କାହିଁକି ଓ କିପରି ଦେହତ୍ୟାଗ କଲେ ଶ୍ରୀରାମ? ଜାଣିଛନ୍ତି କି ଆପଣ…

କାହିଁକି ଓ କିପରି ଦେହତ୍ୟାଗ କଲେ ଶ୍ରୀରାମ? ଜାଣିଛନ୍ତି କି ଆପଣ…
କାହିଁକି ଓ କିପରି ଦେହତ୍ୟାଗ କଲେ ଶ୍ରୀରାମ? ଜାଣିଛନ୍ତି କି ଆପଣ…

ଓଡ଼ିଆ ଗସିପ ବ୍ୟୁରୋ: ଅଯୋଧ୍ୟାରେ ରାମଯୁଗର ନୂଆ ଅଧ୍ୟାୟ । ଭାବ, ଭକ୍ତିମୟ ପରିବେଶରେ ଆଜି ରଘୁପତି ରାଘବ ରାଜାରାମଙ୍କ ଭାବ, ଭକ୍ତିମୟ ପରିବେଶରେ ଆଜି ରଘୁପତି ନନ୍ଦନ ରାଜାରାମଙ୍କ ଦିବ୍ୟ ଓ ଭବ୍ୟ ମନ୍ଦିର ଲାଗି ଶିଳାନ୍ୟାସ ସମ୍ପନ୍ନ ହୋଇଛି ।

ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ୧୨ ଘଣ୍ଟ ୫୫ ମିନିଟ ଏବଂ ୮ ସେକେଣ୍ଡ ସମୟରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏବେ ଆମେ ରାମ ଓ ରାମାୟଣ ସହ ଜଡ଼ିତ କିଛି କଥା ଆପଣଙ୍କ ନିକଟରେ ରଖିବାକୁ ଯାଉଛୁ ।…

କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ଅର୍ଥାତ ଜନ୍ମ ଓ ମୃତ୍ୟୁ ଦୁନିଆର ଏକ ନିତ୍ୟ, ନୈନିତ୍ୟ ଓ ଚିରନ୍ତନ ସତ୍ୟ । ମଣିଷ ଯେମିତି ମୃତ୍ୟୁ ବରଣ କରନ୍ତି ଠିକ୍ ସେହିପରି ଦେବତାମାନଙ୍କର ମାନବ ଅବତାରର ମଧ୍ୟ ମୃତ୍ୟୁ ଅଛି ।

ଯୁଗେ ଯୁଗେ ହନ୍ଦୁ ଶାସ୍ତ୍ରାନୁସାରେ ଏକଥା ପିଢ଼ୀ ପରେ ପିଢ଼ୀ ଶୁଣି ଆସୁଛନ୍ତି ପଢ଼ି ଆସୁଛନ୍ତି । ଯୁଗେ ଯୁଗେ ପାପିମାନଙ୍କର ବିନାଶ ପାଇଁ ତ୍ରେତୟା ଯୁଗରେ ଧରାବତରଣ କରିଥିଲେ ପ୍ରଭୂ ଶ୍ରୀରାମ । ଶ୍ରୀରାମଙ୍କ ଜନ୍ମ ଠାରୁ ଆରମ୍ଭ କରି ସମସ୍ତ କାହାଣୀ ଶୁଣିଥିବେ । ଆଜି ଆମେ କିନ୍ତୁ ପ୍ରଭୂଙ୍କ ସ୍ୱର୍ଗ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆପଣଙ୍କୁ ଅଧିକ କିଛି ଜଣାଇବୁ ।

ପ୍ରଭୁ ଶ୍ରୀରାମ ପୃଥିବୀ ଉପରେ ଦଶ ହଜାର ବର୍ଷରୁ ମଧ୍ୟ ଅଧିକ ବର୍ଷ ଶାସନ କରିଥିଲେ। ନିଜର ଏହି ଶାସନ କାଳ ମଧ୍ୟରେ ଭଗବାନ ଶ୍ରୀରାମ ଏମିତି କିଛି ମହାନ କାମ କରିଛନ୍ତି ଯିଏ ହିନ୍ଦୁ ଧର୍ମକୁ ଏକ ଗୌରବମୟ ଇତିହାସ ପ୍ରଦାନ କରିଛନ୍ତି । ହେଲେ କେମିତି ଏକ ମହାନ ରାଜା ଭଗବାନ ଶ୍ରୀରାମ ଏହି ଦୁନିଆରୁ ବିଦାୟ ନେଲେ, କଣ କାରଣ ଥିଲା ଯାହା ପାଇଁ ସେ ନିଜ ପରିବାର ଛାଡି ବିଷ୍ଣୁଲୋକ ଫେରିଗଲା ।

