ସେମାନେ ସଂସାର କରିବାକୁ ପ୍ରାଥମିକତା ଦେଇନାହାନ୍ତି । ନିଜସ୍ୱ ଖୁସି, ସୁଖକୁ ଛାଡ଼ି ଆଗେଇ ଆସିଛନ୍ତି ଦେଶ ମାତୃକାର ସେବା କରିବାକୁ ।

ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ପ୍ରାଥମିକତା ଦେଇ ସେମାନେ ଶତ୍ରୁକୁ ସିଂହରଡ଼ି ଦେଇ ନିପାତ କରୁଛନ୍ତି । ବିବାହ ପରଠାରୁ ହିଁ ନକ୍ସଲ ନିପାତ ଅଭିଯାନରେ ସାମିଲ ଥିବା ଏହି ନବଦମ୍ପତିଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଜୀବନର ସୁଖମୟ ହେଉବୋଲି ଆଶୀର୍ବାଦ ଦେଉଛନ୍ତି ।

ଦେଶ ଆଗ ସଂସାର ପଛ: ବାହା ଘର ପରଠୁ ନକ୍ସଲ ଦମନ ଅଭିଯାନରେ ଏହି ଦମ୍ପତି

ସେବା ଓ ନିଷ୍ଠାର ଏଭଳି ଉଦାହରଣ ଅନେକ । ଏବେ କିନ୍ତୁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ଇଶିତା ଏବଂ ଗୌରବ ।

Share this story

World Odia Language Conferene