କରୋନା ବିପଦ : ବିଳମ୍ବିତ ଯାଏ ଅନିଦ୍ରା ରହୁଥିଲେ ସାବଧାନ ଥିବେ, ଏହି ସମସ୍ୟା ଆସିପାରେ…

କରୋନା ବିପଦ : ବିଳମ୍ବିତ ଯାଏ ଅନିଦ୍ରା ରହୁଥିଲେ ସାବଧାନ ଥିବେ, ଏହି ସମସ୍ୟା ଆସିପାରେ…
କରୋନା ବିପଦ : ବିଳମ୍ବିତ ଯାଏ ଅନିଦ୍ରା ରହୁଥିଲେ ସାବଧାନ ଥିବେ, ଏହି ସମସ୍ୟା ଆସିପାରେ…

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଶୋଇବାକୁ ସମୟ ପାଉନାହାନ୍ତି । ଦିନଯାକର କାମ ସାରି ଖଟକୁ ଯାଉ ଯାଉ ରାତି ୧୨ଟା ବାଜୁଛି । ପ୍ରାୟ ୯୦ ପ୍ରତିଶତ ଲୋକ ରାତିରେ ୧୨ଟା ପରେ ଶୋଇବାକୁ ଯାଇଥାନ୍ତି ।

ମାତ୍ର ଡାକ୍ତରଙ୍କ କହିବାନୁସାରେ ରାତିରେ ଡେରିରେ ଶୋଉଥିବା ଲୋକଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥାଏ । ଏମାନେ ଶୀଘ୍ର ରୋଗାଗ୍ରସ୍ତ ହୋଇଥାନ୍ତି । କେବଳ ଏତିକି ନୁହେଁ ଡେରିରେ ଶୋଉଥିବା ଲୋକଙ୍କ ଠାରେ ରକ୍ତଚାପ, ମୋଟାପଣ, ଆଳସ୍ୟ, ବଦହଜମି ଆଦି ସମସ୍ୟା ମଧ୍ୟ ଦେଖାଯାଏ । ଏଣୁ ଲୋକଙ୍କୁ ଶୀଘ୍ର ଶୋଇ ଶୀଘ୍ର ଉଠିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି ।

ଅନେକ ସମୟରେ ଆମକୁ ରାତିରେ ସଠିକ ଭାବେ ଦିନ ହୋଇ ନ ଥାଏ ଏବଂ ସକାଳୁ ଶୀଘ୍ର ନିଦ ଭାଙ୍ଗିଯାଏ । କିନ୍ତୁ ୪ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ରାତିରେ ନିଦ ନ ହେଲେ ନିଦ୍ରାହୀନତା ହୋଇଥାଏ ।

ନିଦ୍ରାହୀନତାର ଲକ୍ଷଣ:

ରାତିରେ ଶୋଇବାକୁ ଯିବା ବେଳେ ଅଧିକ ସମୟ ଧରି ଚେଇଁ ରହିବା ବା ନିଦ ନ ହେବା । ଅଧ ରାତିରେ ନିଦ ଭାଙ୍ଗିଯିବା । ସକାଳୁ ଜଲଦି ନିଦ ଭାଙ୍ଗିଯିବା । ରାତିରେ ଶୋଇବା ବେଳେ ବାରମ୍ବାର ବିଛଣାରୁ ଉଠିବା ।

ନିଦ୍ରାହୀନତାର କାରଣ:

ନିଦ୍ରାହୀନତାର ପ୍ରମୁଖ କାରଣ ହେଉଛି ମାନସିକ ଚାପ ଏବଂ ଚିନ୍ତା । ମାନସିକ ଚାପ ଯୋଗୁଁ ମାନସିକ ଅବସାଦ, ଏଙ୍ଗଜାଇଟି, ପ୍ୟାନିକ୍‌ ଡିସ୍‌ଅର୍ଡର, ସ୍କିଜୋଫ୍ରେନିଆ, ସାଇକୋସିସ୍‌ ଭଳି ରୋଗ ଦେଖାଦିଏ । ଏହି ରୋଗ ହେବା କାରଣରୁ ମଧ୍ୟ ନିଦ କମିଯାଏ ।

ଏହାଛଡ଼ା ଆଣ୍ଠୁଗଣ୍ଠି ବିନ୍ଧା, ମୁଣ୍ଡ ବିନ୍ଧା, ମାଂସପେଶୀ ବିନ୍ଧା କାରଣରୁ ବି ଅନିଦ୍ରା ହୋଇଥାଏ । ଉଚ୍ଚ ରକ୍ତଚାପ, ହୃଦରୋଗ କାରଣରୁ ନିଦ୍ରାହୀନତା ହୋଇଥାଏ । ପିଲାମାନେ ପାଠ ପଢ଼ାର ଚାପ ଯୋଗୁଁ ଅନିଦ୍ରାର ଶିକାର ହୋଇଥା’ନ୍ତି ।