ପଦ୍ମ ପୁରାଣ ବର୍ଣ୍ଣିତ ଏକ କଥା ଅନୁସାରେ ଥରେ ଏକ ବୃଦ୍ଧ ସନ୍ଥ ଭଗବାନ ଶ୍ରୀରାମଙ୍କର ଦରବାରରେ ପହଁଚିଲେ ଏବଂ ତାଙ୍କ ସହିତ ଏକଲାରେ କଥା ହେବା ପାଇଁ କହିଲେ । ସେହି ସନ୍ଥଙ୍କର କଥା ପରେ ଭଗବାନ ଶ୍ରୀରାମ ତାଙ୍କୁ ଏକ କକ୍ଷ ପାଖକୁ ନେଇ ଗଲେ ଏବଂ ଦରବାର ପାଖରେ ନିଜ ଛୋଟ ଭାଇ ଲକ୍ଷ୍ମଣଙ୍କୁ ଛିଡା କଲେ ଏବଂ କହିଲେ ଯିଏ ବି ଆମ କଥାକୁ ଭଙ୍ଗ କରିବ ତାକୁ ମୃତ୍ୟୁ ଦଣ୍ଡ ଦେବି ।

ଲକ୍ଷ୍ମଣ ନିଜ ବଡ଼ ଭାଇଙ୍କର ଆଜ୍ଞା ପାଳନ କରି ଭଗବାନ ଶ୍ରୀରାମ ଏବଂ ସେହି ସନ୍ଥଙ୍କୁ ଭିତରକୁ ଛାଡିଦେଲେ ଏବଂ ନିଜେ ଦରବାର ଆଗରେ ରହିଲେ । ସେହି ସନ୍ଥ ଆଉ କେହି ନାହିଁ ଵିଷ୍ଣୁ ଦେବରୁ ଆସିଥିବା କାଳଦେବ ଅଟେ । ତାଙ୍କୁ ଏଥିପାଇଁ ପଠା ଯାଇଥିଲା କି ତାଙ୍କ ଶାସନ କାଳ ପୃଥିବି ଉପରେ ସରି ଯାଇଥିଲା ଏବେ ତାଙ୍କୁ ବ୍ରହ୍ମ ଲୋକ ଫେରିବାକୁ ପଡିବ ।

ସେତେବେଳେ ହଠାତ ଋଷି ଦୁର୍ବାସା ଦ୍ଵାରା ପାଖକୁ ଆସିଗଲେ ଏବଂ ସେ ଲକ୍ଷ୍ମଣକୁ ରାମଙ୍କ ସହିତ କଥା ହେବା ପାଇଁ ଭିତରକୁ ଯିବା ପାଇଁ ନିବେଦନ କଲେ କିନ୍ତୁ ଭଗବାନଙ୍କର ଆଜ୍ଞା ପାଳନ କରି ସେ ମନା କରିଦେଲେ । ଋଷି ଦୁର୍ବାସା ଅତ୍ୟନ୍ତ ରାଗିଥିଲେ । ଲକ୍ଷ୍ମଣ ବାରମ୍ବାର ମନା କରିବା ପରେ ଋଷି ଦୁର୍ବାସା ରାଗିଗଲେ ଏବଂ ଅଭିଶାପ ଦେବା ପାଇଁ କହିଲେ ।

ଏମିତିରେ ଲକ୍ଷ୍ମଣ କିଛି ବୁଝିପାରିଲେ ନାହିଁ । ଭଗବାନଙ୍କର ଆଜ୍ଞା ପାଳନ କରିବେ ନା ଅଭିସାପରୁ ବଞ୍ଚିବେ । ଲକ୍ଷ୍ମଣ କେବେବି ଚାହୁଁ ନଥିଲେ କି ତାଙ୍କ ଭାଇଙ୍କୁ କେବେବି କିଛି ଅସୁବିଧା ହେଉ । ସେଥିପାଇଁ ସେ ନିଜର ବଳି ଦେବା ପାଇଁ ନିଷ୍ପତ୍ତି ନେଲେ ଏବଂ ସେ ସେହି କକ୍ଷ ଭିତରକୁ ପଳେଇବେ, ଏହା ଦେଖି ଭଗବାନ ଶ୍ରୀରାମ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ନିଜ ନିଷ୍ପତିରେ ଠିକ ଥିଲେ ଏବଂ ସେ ନିଜ ଭାଇଙ୍କୁ ମଧ୍ୟ ବହୁତ ଭଲ ପାଉଥିଲେ ।

