କୋରନା ସଂକ୍ରମଣରେ ସେଲିବ୍ରିଟି ପରିବାର: ଆଶୁ ଆରୋଗ୍ୟ କାମନା କଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

କୋରନା ସଂକ୍ରମଣରେ ସେଲିବ୍ରିଟି ପରିବାର: ଆଶୁ ଆରୋଗ୍ୟ କାମନା କଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି
କୋରନା ସଂକ୍ରମଣରେ ସେଲିବ୍ରିଟି ପରିବାର: ଆଶୁ ଆରୋଗ୍ୟ କାମନା କଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

ଓଡ଼ିଆ ଗସିପ ବ୍ୟୁରୋ: ଦେଶର ଜଣାଶୁଣା ବଚ୍ଚନ ପରିବାରର 4ଜଣଙ୍କୁ କବଳିତ କରିଛି ମହାମାରୀ କରୋନା ଭାଇରସ । ଯେଉଁଥିରେ କୁନି ଝିଅ ଆରାଧ୍ୟା ମଧ୍ୟ ସାମିଲ ଅଛନ୍ତି ।

ଘରର ମୁରବୀ ଜୟା ବଚ୍ଚନଙ୍କୁ ଛାଡ଼ି ଦେଲେ ସିନିୟର ବଚ୍ଚନ ଅମିତାଭ, ଜୁନିଅର ବଚ୍ଚନ ଅଭିଷେକ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବଚ୍ଚନ ପରିବାରର ଏହି କଠିନ ସମୟରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ, ରାଜନେତା, ବଚ୍ଚନ ପରିବାରକୁ ଭଲ ପାଉଥିବା ଶୁଭେଚ୍ଛୁ ଓ ପ୍ରଶଂସକ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

କୋରନା ସଂକ୍ରମଣରେ ସେଲିବ୍ରିଟି ପରିବାର: ଆଶୁ ଆରୋଗ୍ୟ କାମନା କଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

ଭାରତର ସବୁଠୁ ବଡ଼ ପରିବାରର ଏଭଳି ସମୟରେ ସମସ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ଲେଜେଣ୍ଡାରୀ ଆକ୍ଟର ଅମିତାଭ୍ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

ସୂଚନା ଥାଉ କି ଗତକାଲି ବଲିଉଡ୍ ର ବିଗ୍ ବି ଅମିତାଭ୍ ବଚ୍ଚନ, ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ବୋହୂ ଐଶ୍ୱର୍ଯ୍ୟା ଏବଂ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା କଥା ସ୍ପଷ୍ଟ ହୋଇଛି ।

Share this story

World Odia Language Conferene