ଜଣେ ବ୍ୟକ୍ତି ପ୍ରତିଦିନ ୬ରୁ ୮ ଘଣ୍ଟା ଧରି ଶୋଇବା ଉଚିତ । ଯଦି ଆମେ ୪ ଘଣ୍ଟାରୁ କମ୍‌ ଶୋଉଛେ, ତେବେ ଏହାକୁ ନିଦ୍ରାହୀନତା ବୋଲି କହିଥାଉ । କିନ୍ତୁ, ବୟସ୍କ ବ୍ୟକ୍ତିମାନେ ସାଧାରଣତଃ ୪ରୁ ୫ ଘଣ୍ଟା ଶୋଇଥା’ନ୍ତି ଓ ମଧ୍ୟମ ବୟସର ଲୋକମାନେ ୬ରୁ ୮ ଘଣ୍ଟା ଶୋଇଥା’ନ୍ତି ।

ନିଦ୍ରାହୀନତା ଜନିତ ବିଭିନ୍ନ ସମସ୍ୟା: ଅନିଦ୍ରା ଯଦି ଲଗାତାର ଲାଗି ରହେ, ତେବେ ସକାଳୁ ଉଠିଲେ ହାଲିଆ ଲାଗିବ, ସତେଜ ଲାଗିବ ନାହିଁ, ଆଖି ମାଡ଼ି ମାଡ଼ି ପଡ଼ିଯିବ, ମନ ଅସ୍ଥିର ରହିବ, ଏକାଗ୍ରତା କମିଯିବ ଓ ଧୀରେ ଧୀରେ କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ ।

ନିଦ୍ରାହୀନତା କାରଣରୁ ବ୍ୟକ୍ତି ଚିଡ୍‌ଚିଡା ହୋଇଯାଏ, କାହାସହ କଥାହୁଏ ନାହିଁ ଏବଂ ଧୀରେ ଧୀରେ ବ୍ୟକ୍ତିଙ୍କର ହାଇପରଟେନ୍‌ସନ, ହୃଦରୋଗ ଓ ମାନସିକ ରୋଗ ଦେଖାଦିଏ ।

ନିଦ୍ରାହୀନତାର ଉପଚାର: ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ । ପ୍ରତିଦିନ ସେହି ସମୟରେ ଶୁଅନ୍ତୁ ।
ଶୋଇବାର ଘଣ୍ଟେ ପୂର୍ବରୁ ମୋବାଇଲର ବ୍ୟବହାର କରନ୍ତୁ ନାହିଁ । ମୋବାଇଲ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ କାର୍ଯ୍ୟରତ ରହିଥାଏ ଫଳରେ ନିଦ ଆସିନଥାଏ ।

ଯଦି ଆପଣ ବିଞ୍ଝଣାରେ ଶୋଇଛନ୍ତି କିନ୍ତୁ ନିଦ ହେଉନାହିଁ, ତେବେ ଆପଣଙ୍କୁ କିଛି ଭଲ ଲାଗୁଥିବା କାର୍ଯ୍ୟ କରନ୍ତୁ ।
ସନ୍ଧ୍ୟା ସମୟରେ କୌଣସି ପ୍ରକାର ଉତ୍ତେଜକ ଖାଦ୍ୟ ଖାଆନ୍ତୁ ନାହିଁ ।

ପ୍ରତିଦିନ ମେଡିଟେସନ୍‌, ଯୋଗ କରନ୍ତୁ ।

ପ୍ରତିଦିନ ବ୍ୟାୟାମ ବା କିଛି ଶାରୀରିକ ପରିଶ୍ରମ କରନ୍ତୁ ।

ନିଜକୁ ଭଲ ଲାଗୁଥିବା ସଙ୍ଗୀତ ଶୁଣନ୍ତୁ ।

ପ୍ରଚୁର ପରିମାଣର ପାଣି ପିଅନ୍ତୁ ।

ରାତିରେ ସବୁବେଳେ ହାଲ୍‌କା ଖାଦ୍ୟ ଖାଆନ୍ତୁ ।

ସବୁବେଳେ ରିଲାକ୍ସ ରହନ୍ତୁ ।

ଯଦି ଏହିସବୁ ଉପଚାର କଲା ପରେ ବି ଅନିଦ୍ରା ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । କିନ୍ତୁ, ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ବଟିକା ବା ନିଦ ବଟିକା ଖାଆନ୍ତୁ ନାହିଁ ।

Share this story

World Odia Language Conferene