ଏହି ସମୟରେ ଭଗବାନ ଶ୍ରୀରାମ ନିଜ ଭାଇଙ୍କୁ ମୃତ୍ୟୁ ଦଣ୍ଡ ଦେବା ପରିବର୍ତେ ରାଜ୍ୟ ଏବଂ ଦେଶରୁ ବାହାରି ଯିବାକୁ ଆଜ୍ଞା ଦେଲେ । ସେହି ଦେଶରୁ ବାହାରିବା ମୃତ୍ୟୁ ଦଣ୍ଡ ସହ ସମାନ ଥିଲା । କିନ୍ତୁ ଲକ୍ଷ୍ମଣ ଯିଏ ନିଜେ ଭାଇ ବିନା ଗୋଟେ ମୁହୂର୍ତ୍ତ ମଧ୍ୟ ରହୁ ନଥିଲେ ସେ ଏହି ଦୁନିଆକୁ ହିଁ ଛାଡ଼ିଦେବା ପାଇଁ ନିର୍ଣ୍ଣୟ ନେଲେ ଆଉ ସରଜୁ ନଦୀରେ ବୁଡ଼ିଗଲେ ।

ବୁଡ଼ିଗଲା ପରେ ସେ ଅନନ୍ତ ଶେଷନାଗ ରୂପ ଧାରଣ କରି ବିଷ୍ଣୁ ଲୋକରେ ପଂହଁଚିଗଲେ । ନିଜ ଭାଇର ଦୁଃଖରେ ଶ୍ରୀରାମ ମଧ୍ୟ ଦୁଃଖୀ ଥିଲେ । ବନ୍ଧୁଗଣ ଯେମିତି ଲକ୍ଷ୍ମଣ ପ୍ରଭୁ ଶ୍ରୀରାମଙ୍କର ବିନା ରହି ପାରିଲେନି ଠିକ ସେହିପରି ଭଗବାନ ଶ୍ରୀରାମ ମଧ୍ୟ ଭାଇ ଲକ୍ଷ୍ମଣଙ୍କ ବିନା ରହିପାରିଲେ ନାହିଁ । ସେ ମଧ୍ୟ ଏହି ଲୋକରୁ ପଳେଇବା ପାଇଁ ବିଚାରକଲେ । ସେ ନିଜ ରାଜ୍ୟ ନିଜ ପୁତ୍ର ଏବଂ ଭାଇଙ୍କୁ ଦେଇ ଦେଲେ ଏବଂ ସରଜୁ ନଦୀ ଆଡ଼କୁ ଗଲେ ଏବଂ ସେ ମଧ୍ୟ ସରୋଜ ନଦୀରେ ବୁଡ଼ିଗଲେ । କିଛି ସମୟ ପରେ ସେ ଭଗବାନ ବିଷ୍ଣୁଙ୍କ ରୁପ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଲେ ।

ଆଉ ଏବେ ସେହି ସରଜୁ ନଦୀ ହିଁ ସାକ୍ଷୀ ରହିଲା ଏକ ଐତିହାସିକ ଘଟଣାର, ଯାହାକୁ ରୂପ ଦେବାତୁ ଯାଏ କେତେ କେତେ କର ସେବକ ନିଜକୁ ବଳିଦାନ ଦେଇଛନ୍ତି କେତେ ସଂଘର୍ଷ କରିଛନ୍ତି ଯାହାର ଫଳ ଆଜି ମିଳିଛି । ଆସନ୍ତା ତିନିବର୍ଷ ମଧ୍ୟରେ ରାମ ମନ୍ଦିର ନିର୍ମାଣ ଶେଷ ହେବ ଏବଂ ଏହା ସହ ଶେଷ ହେବ 5ଶହ ବର୍ଷର ଭଗବାନକୁ ପାଇବାର ଭକ୍ତର ଅପେକ୍ଷା ।

Share this story

World Odia Language Conferene